ବାବୁସାନ, ପ୍ରକୃତି ଓ ପତ୍ନୀ: ପ୍ରକୃତିଙ୍କ ସହ ଫିଲ୍ମ କରିବିନି; ଚେନ୍ନାଇରୁ ବାବୁସାନଙ୍କ ଭିଡ଼ିଓ ଜାରି

ବାବୁସାନ ଓ ପ୍ରକୃତିଙ୍କୁ ନେଇ ଚାଲିଥିବା ନାଟକ ମଝିରେ ଏକ ଭିଡ଼ିଓ ରିଲିଜ କରି ଆଗକୁ ଆଉ ସିନେମା କରିବେନି ବୋଲି କହିଛନ୍ତି ବାବୁ । ବିଶେଷ କରି ପ୍ରକୃତିଙ୍କ ସହ ସେ କୌଣସି ସିନେମା କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ।

ଚେନ୍ନାଇରୁ ବାବୁସାନଙ୍କ ଭିଡ଼ିଓ ଜାରି

ଚେନ୍ନାଇରୁ ବାବୁସାନଙ୍କ ଭିଡ଼ିଓ ଜାରି

  • Share this:
News18 Odia Digital

ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ସହ ବାବୁସାନଙ୍କ ଚୋରା ପୀରତି ଧରା ପଡ଼ିବା ନାଟକ ଆରମ୍ଭ ହୋଇଯାଇଛି। ଏହାରି ମଧ୍ୟରେ ଏକ ଭିଡ଼ିଓ ଜାରି କରିଛନ୍ତି ତନ୍ମୟ ମହାନ୍ତି ଓରଫ ବାବୁସାନ। ଭିଡ଼ିଓରେ ସେ କହିଛନ୍ତି ମୋ ପରିବାରରେ ଏତେ ଅସୁବିଧା ବାବଦରେ ମୋତେ ଜଣା ନଥିଲା। ଯଦି ଅସୁବିଧା ହେଉଛି ସିନେମା କରିବିନି। ପ୍ରକୃତି ମିଶ୍ରଙ୍କ ସହ କୌଣସି ସିନେମା କରିବାକୁ ମନା କରିଛନ୍ତି ବାବୁ। ଆଗକୁ ସିନେମା କରିବେ ନାହିଁ ବୋଲି ଭିଡ଼ିଓରେ ଶୁଣିବାକୁ ମିଳୁଛି। କୁହାଯାଉଛି ଏହି ଭିଡ଼ିଓ ବାବୁସାନ ଚେନ୍ନାଇରୁ ଜାରି କରିଛନ୍ତି।

ପ୍ରକାଶ ଥାଉକି ଗତ ଦୁଇ ବର୍ଷ ହେଲାଣି ଏକାଠି ରହୁଥିଲେ ବାବୁସାନ ଓ ପ୍ରକୃତି। ତୃପ୍ତିଙ୍କୁ କୋଭିଡ ହୋଇଥିବା ସମୟରେ ମଧ୍ୟ ସେ ତାଙ୍କୁ ଦେଖିବାକୁ ଆସିନିଥିଲେ। ଧରା ପଡ଼ିଯିବା ଭୟରେ ବାବମ୍ବାର ଘର ବଦଳାଉଥିଲେ ବାବୁସାନ। ଆଉ ସବୁ ଜାଣିଥିଲେ, ପ୍ରକୃତିଙ୍କ ପରିବାର। ଏ ବାବଦରେ ତୃପ୍ତିଙ୍କ ମାଉସୀ ସଙ୍ଗୀତା ପ୍ରହରାଜ ପ୍ରତିକ୍ରିୟା ରଖିଛନ୍ତି। କିଛି ଦିନ ତଳେ ସେ ମନ୍ମଥ ମିଶ୍ରଙ୍କ ଘରକୁ ଯାଇ ଝିଅକୁ ବୁଝାଇବାକୁ କହିଥିଲେ। ମାତ୍ର ତାଙ୍କ ଝିଅ ତାଙ୍କ ଅଧୀନରେ ନାହିଁ। ଥାନାରେ ଏତଲା ଦେବାକୁ କାଳେ ପରାମର୍ଶ ଦେଇଥିଲେ ପ୍ରକୃତିଙ୍କ ବାପା।

ବାବୁସାନଙ୍କ ପତ୍ନୀ ତୃପ୍ତି ଶନିବାର ସକାଳେ ବାବୁସାନ ଓ ତାଙ୍କ କଥିତ ପ୍ରେମିକା ପ୍ରକୃତି ମିଶ୍ରଙ୍କୁ ରେଡ ହ୍ୟାଣ୍ଡ ଧରିଥିଲେ । ଉଭୟ ଗାଡିରେ ଯିବା ସମୟରେ ତୃପ୍ତି ଗାଡି ଅଟକାଇ ପ୍ରକୃତିଙ୍କୁ ମାର ଧର କରିଥିଲେ । ତୃପ୍ତିଙ୍କ ଅଭିଯୋଗ ଅନୁଯାୟୀ ପ୍ରକୃତି ସ୍ୱାମୀ ବାବୁସାନଙ୍କୁ ବସ କରି ତାଙ୍କ ପରିବାର ଭାଙ୍ଗିବାକୁ ପ୍ରୟାସ କରୁଛନ୍ତି ।
Published by:Soumya Das
First published: