- News18 Odia
- Last Updated :
- New Delhi, India
News 18 Odia Digital
ନୂଆଦିଲ୍ଲୀ: ୧୩ ବର୍ଷ ଅପେକ୍ଷା ପରେ ପରଦାକୁ ଆସିଥିବା ହଲିଉଡ୍ ଫିଲ୍ମ ଅବତାର-୨କୁ ଦର୍ଶକଙ୍କ ଭରପୁର ଭଲ ପାଇବା ମିଳୁଛି । ସିନେମାଘରେ କମାଲ କରୁଛି ଫିଲ୍ମ । ଚମତ୍କାର ଭିଏଫଏକ୍ସ ଆଧାରରେ ‘ଅବତାର ଦ ୱେ ଅଫ୍ ୱାଟର’ ସଭିଙ୍କୁ ନୂଆ ରୋମାଞ୍ଚ ଦେବା ସହ ପ୍ରଭାବିତ କରୁଛି । ହଲିଉଡର ପ୍ରସିଦ୍ଧ ନିର୍ଦ୍ଦେଶକ ଜେମ୍ସ କ୍ୟାମେରୁନ ଏହି ଫିଲ୍ମ ସାରା ବିଶ୍ୱରେ ପ୍ରଥମ ସପ୍ତାହ ଶେଷରେ ୩୦୦୦ କୋଟିରୁ ଅଧିକ ବ୍ୟବସାୟ କରିଛି।
ଏହି ଆଧାରରେ ‘ଅବତାର ଦ ୱେ ଅଫ୍ ୱାଟର’ ଦର୍ଶକଙ୍କୁ ସିନେମା ଦେଖିବାର ନୂଆ ଅନୁଭବ ଦେଇଛି । ସାରା ଦୁନିଆରେ ଏବେ ଫିଲ୍ମକୁ ନେଇ କ୍ରେଜ୍ ଦେଖିବାକୁ ମିଳୁଛି । ସମସ୍ତଙ୍କ ଏହାର ପ୍ରଶଂସା କରୁଛନ୍ତି । ଆଧାରରେ ଅବତାର ଦ ୱେ ଅଫ୍ ୱାଟର ସାରା ବିଶ୍ୱରେ ମୋଟ ଉପରେ ୩୫୦୦ କୋଟି ଟଙ୍କାର ବ୍ୟବସାୟ କରିଥିବା ମିଡିଆ ରିପୋର୍ଟରେ ଦାବି କରାଯାଉଛି । ପ୍ରଥମ ସପ୍ତାହ ଶେଷ ପରେ ୱାଲର୍ଡ ୱାଇଡ୍ କେଲେକ୍ସନ ମାମଲାରେ ‘ଅବତାର-୨’ ସୁପରହିଟ୍ ହଲିଉଡ୍ ଫିଲ୍ମ ‘ସ୍ପାଇଡର ମ୍ୟାନ-ନୋ ୱେ ହୋମ’କୁ ପଛରେ ପକାଇଛି । ଅବତାର-୨ ଚଳିତ ବର୍ଷର ସବୁଠୁ ସଫଳ ହଲିଉଡ୍ ଫିଲ୍ମ ହେବ ବୋଲି ଦାବି କରାଯାଉଛି ।
ଆଧାରରେ ଅବତାର ଦ ୱେ ଅଫ୍ ୱାଟର ବିଦେଶ ସହ ଭାରତରେ ନିଜର ଜଲୱା ଜାରି ରଖିଛି । ଭାରତରେ ତାମିଲ, ତେଲୁଗୁ, ହିନ୍ଦୀ, ମଲୟାଲମ ଏବଂ କନ୍ନଡ ଭାଷରେ ସିନେମାଘରେ ରିଲିଜ୍ ହୋଇଛି। ଅବତାର ୨ ରିଲିଜ୍ ହେବାର ଦୁଇ ଦିନରେ ହିଁ ବକ୍ସ ଅଫିସରେ ୧୨୦ କୋଟିରୁ ଅଧିକ ଆୟ କରିଛି । ଭାରତରେ ସିନେମାର ମୋଟ ବ୍ୟବସାୟ ୧୬୦ କୋଟି ଉପରେ ପହଞ୍ଚିଛି ।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।