ବିବାହ ପରେ ରାଜ୍ୟ ବାହାରକୁ ଗଲେ ଅଶ୍ୱିନ-ପ୍ରେରଣା; ସାଥିରେ ଗଲେ ଅଭିନେତା ବୁଦ୍ଧାଦିତ୍ୟ

କିଛିଦିନ ତଳେ ସରିଥିଲା ବିବାହ କାର୍ଯ୍ୟକ୍ରମ । ଆଜି ରାଜ୍ୟ ବାହାରକୁ ଗଲେ ଅଶ୍ୱିନ ଓ ପ୍ରେରଣା ସାଥିରେ ଅଛନ୍ତି ଓଲିଉଡ ସୁପରଷ୍ଟାର ବୁଦ୍ଧାଦିତ୍ୟ ମହାନ୍ତି ।

ବିବାହ ପରେ ରାଜ୍ୟ ବାହାରକୁ ଗଲେ ଅଶ୍ୱିନ ପ୍ରେରଣା; ସାଥିରେ ଗଲେ ଅଭିନେତା ବୁଦ୍ଧାଦିତ୍ୟ

ବିବାହ ପରେ ରାଜ୍ୟ ବାହାରକୁ ଗଲେ ଅଶ୍ୱିନ ପ୍ରେରଣା; ସାଥିରେ ଗଲେ ଅଭିନେତା ବୁଦ୍ଧାଦିତ୍ୟ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ଓଲିଉଡର ଯୁବ ନିର୍ଦ୍ଦେଶକ (Young Director) ଅଶ୍ୱିନ ତ୍ରିପାଠୀ ଓ ତାଙ୍କ ପତ୍ନୀ ପ୍ରେରଣା ପ୍ରତୀକ୍ଷା ଆଜି ବାଙ୍ଗାଲୋର ( Bangalore ) ଯାଇଛନ୍ତି । ନିକଟରେ ବିବାହ କରିଥିବା ଓଲିଉଡର ଏହି ଚର୍ଚ୍ଚିତ ଯୋଡି ବିବାହ ପରେ ପ୍ରଥମଥର ରାଜ୍ୟ ବାହାରକୁ ଯାଇଛନ୍ତି । ଆଜି ଭୁବନେଶ୍ୱର ବିମାନବନ୍ଦରରୁ (Bhubaneswar Airport) ଯାତ୍ରା କରିବା ସମୟରେ ନିର୍ଦ୍ଦେଶକ ଅଶ୍ୱିନ ଏହି ସୂଚନା ଦେଇଛନ୍ତି । କିନ୍ତୁ ସବୁଠୁ ଆଶ୍ଚର୍ଯ୍ୟର ବିଷୟ ଏହା ଯେ, ବିବାହ ପରେ ହନିମୁନ ନୁହେଁ ବରଂ ନିଜ ସିନେମା କାମରେ ବାଙ୍ଗାଲୋର ଯାଇଛନ୍ତି ଅଶ୍ୱିନ ପ୍ରେରଣାଙ୍କ ସମେତ ପୁରା ଟିମ୍ । ଟିମରେ ଅଛନ୍ତି ସୁପରଷ୍ଟାର ବୁଦ୍ଧାଦିତ୍ୟ, ହାସ୍ୟ ଅଭିନେତା ସନ୍ତୁ ଓ ଗୁଡୁ ।

ଏକ ଭିଡିଓରେ ଅଶ୍ୱିନ ସୋସିଆଲ ମିଡିଆରେ ସେୟାର କରିଛନ୍ତି , ଯେଉଁଥିରେ ସମସ୍ତେ ଖୁବ ମଜା କରୁଥିବା ଦେଖିବାକୁ ମିଳିଥିଲା । ଅଭିନେତା ବୁଦ୍ଧାଦିତ୍ୟ କହିଛନ୍ତି, ଆମେ ହେଉଛୁ 'ଡେଲିଭରୀ ବୟ' ଟିମ , ଆସୁଛୁ ବାଙ୍ଗାଲୋର ଭଲ ପାଇବା ଡେଲିଭରୀ କରିବାକୁ । କମେଡିଆନ ସନ୍ତୁ ବେଶ୍ କମେଡି ଅନ୍ଦାଜରେ କହିଛନ୍ତି ଯେ, ମୋର ଏହା ପ୍ରଥମ ଫ୍ଲାଇଟ୍ ଯାତ୍ରା । ଅଶ୍ୱିନ ଭାଇ କହିଛନ୍ତି ଫ୍ଲାଇଟରେ ସବୁ ମାଗଣା ମିଳେ । ବାକି ଫ୍ଲାଇଟ୍ ଭିତରକୁ ଗଲେ ଜଣା ପଡିବ । ବାଙ୍ଗାଲୋରରେ ପହଞ୍ଚିବା ପରେ ଅଶ୍ୱିନ ଆଉ ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯେଉଁଥିରେ ସିନେମା 'ଡେଲିଭରୀ ବୟ'ରେ କାମ କରୁଥିବା ଟିମ ସଦସ୍ୟ ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟ, ଯୁବ ନିର୍ଦ୍ଦେଶକ ଅଶ୍ୱିନ ପୂର୍ବରୁ ଉପସ୍ଥାପନା, ଅଭିନୟ ସହ ଅନେକ ସିନେମାରେ ସଫଳତାର ସହ ନିର୍ଦ୍ଦେଶନା ଦେଇଛନ୍ତି । କିନ୍ତୁ ଏହା ଅଶ୍ୱିନଙ୍କର ପ୍ରଥମ ହଲ୍ ସିନେମା । ଯାହାକୁ ନେଇ ସେ ଖୁବ ଆଶାବାଦୀ ଅଛନ୍ତି । ନିକଟରେ ଭୁବନେଶ୍ୱରରେ ସିନେମାର ଗୀତ ରିଲିଜ ହୋଇଥିଲା । ଉତ୍ସବରେ ସିନେମାର ନାୟକ ଶୈଳେନ୍ଦ୍ର, ବୁଦ୍ଧାଦିତ୍ୟ, ନାୟିକା ସୂର୍ଯ୍ୟମୟୀ, ପ୍ରିୟମ୍ୱଦାଙ୍କ ସମେତ ପ୍ରଯୋଜକ ଓ ଅତିଥି ଭାବରେ ଆକାଶ ଦାସ ନାୟକ ଯୋଗ ଦେଇଥିଲେ । ସିନେମାଟି ଏକ ଡିଲିଭରୀ ବୟର ଜୀବନ କାହାଣୀ ଉପରେ ନିର୍ମିତ ଏହା ଦର୍ଶକଙ୍କ ହୃଦୟକୁ ନିଶ୍ଚେ ଛୁଇଁବ ବୋଲି ପୂରା ଟିମ ମତବ୍ୟକ୍ତ କରିଥିଲେ । ଏଥିସହ ସିନେମାର ସମ୍ପୂର୍ଣ୍ଣ ସୁଟିଂ ଓଡ଼ିଶାରେ କରାଯାଇଥିବାବେଳେ ବିଶେଷ କରି କଟକର ଗଳିକନ୍ଦି ଅଞ୍ଚଳକୁ ଲୋକଲୋଚନକୁ ଆଣିବାକୁ ପ୍ରୟାସ କରାଯାଇଛି । ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ଏବଂ ଅଭିନେତ୍ରୀ ସୂର୍ଯ୍ୟମୟୀଙ୍କୁ ଦର୍ଶକେ ଓକିଲ ଚରିତ୍ରରେ ଦେଖିବେ । ଯାହା ସିନେମାକୁ ଅଧିକ ରୋମାଞ୍ଚକର କରିବ । ଏଥିସହ ଅନ୍ୟାନ୍ୟ ଚରିତ୍ରରେ ଶକ୍ତି ବରାଳ, ଜୀବନ ପଣ୍ଡା, ସୁଶାନ୍ତ, ଇଲୁ ବାନାର୍ଜୀ, ସରୋଜ ଦାଶ, ଚୌଧୁରୀ ବିକାଶ ଦାସ, ପୁପୁଲ ଭୂୟାଁ ଅଭିନୟ କରିଛନ୍ତି । ସିନେମାକୁ ଅଧିକ ନିଖୁଣ ଭାବରେ ଚିତ୍ରଣ କରିବାକୁ ନିର୍ଦ୍ଦେଶକ ଟିକିଏ ଅଧିକ ସମୟ ନେଇଛନ୍ତି । ସିନେମାର ରିଲଜ ତାରିଖ ଘୋଷଣା ହୋଇନଥିଲେ ମଧ୍ୟ ଏହା ଫେବୃଆରୀ ଶେଷ କିମ୍ୱା ମାର୍ଚ୍ଚ ମାସରେ ରିଲିଜ ହେବ ବୋଲି ନିର୍ଦ୍ଦେଶକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।



ଅଧିକ ଖବର ପଢ଼ନ୍ତୁ - http://ICC Ranking; ନମ୍ୱର ୧ରେ ଭାରତୀୟ କ୍ରିକେଟ ଟିମ; ଚତୁର୍ଥ ସ୍ଥାନକୁ ଖସିଲା ନ୍ୟୁଜିଲାଣ୍ଡ
Published by:Soubhagya Mishra
First published: