‘‘ମତେ କୌଣସି ଦୁଃଖ ନାହିଁ’’; ବ୍ରେକଅପ୍‌ର ୨ ବର୍ଷ ପରେ ଏମିତି କହିଲେ ଆଶା ନେଗୀ

Asha Negi on Break Up: ୨୦୨୦ରେ ଟେଲି ଅଭିନେତ୍ରୀ ଆଶା ନେଗୀ ଓ ଋତ୍ବିକ୍ ଧନଜାନୀଙ୍କ ବ୍ରେକଅପ୍ ହୋଇଥିଲା, ଏହି ଖବର ପ୍ରଶଂସକଙ୍କୁ ବହୁତ ଆଶ୍ଚର୍ଯ୍ୟ କରିଥିଲା । ବର୍ତ୍ତମାନ ବ୍ରେକଅପ୍ ଉପରେ ମୁହଁ ଖୋଲିଛନ୍ତି ଅଭିନେତ୍ରୀ।

ବ୍ରେକଅପ୍‌ର ୨ ବର୍ଷ ପରେ ଏମିତି କହିଲେ ଆଶା ନେଗୀ

ବ୍ରେକଅପ୍‌ର ୨ ବର୍ଷ ପରେ ଏମିତି କହିଲେ ଆଶା ନେଗୀ

  • Share this:
News18 Odia Digital

Asha Negi on Break Up: ଆଶା ନେଗୀ ଜଣେ ଲୋକପ୍ରିୟ ଟିଭି ଅଭିନେତ୍ରୀ ଯିଏ ବର୍ତ୍ତମାନ ଓଟିଟି ଦୁନିଆରେ ପ୍ରାଧାନ୍ୟ ବିସ୍ତାର କରିଛନ୍ତି। ମିସ୍ ଉତ୍ତରାଖଣ୍ଡ ଥିବା ଆଶା ପିଲାଦିନରୁ ଅଭିନେତ୍ରୀ ହେବାକୁ ଚାହୁଁଥିଲେ ଓ ତାଙ୍କ ସ୍ୱପ୍ନ ପୂରଣ ମଧ୍ୟ ହୋଇଛି।

ମୁମ୍ବାଇ ଆସିବା ପରେ ଆଶା ଅଭିନୟ ଶିଖିଲେ, ପରିଶ୍ରମ କଲେ ଓ ନାମ ଅର୍ଜନ କଲେ। ଏହା ସହିତ ସେ ନିଜର କୋ-ଷ୍ଟାର ଋତ୍ବିକ୍ ଧନଜାନୀଙ୍କୁ ହୃଦୟ ଦେଇବସିଥିଲେ। ଉଭୟ ଦୀର୍ଘ ବର୍ଷ ଧରି ପରସ୍ପରକୁ ଡେଟ କରିଥିଲେ।

ସେପଟେ ଫ୍ୟାନ୍ସ ଦୁହିଁଙ୍କ ବିବାହକୁ ଅପେକ୍ଷା କରିଥିଲେ, ତେଣୁ ଯେତେବେଳେ ୨୦୨୦ରେ ସେମାନଙ୍କର ଅଲଗା ହେବାର ଖବର ଆସିଲା ସେତେବେଳେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେମାନଙ୍କର ବ୍ରେକଅପ୍ ବହୁତ ଚକିତ କରିଥିଲା। ବର୍ତ୍ତମାନ ଏକ ସାକ୍ଷାତକାରରେ ଆଶା ମଧ୍ୟ ତାଙ୍କ ପ୍ରେମ ଜୀବନ ଉପରେ ପଚରାଯାଇଥିବା ପ୍ରଶ୍ନର ଖୋଲାଖୋଲି ଉତ୍ତର ଦେଇଛନ୍ତି।

ମୁଁ ଦୁଃଖିତ ନୁହେଁ: ଆଶା ନେଗି

ଏକ ସାକ୍ଷାତକାରରେ, ଯେତେବେଳେ ଆଶାଙ୍କୁ ପଚରାଯାଇଥିଲା ଯେ ୨୦୨୦ ତାଙ୍କ ବ୍ୟକ୍ତିଗତ ପାଇଁ ମଧ୍ୟ ବହୁତ ଚ୍ୟାଲେଞ୍ଜ ଥିଲା, ଆଶା ଏଥିରେ ରାଜି ହୋଇଥିଲେ ଓ କହିଥିଲେ ଯେ ସେ କୌଣସି ବିଷୟକୁ ନେଇ ଦୁଖି ନାହାଁନ୍ତି। କାରଣ ଜୀବନରେ ସାକ୍ଷାତ କରୁଥିବା ପ୍ରତ୍ୟେକ ବ୍ୟକ୍ତି କିଛି ନା କିଛି ଶିକ୍ଷା ଦିଅନ୍ତି। ତେଣୁ ବର୍ତ୍ତମାନ ସେ ଏସବୁଠାରୁ ଆଗକୁ ବଢ଼ିସାରିଛନ୍ତି। ଏହି ବ୍ରେକଅପରୁ ବାହାରିବା ପାଇଁ ସେ ନିଜକୁ ବହୁତ ସାହାସ ଦେଇଥିଲେ ଓ ଆଜି ତାଙ୍କ ଅବସ୍ଥା ଭଲ ଅଛି।

‘ପବିତ୍ର ରିସ୍ତା’ ସେଟରୁ ଆରମ୍ଭ ହୋଇଥିଲା ଲଭ ଷ୍ଟୋରି

ଆଶା ଓ ଋତ୍ବିକଙ୍କ ପ୍ରେମ ସମ୍ପର୍କ ‘ପବିତ୍ର ରିସ୍ତା’ର ସେଟରେ ଆରମ୍ଭ ହୋଇଥିଲା। ଏହି ଶୋ’ରେ ଦୁହେଁ ସ୍ୱାମୀ-ସ୍ତ୍ରୀ ଭୂମିକାରେ ଅଭିନୟ କରିଥିଲେ। ଉଭୟଙ୍କ ସମ୍ପର୍କ ୨୦୧୩ରେ ଆରମ୍ଭ ହୋଇ ୨୦୨୦ ପର୍ଯ୍ୟନ୍ତ ଚାଲିଥିଲା। ମାତ୍ର ୭ ବର୍ଷ ପରେ ଦୁହେଁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ।
Published by:Lipina Das
First published: