ବର୍ଷା ପ୍ରିୟଦର୍ଶନୀ (ପ୍ରତୀକାତ୍ମକ ଛବି)
- News18 Odia
- Last Updated :
- Other, India
News18 Odia Digital
ଭୁବନେଶ୍ୱର: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଠକେଇ ମାମଲାକୁ ନେଇ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଲେ ବର୍ଷାଙ୍କ ଓକିଲ। ଏହା ଏକ ବୃଥାହୀନ ଅଭିଯୋଗ। ଏଥିରେ କିଛିବି ସତ୍ୟତା ନାହିଁ ବୋଲି କହିଛନ୍ତି ବର୍ଷାଙ୍କ ଓକିଲ।
ବର୍ଷାଙ୍କ ଓକିଲ ଆଶିଷ ମିଶ୍ରଙ୍କ କହିବା ମୁତାବକ, ତାଙ୍କ ପାଖରେ ଯାହାବି ତଥ୍ୟ ରହିଛି ସେସବୁ ସେ ଥାନ ଅଧିକାରୀଙ୍କୁ ପ୍ରଦାନ କରିବେ। କିଛି ଖଳପ୍ରକୃତିର ବ୍ୟକ୍ତି ଚକ୍ରାନ୍ତ କରି ବର୍ଷାଙ୍କୁ ଫସେଇବାକୁ ଚାଁହୁଛନ୍ତି। ଗୋଟିଏ ଅଜଣା ବ୍ୟାଙ୍କ ଆକାଉଣ୍ଟରୁ ୩୦ ହଜାର ଟଙ୍କା ବର୍ଷାଙ୍କ ଆକାଉଣ୍ଟକୁ ଆସିଥିଲା କିନ୍ତୁ ବ୍ୟାଙ୍କ ମ୍ୟାନେଜରଙ୍କ ସହ ଆଲୋଚନା କରି ତାକୁ ଫେରାଇ ଦିଆଯାଇଛି।।ଯେଉଁ ମହିଳା ଜଣଙ୍କ ବର୍ଷାଙ୍କ ବିରୋଧରେ ଅଭିଯୋଗ କରୁଛନ୍ତି ନା ତାଙ୍କର ବର୍ଷାଙ୍କ ସହ କିଛି ପରିଚୟ ଅଛି ନା ସମ୍ପର୍କ। ଏହି ଘଟଣା ପଛରେ କିଛି କୁଚକ୍ରାନ୍ତକାରୀ ବ୍ୟକ୍ତିଙ୍କର ହାତ ରହିଛି। ସେମାନେ ସାମ୍ନାକୁ ଆସିବା ଦରକାର ବୋଲି ଦାବି କରିଛନ୍ତି ଓକିଲ।
ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିରୋଧରେ ଠକେଇ ଅଭିଯୋଗ ଆସିଛି। ଜଣେ ମହିଳାଙ୍କୁ ସୁନା ଦୋକାନରେ ଚାକିରୀ ଦେବା ପତ୍ରିଶୁତି ଦେଇ ସେ ତାଙ୍କଠୁ ୩୦,୦୦୦ ଟଙ୍କା ଆଣିଛନ୍ତି। ଠକାମିର ଶିକାର ହୋଇଛନ୍ତି ଭୁବନେଶ୍ୱର ମହିଳା କଲ୍ୟାଣୀ ନାୟକ। ଏହି ମାମଲାକୁ ନେଇ କଲ୍ୟାଣୀ ସହିଦ ନଗର ଥାନାରେ ବର୍ଷାଙ୍କ ବିରୋଧରେ ଏତଲା ଦେଇଛନ୍ତି। ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି l
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।