'କାଶ୍ମୀର ଫାଇଲ' ଦେଖିବା ପାଇଁ ମିଳିବ ଛୁଟି; ଏତିକି ଦିନ ଛୁଟି ଘୋଷଣା କଲେ ସରକାର

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କାଶ୍ମୀର ଫାଇଲ ଫିଲ୍ମ ଦେଖିବା ପାଇଁ ରାଜ୍ୟ ସରକାରଙ୍କ ସମସ୍ତ କର୍ମଚାରୀଙ୍କୁ ଅଧା ଦିନ ଦେବାକୁ ଘୋଷଣା କରିଛନ୍ତି। ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ଏହି ଚଳଚ୍ଚିତ୍ର ଦେଖିବା ପାଇଁ ରାଜ୍ୟ ପୋଲିସ୍ କର୍ମଚାରୀଙ୍କୁ ଛୁଟି ଦେବାକୁ ଘୋଷଣା କରିଥିଲେ।

କାଶ୍ମୀର ଫାଇଲ ଦେଖିବା ପାଇଁ ମିଳିବ ଛୁଟି (ପ୍ରତୀକାତ୍ମକ ଛବି)

କାଶ୍ମୀର ଫାଇଲ ଦେଖିବା ପାଇଁ ମିଳିବ ଛୁଟି (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ବିବେକ ରଂଜନ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଫିଲ୍ମ 'କାଶ୍ମୀର ଫାଇଲ' ଆଜିକାଲି ଚର୍ଚ୍ଚାରେ ଅଛି। କାଶ୍ମୀରୀ ପଣ୍ଡିତଙ୍କ ପ୍ରସଙ୍ଗରେ ନିର୍ମିତ ଏହି ଚଳଚ୍ଚିତ୍ରକୁ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଓ ଗୁଜୁରାଟ ସମେତ ଅନେକ ସରକାର ଟିକସମୁକ୍ତ କରିଛନ୍ତି। ଏଥିସହିତ ବର୍ତ୍ତମାନ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏହି ଫିଲ୍ମ ଦେଖିବା ପାଇଁ ରାଜ୍ୟ ସରକାରଙ୍କ ସମସ୍ତ କର୍ମଚାରୀଙ୍କୁ ଅଧା ଦିନ ଦେବାକୁ ଘୋଷଣା କରିଛନ୍ତି।

ଟୁଇଟ୍ କରି ମୁଖ୍ୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ମୁଁ ଘୋଷଣା କରି ବହୁତ ଖୁସି ଯେ ଆମର ସମସ୍ତ ସରକାରୀ କର୍ମଚାରୀଙ୍କୁ କାଶ୍ମୀର ଫାଇଲ ଦେଖିବା ପାଇଁ ଅଧା ଦିନ ଛୁଟି ଦିଆଯିବ।  ସେ ଆହୁରି ମଧ୍ୟ କହିଛନ୍ତି ଯେ କର୍ମଚାରୀମାନଙ୍କୁ କେବଳ ସେମାନଙ୍କ ଉଚ୍ଚ ଅଧିକାରୀଙ୍କୁ ଜଣାଇବାକୁ ପଡ଼ିବ ଓ ଆଗାମୀ ଦିନରେ ଚଳଚ୍ଚିତ୍ର ଟିକେଟ ଜମା କରିବାକୁ ପଡ଼ିବ। ପୂର୍ବରୁ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ଏହି ଚଳଚ୍ଚିତ୍ର ଦେଖିବା ପାଇଁ ରାଜ୍ୟ ପୋଲିସ୍ କର୍ମଚାରୀଙ୍କୁ ଛୁଟି ଦେବାକୁ ଘୋଷଣା କରିଥିଲେ।

ଫିଲ୍ମର କାହାଣୀ କ’ଣ ଜାଣନ୍ତୁ

ଏହି ଚଳଚ୍ଚିତ୍ରର ସ୍କ୍ରିପ୍ଟ ୧୯୯୦ ରେ କାଶ୍ମୀରରେ କାଶ୍ମୀର ପଣ୍ଡିତଙ୍କ ଅମାନୁଷିକ ବ୍ୟବହାର ଓ କାଶ୍ମୀରରୁ ସେମାନଙ୍କ ବିଦାୟ ଉପରେ ଆଧାରିତ। ବିବେକ ଅଗ୍ନିହୋତ୍ରୀଙ୍କ ଦ୍ୱାରା ନିର୍ଦ୍ଦେଶିତ କାଶ୍ମୀର ଫାଇଲରେ ଦର୍ଶକମାନେ ଭାବପ୍ରବଣ ହେଉଛନ୍ତି। ସେ କାଶ୍ମୀରୀ ପଣ୍ଡିତମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଓ ଯନ୍ତ୍ରଣା ଉପରେ ପ୍ରତିକ୍ରିୟା ରଖିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ପ୍ରଶଂସା କରିଛନ୍ତି

ଫିଲ୍ମର ନିର୍ମାତା ଅଭିଷେକ ଅଗ୍ରୱାଲ ଟ୍ୱିଟରରେ ଏହି ଚିତ୍ର ସେୟାର କରି କହିଛନ୍ତି ଯେ 'କାଶ୍ମୀର ଫାଇଲ'କୁ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଶଂସା କରିଛନ୍ତି।  ସେ ତାଙ୍କ ଟ୍ୱିଟରେ ଲେଖିଛନ୍ତି, "ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ଖୁସି। 'କାଶ୍ମୀର ଫାଇଲ' ବିଷୟରେ ତାଙ୍କର ପ୍ରଶଂସା ଏହାକୁ ଆହୁରି ସ୍ୱତନ୍ତ୍ର କରୁଛି।
Published by:Soumya Das
First published: