ଅନୁଭବଙ୍କ ଘର ଛାଡ଼ିଲେ ବର୍ଷା; ପୁରୀଘାଟ ଥାନାରେ ଦ୍ୱାରସ୍ଥ ହେଲେ ଅନୁଭବ

ବର୍ଷା ଶୁକ୍ରବାର ଘର ଛାଡିବା ପରେ ମଧ୍ୟ ଅନୁଭବ କିମ୍ବା ତାଙ୍କର ପରିବାର କେହି ସଦସ୍ୟ ନନ୍ଦିସାହି ବାସଭବନକୁ ଫେରି ନାହାଁନ୍ତି । ବରଂ ଏହି ପ୍ରସଙ୍ଗରେ ଅନୁଭବ ପୁରୀଘାଟ ଥାନାର ଦ୍ବାରସ୍ଥ ହୋଇଛନ୍ତି।

ଅନୁଭବ ଓ ବର୍ଷା (ପ୍ରତୀକାତ୍ମକ ଛବି)

ଅନୁଭବ ଓ ବର୍ଷା (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

କଟକ: ଚର୍ଚ୍ଚିତ ସେଲିବ୍ରେଟି ଦମ୍ପତି ବର୍ଷା ଅନୁଭବଙ୍କ ବିବାଦ ଏବେ ଆଉ ଏକ ସୋପାନକୁ ଅତିକ୍ରମ କରିଛି। ଯେଉଁ ଘରକୁ ବିବାହ କରି ଆସିଥିଲେ ଶେଷରେ ବର୍ଷା ସେହି ଘର ଛାଡ଼ିଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ପରେ ଶୁକ୍ରବାର ଦିନ ବର୍ଷା ଅନୁଭବଙ୍କ କଟକ ନନ୍ଦିସାହି ସ୍ଥିତ ବାସଭବନକୁ ଛାଡ଼ିଛନ୍ତି ।

ତେବେ ବର୍ଷାଙ୍କ ସେହି ଘରୁ ଚାଲିଯିବା ପରେ ମଧ୍ୟ ଅନୁଭବଙ୍କ ଘରେ ରହିବାକୁ ନେଇ ବିବାଦ ବର୍ଷାଙ୍କ ପିଛା ଛାଡ଼ୁନାହିଁ । କାରଣ ବର୍ଷା ଘର ଛାଡିବା ପରେ ଅନ୍ୟତ୍ର ଘର ଭଡ଼ା ନେଇ ନିଜ ପରିବାର ସହ ରହି ଆସୁଥିବା ଅନୁଭବ କିମ୍ବା ତାଙ୍କର ପରିବାର କେହି ସଦସ୍ୟ ନନ୍ଦିସାହି ବାସଭବନକୁ ଫେରି ନାହାଁନ୍ତି । ବରଂ ଏହି ପ୍ରସଙ୍ଗରେ ଅନୁଭବ ପୁରୀଘାଟ ଥାନାର ଦ୍ବାରସ୍ଥ ହୋଇଛନ୍ତି ।

ଥାନାରେ ପ୍ରଦାନ କରିଥିବା ଲିଖିତ ଅଭିଯୋଗରେ ଅନୁଭବ ଦର୍ଶାଇଛନ୍ତି କି ଗତବର୍ଷ ସେପଟେମ୍ବର / ଅକ୍ଟୋବର ମାସରୁ ବର୍ଷା ତାଙ୍କର ପୈତୃକ ଘରେ ରହି ଆସୁଛନ୍ତି । ସେହି ଘରେ ତାଙ୍କର ଓ ତାଙ୍କ ପରିବାର ଲୋକଙ୍କର ଅନେକ ବହୁମୂଲ୍ୟ ସାମଗ୍ରୀ ଥିଲା, ସେହି ସାମଗ୍ରୀ ଗୁଡ଼ିକ ସେଠାରୁ ଗାୟବ ହୋଇଥାଇ ପରେ ବୋଲି ସେ ସନ୍ଦେହ ପ୍ରକାଶ କରିଛନ୍ତି । ଏହା ସହ ବର୍ଷା ସେହି ଘରର ଡୁପ୍ଲିକେଟ ଚାବି ପ୍ରସ୍ତୁତ କରିଛନ୍ତି ଓ ଗତ ବର୍ଷ ଜୁଲାଇ ୭ ତାରିଖ ଦିନ ବର୍ଷା କିଛି ଅଜଣା ଲୋକଙ୍କୁ ସାଥିରେ ଧରି ଘରେ ଭଙ୍ଗାଭଙ୍ଗି କରଥିବା ମଧ୍ୟ ନିଜ ଅଭିଯୋଗରେ ଦର୍ଶାଇ । ଅନୁଭବଙ୍କ ପରିବାର ଲୋକଙ୍କ ଉପସ୍ଥିତିରେ ପୋଲିସ ସେହି ଘରଟିକୁ ଯାଞ୍ଚ କରିବାକୁ ନେଇ ଚିଠିରେ ଉଲେଖ କରିଛନ୍ତି ।

ସେପଟେ ବର୍ଷା ଅନୁଭବଙ୍କ ପୈତୃକ ଘର ଛାଡ଼ିବା ନେଇ ପୋଲିସ ପାଖରେ କୌଣସି ଖବର ନାହିଁ। କିନ୍ତୁ ଏହି ସଂକ୍ରାନ୍ତରେ ଅନୁଭବଙ୍କ ଏକ ଚିଠି ପୋଲିସର ହସ୍ତଗତ ହୋଇଛି। ଏନେଇ ଏକ ଷ୍ଟେସନ ଡାଏରୀ ମଧ୍ୟ ଥାନାରେ ପଞ୍ଜିକୃତ ହୋଇଥିବା ପୁରୀଘାଟ ଥାନାର ଜଣେ ପୋଲିସ ଅଧିକାରୀ କହିଛନ୍ତି ।

ଏହାରି ଭିତରେ ବର୍ଷା ଅନୁଭବଙ୍କ ଘର ଛାଡିବା ପରେ କୁଆଡେ ଗଲେ ସେ ନେଇ କିଛି ସ୍ପଷ୍ଟ ନଥିବା ବେଳେ ସେ ପୁରୀଘାଟ ଥାନା ଅଞ୍ଚଳରେ ହିଁ ରହିଥିବା ପୋଲିସ ସୁତ୍ରରୁ ଜଣା ପଡିଛି ।
Published by:Soumya Das
First published: