News 18 Odia Digital
ମୁମ୍ବାଇ : ପ୍ରେକ୍ଷାଳୟରେ ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ଫିଲ୍ମ 'ବ୍ରହ୍ମାସ୍ତ୍ର' ମୁକ୍ତିଲାଭ କରିଛି । ଆୟାନ ମୁଖାର୍ଜୀଙ୍କ ନିର୍ଦ୍ଦେଶନାରେ ନିର୍ମିତ 'ବ୍ରହ୍ମାସ୍ତ୍ର'ର ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳିଛି । କିଛି ଲୋକ ଏହି ଚଳଚ୍ଚିତ୍ରକୁ ବହୁତ ଭଲ ବୋଲି କହୁଥିବାବେଳେ କେହି କେହି ଏହାକୁ ଖରାପ ହୋଇଛି ବୋଲି ମଧ୍ୟ କହୁଛନ୍ତି । 'ବ୍ରହ୍ମାସ୍ତ୍ର' ତିଆରି କରିବା ପାଇଁ ଆୟାନ ମୁଖାର୍ଜୀଙ୍କୁ ଅନେକ ବର୍ଷ ଲାଗିଥିଲା । ମିଶ୍ରିତ ପ୍ରତିକ୍ରିୟା ପାଇବା ପରେ ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ସଫଳ ହୋଇଛି ବୋଲି କିଛି ଜଣ ଲୋକ ମଧ୍ୟ କହୁଛନ୍ତି । ପ୍ରଥମ ଦିନରେ 'ବ୍ରହ୍ମାସ୍ତ୍ର' ବକ୍ସ ଅଫିସରେ ବହୁତ ଭଲ ରୋଜଗାର କରିଛି । ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ 'ବ୍ରହ୍ମାସ୍ତ୍ର ' ଟିମ୍ ଉପରେ ବର୍ଷିଛନ୍ତି । ସେ ସୋସିଆଲ ମିଡିଆରେ ପୋଷ୍ଟ କରି 'ବ୍ରହ୍ମାସ୍ତ୍ର' ଟିମକୁ ଟାର୍ଗେଟ କରିଛନ୍ତି । କେବଳ ଏତିକି ନୁହେଁ, କଙ୍ଗନା କହିଛନ୍ତି ଯେ, "ଆୟାନ ମୁଖାର୍ଜୀ ୬୦୦ କୋଟି ଟଙ୍କା ଜାଳି ଦେଇଛନ୍ତି ।"

ଇନଷ୍ଟାଗ୍ରାମ ଷ୍ଟୋରୀରେ 'ବ୍ରହ୍ମାସ୍ତ୍ର'କୁ ନେଇ ସମୀକ୍ଷକ ମାନେ ନକାରାତ୍ମକ ବାଣ୍ଟୁ ଥିବାବେଳେ କଙ୍ଗନା ନିର୍ମାତାମାନଙ୍କୁ ମିଥ୍ୟାବାଦୀ ବୋଲି କହିଛନ୍ତି । କଙ୍ଗନା ଲେଖିଛନ୍ତି ବଲିଉଡର ଏକ ଟିମ୍ ସେମାନଙ୍କ ଚଳଚ୍ଚିତ୍ର ପ୍ରମୋସନ ପାଇଁ ଯେକୌଣସି ସ୍ତରକୁ ଯାଇ ପାରନ୍ତି । କେବଳ ଏତିକି ନୁହେଁ ଅଭିନେତ୍ରୀ କମଳ ଆର ଖାନଙ୍କୁ ଗିରଫ କରାଯାଇଥିବାର ଅଭିଯୋଗ କରିଛନ୍ତି ।

କଙ୍ଗନା ରାନାୱତ ଆହୁରି ମଧ୍ୟ କହିଛନ୍ତି, ଏଥର ସେ ହିନ୍ଦୁ ଧର୍ମ ଏବଂ ସାଉଥ ଫିଲ୍ମର ଢାଞ୍ଚାକୁ ଦେଖାଇବାକୁ ଚେଷ୍ଟା କରିଥିଲେ । ହଠାତ୍ ସେମାନେ ପୂଜାରୀ ହୋଇଗଲେ ଓ ଦକ୍ଷିଣର ଅଭିନେତା, ଲେଖକ ଏବଂ ନିର୍ଦ୍ଦେଶକମାନଙ୍କୁ ସେମାନଙ୍କର ଚଳଚ୍ଚିତ୍ରର ପ୍ରମୋସନ ପାଇଁ ଅନୁରୋଧ କଲେ । ସେମାନେ ସବୁକିଛି କରିବେ, କିନ୍ତୁ ଦକ୍ଷ ଲେଖକ, ନିର୍ଦ୍ଦେଶକ, ଅଭିନେତା ଏବଂ ଅନ୍ୟାନ୍ୟ ପ୍ରତିଭାଙ୍କୁ ସୁଯୋଗ ଦେବେ ନାହିଁ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।