ବାବୁସାନଙ୍କୁ ଆଗୁଆ ଜାମିନର ଆବଶ୍ୟକ ନାହିଁ: ହାଇକୋର୍ଟ

ବାବୁସାନଙ୍କୁ ଆଗୁଆ ଜାମିନ ଆବଶ୍ୟକ ନାହିଁ ବୋଲି କହିଛନ୍ତି କୋର୍ଟ। ସମ୍ଭାବ୍ୟ ଗିରଫଦାରୀକୁ ରୋକିବା ପାଇଁ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ବାବୁସାନ ମହାନ୍ତି।

babushan

babushan

  • News18 Odia
  • Last Updated :
  • Bail Hongal (Bailhongal)
  • Share this:
News18 Odia Digital

ଭୁବନେଶ୍ୱର: ବାବୁସାନ ବିବାଦରେ ବଡ଼ ଖବର ସାମ୍ନାକୁ ଆସିଛି। ବାବୁସାନଙ୍କୁ ଆଗୁଆ ଜାମିନ ଆବଶ୍ୟକ ନାହିଁ ବୋଲି କହିଛନ୍ତି କୋର୍ଟ। ପତ୍ନୀ ତୃପ୍ତି ଖାରବେଳ ନଗର ଥାନାରେ ବାବୁସାନଙ୍କ ନାମରେ ମାମଲା ରୁଜୁ କରିଥିଲେ। ସମ୍ଭାବ୍ୟ ଗିରଫଦାରୀକୁ ରୋକିବା ପାଇଁ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ବାବୁସାନ ମହାନ୍ତି।

ବାବୁସାନ, ପ୍ରକୃତି ଓ ତୃପ୍ତି କଳି ମାମଲାରେ ସମ୍ଭାବ୍ୟ ଗିରଫଦାରୀ ଏଡ଼ାଇବା ପାଇଁ ବାବୁସାନ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ। ପତ୍ନୀ ତୃପ୍ତି ଶତପଥୀଙ୍କ ପକ୍ଷରୁ ଖାରବେଳ ନଗର ଥାନାରେ ଦୟାର ଏତଲାରେ ଅଭିଯୁକ୍ତ ଅଛନ୍ତି ବାବୁସାନ। ତାଙ୍କ ବିରୋଧରେ ୪୯୮(ଅ) ଓ ୫୦୬ଦଫା ଲାଗିଛି। ଅଭିନେତ୍ରୀ ପ୍ରକୃତିଙ୍କ ସହ ସମ୍ପର୍କ ଓ ବିଭିନ୍ନ ଅଭିଯୋଗ କରି ବାବୁସାନଙ୍କ ପତ୍ନୀ ତୃପ୍ତି ଏହି ଏତଲା ଦେଇଥିଲେ। କେବଳ ସେତିକ ନୁହେଁ ପ୍ରକୃତି ମିଶ୍ରଙ୍କ ନାମରେ ମଧ୍ୟ ଏତଲା ଦେଇଥିଲେ ତୃପ୍ତି। ଏହି ଆଧାରରେ ବାବୁସାନଙ୍କୁ ହଜାର ହେବାକୁ ପୋଲିସ ନୋଟିସ କରିଥିଲା। ତେଣୁ ପୋଲିସର ସମ୍ଭାବ୍ୟ କାର୍ଯ୍ୟାନୁଷ୍ଠାନ ଆଶଙ୍କା କରି ଆଗୁଆ ଜାମିନ ପାଇଁ କୋର୍ଟର ଦ୍ୱାରସ୍ଥ ହୋଇଥିଲେ ବାବୁସାନ।

ବାବୁସାନଙ୍କ ଓକିଲଙ୍କ କହିବାନୁଯାୟୀ ଖାରବେଳ ନଗର ଥାନା ପକ୍ଷରୁ ଜାରି ହୋଇଥିବା ନୋଟିସର ସମୟ ସୀମା ଭିତରେ ହଜାର ହୋଇଛନ୍ତି ବାବୁସାନ। ତଦନ୍ତ ସମୟରେ ପୋଲିସକୁ ସହଯୋଗ ମଧ୍ୟ କରିଛନ୍ତି। ଏଥିପାଇଁ ହାଇକୋର୍ଟ ଆଗୁଆ ଜାମିନର ଅନ୍ତ କରିଛନ୍ତି।

ଏହା ଏକ ପାରିବାରିକ ଘଟଣା। ଅନେକ କେସ ଭଳି ଏହି କେସ ମଧ୍ୟ କମ୍ପ୍ରମାଇଜ ହୋଇଯିବାର ସମ୍ଭାବନା ଅଛି। ଉଭୟ ପରିବାର ମଧ୍ୟରେ ସମାଧାନ ହେବା ନେଇ ଉଦ୍ୟମ ହୋଇଛି କହିଛନ୍ତି ବାବୁସାନଙ୍କ ଓକିଲ।
Published by:Soumya Das
First published: