- News18 Odia
- Last Updated :
- New Delhi, India
News 18 Odia Digital
ନୂଆଦିଲ୍ଲୀ: ୧୩ ବର୍ଷ ଅପେକ୍ଷା ପରେ ପରଦାକୁ ଆସିଥିବା ହଲିଉଡ୍ ଫିଲ୍ମ ଅବତାର-୨କୁ ଦର୍ଶକଙ୍କ ଭରପୁର ଭଲ ପାଇବା ମିଳୁଛି । ସିନେମାଘରେ କମାଲ କରୁଛି ଫିଲ୍ମ । ଚମତ୍କାର ଭିଏଫଏକ୍ସ ଆଧାରରେ ‘ଅବତାର ଦ ୱେ ଅଫ୍ ୱାଟର’ ସଭିଙ୍କୁ ନୂଆ ରୋମାଞ୍ଚ ଦେବା ସହ ପ୍ରଭାବିତ କରୁଛି । ହଲିଉଡର ପ୍ରସିଦ୍ଧ ନିର୍ଦ୍ଦେଶକ ଜେମ୍ସ କ୍ୟାମେରୁନ ଏହି ଫିଲ୍ମ ସାରା ବିଶ୍ୱରେ ପ୍ରଥମ ସପ୍ତାହ ଶେଷରେ ୩୦୦୦ କୋଟିରୁ ଅଧିକ ବ୍ୟବସାୟ କରିଛି। ଖବର ଅନୁଯାୟୀ, ଫିଲ୍ମ ରିଲିଜ୍ ହେବାର ପଞ୍ଚମ ଦିନରେ ପ୍ରାୟ ୧୪.୨୫ ରୁ ୧୬.୨୫ କୋଟି ଟଙ୍କା ରୋଜଗାର କରିବ ବୋଲି ଆଶା କରାଯାଉଛି। ଖ୍ରୀଷ୍ଟମାସକୁ ଦୃଷ୍ଟିରେ ରଖି ସପ୍ତାହକ ମଧ୍ୟରେ ଏହି ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।
ଅବତାର ୨ ପ୍ରଥମ ଦିନରେ ୪୦ କୋଟି, ଦ୍ୱିତୀୟ ଦିନରେ ୪୨.୫ କୋଟି, ତୃତୀୟ ଦିନରେ ୪୬ କୋଟି, ଚତୁର୍ଥ ଦିନରେ ୧୮.୬ କୋଟି ଏବଂ ପଞ୍ଚମ ଦିନରେ ୧୬.୬୩ ଟଙ୍କା ରୋଜଗାର କରିଛି। ଅବତାରର ପ୍ରଥମ ସପ୍ତାହର ରୋଜଗାର ପ୍ରାୟ ରିଲିଜ୍ ହୋଇଥିବା ଅଧିକାଂଶ ବଲିଉଡ ଚଳଚ୍ଚିତ୍ର ଅପେକ୍ଷା ଭଲ। ଅକ୍ଷୟ କୁମାରଙ୍କ ରାମ ସେତୁ ୭୧.୮୭ କୋଟି ଟଙ୍କା ଆୟ କରିଥିବା କୁହାଯାଉଥିବାବେଳେ ହ୍ରିତିକ ରୋଶନ ଏବଂ ସୈଫ ଅଲ୍ଲି ଖାନଙ୍କ ବିକ୍ରମର ରେକର୍ଡକୁ ମଧ୍ୟ ଅବତାର ୨ କାଟିପାରିଛି। ଯଦି ଅବତାର ୨ ସମାନ ଗତିରେ ଜାରି ରହେ, ତେବେ ଏହା ଖୁବ୍ ଶୀଘ୍ର ଅଜୟ ଦେବଗନଙ୍କ ଦୃଷ୍ୟମ ୨ ର ରେକର୍ଡ ମଧ୍ୟ ଭାଙ୍ଗିପରିବ।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।