Avtar 2 Record; ୨ ବିଲିୟନ କ୍ଲବରେ ସାମିଲ ହେଲା ଫିଲ୍ମ ଅବତାର ୨

ହଲିଉଡ୍ ନିର୍ଦ୍ଦେଶକ ଜେମ୍ସ କାମେରୁନଙ୍କ ଫିଲ୍ମ ଅବତାର: ଦ ୱେ ଅଫ୍ ୱାଟର ବକ୍ସ ଅଫିସରେ ଧମାଲ କରୁଛି ।

ଅବତାର ୨

ଅବତାର ୨

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ: ହଲିଉଡ୍ ନିର୍ଦ୍ଦେଶକ ଜେମ୍ସ କାମେରୁନଙ୍କ(James Cameron) ଫିଲ୍ମ ଅବତାର: ଦ ୱେ ଅଫ୍ ୱାଟର ବକ୍ସ ଅଫିସରେ ଧମାଲ କରୁଛି ।  ଫିଲ୍ମ ରିଲିଜର ଛଅ ସପ୍ତାହ ପରେ ମଧ୍ୟ ଏହାକୁ ଦେଖିବା ପାଇଁ ଦର୍ଶକ ସିନେମା ଘରକୁ ଆସୁଛନ୍ତି । ଏହାସହ ଅବତାର: ଦ ୱେ ଅଫ୍ ୱାଟର(Avatar The way of water) ଆଉ ଏକ ରେକର୍ଡ ନିଜ ନାଁରେ କରିଛି । ଫିଲ୍ମର ବକ୍ସ ଅଫିସ କଲେକ୍ସନ ୨ ବିଲିୟନ ଡଲାର କ୍ଲବରେ ସାମିଲ ହୋଇଛି ।

ଏହା ବି ପଢ଼ନ୍ତୁ- http://କେବେ ବାହା ହେବେ ରାହୁଲ ଗାନ୍ଧି? ଜାଣନ୍ତୁ ଏହି ପ୍ରଶ୍ନର କଣ ଉତ୍ତର ଦେଲେ ରାହୁଲ ଗାନ୍ଧି

୨ ବିଲିୟନ କ୍ଲବରେ ସାମିଲ ହେବାରେ ଅବତାର: ଦ ୱେ ଅଫ୍ ୱାଟର ହେଉଛି ଷଷ୍ଠ ଫିଲ୍ମ । ଅବତାର ୨ ପୂର୍ବରୁ ଏହି କ୍ଲବରେ ଆଭେଞ୍ଜର୍ସ ଏଣ୍ଡଗେମ(Avengers Endgame), ଆଭେଞ୍ଜର୍ସ ଇନଫିନିଟି ୱାର(Avengers infinity war), ଷ୍ଟାର ୱାର୍ସ ଦ ଫୋର୍ସ ଅୱେକେନ୍ସ, ଅବତାର ଏବଂ ଟାଇଟନିକ ସାମିଲ ଅଛନ୍ତି । ଏଥିରେ ସାମିଲ ତିନି ଫିଲ୍ମ ଅବତାର: ଦ ୱେ ଅଫ୍ ୱାଟର, ଅବତାର ଏବଂ ଟାଇଟନିକକୁ ଜେମ୍ସ କାମେରୁନ ନିର୍ଦ୍ଦେଶନା ଦେଇଥିଲେ ।

ଡିସେମ୍ବର ୨୦୦୯ ରେ ମୁକ୍ତିଲାଭ କରିଥିବା ଅବତାରର ଏକ ସିକ୍ୱେଲ୍ ତିଆରି କରିବାକୁ ୧୩ ବର୍ଷ ଲାଗିଥିଲା। ଫିଲ୍ମ ନିର୍ମାଣରେ ୨୫୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶକ ହେଉଛନ୍ତି ଜେମ୍ସ କାମେରନ୍। ୧୩ ବର୍ଷ ପୂର୍ବେ ମୁକ୍ତିଲାଭ କରିଥିବା ଅବତାରର ପ୍ରଥମ ଭାଗରୁ ଅବତାର ଦି ୱାଟର କାହାଣୀ ବର୍ତ୍ତମାନ ୧ ଦଶନ୍ଧି ଅର୍ଥାତ୍ ୧୦ ବର୍ଷ ଆଗକୁ ବଢ଼ିଛି।
Published by:Soumyashree Mishra
First published: