ହୋମ୍ » ଓଡ଼ିଶା ନ୍ୟୁଜ୍ » ଏଣ୍ଟରଟେନମେଣ୍ଟ»ଆର୍ୟନ୍ ଖାନଙ୍କୁ ଜେଲରେ ₹୪,୫୦୦ ମନି ଅର୍ଡ଼ର୍ ମିଳିଲା; ଘର ଲୋକଙ୍କ ସହ ଭିଡିଓ କଲ୍ କଲେ

ଆର୍ୟନ୍ ଖାନଙ୍କୁ ଜେଲରେ ₹୪,୫୦୦ ମନି ଅର୍ଡ଼ର୍ ମିଳିଲା; ଘର ଲୋକଙ୍କ ସହ ଭିଡିଓ କଲ୍ କଲେ

Aryan Khan gets Rs 4,500 money order in Mumbai jail, has video call with family | ୨୩-ବର୍ଷୀୟ ଆର୍ୟନ୍‌ ଖାନ୍ ନିଜ ପରିବାର ଲୋକଙ୍କ ସହ ଏହି ୧୦ ମିନିଟର ଭିଡିଓ କଲ୍ କରୁଥିବା ବେଳେ ତାଙ୍କ ପାଖରେ ଜଣେ ଜେଲ୍ କର୍ମଚାରୀ ଉପସ୍ଥିତ ଥିଲେ । ଭିଡିଓ କଲ୍ ହାଇ କୋର୍ଟଙ୍କ ଆଦେଶ ଅନୁଯାୟୀ କରାଯାଇଥିଲା ।

ଆର୍ୟନ୍ ଖାନଙ୍କୁ ଜେଲରେ ₹୪,୫୦୦ ମନି ଅର୍ଡ଼ର୍ ମିଳିଲା; ଘର ଲୋକଙ୍କ ସହ ଭିଡିଓ କଲ୍ କଲେ
ଶାହରଖ ଖାନ ଓ ଗୌରୀ ଖାନଙ୍କ ସହ ତାଙ୍କ ବଡ଼ ପୁଅ ଆର୍ୟନ ଖାନ୍ (ଫାଇଲ୍‌ ଫଟୋ)
  • News18 Odia
  • Last Updated: October 15, 2021, 9:20 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ଡ୍ରଗ୍ସ ସେବନ ଓ ଚୋରା ଚାଲାଣ ଅଭିଯୋଗରେ ଗିରଫ ହୋଇ ମୁମ୍ବାଇର ଆର୍ଥର୍‌ ରୋଡ଼ ଜେଲରେ ଥିବା ଆର୍ୟନ ଖାନଙ୍କୁ ୪,୫୦୦ ଟଙ୍କା ମନି ଅର୍ଡ଼ରେ ମିଳିଛି । ଏହି ଟଙ୍କା ତାଙ୍କ ପାଖକୁ ତାଙ୍କ ବାପା ଶାହରୁଖ ଖାନଙ୍କ ତରଫରୁ ପଠାଯାଇଥିଲା । ଜେଲ୍‌ ନିୟମ ଅନୁସାରେ ଜୋଲରେ ଥିବା ବ୍ୟକ୍ତିଙ୍କୁ ଖାଦ୍ୟ ଓ ଅନ୍ୟ ଜରୁରୀ ସାମଗ୍ରୀ କିଣିବା ପାଇଁ ତାଙ୍କ ପରିବାର ଟଙ୍କା ପଠାଇପାରିବ, କିନ୍ତୁ ସର୍ବାଧିକ ୪,୫୦୦ ଟଙ୍କା ପଠାଇପାରିବ ।

୨୩-ବର୍ଷୀୟ ଆର୍ଯ୍ୟନ୍‌ ଖାନଙ୍କ ସହ ତାଙ୍କ ପରିବାର ଲୋକଙ୍କର ଏକ ଭିଡିଓ କଲକୁ ବି ଜେଲ୍‌ କର୍ତ୍ତୃପକ୍ଷ ଅନୁମତି ଦେଇଥିଲେ । ଏହି ୧୦ ମିନିଟ୍‌ ଭିଡିଓ କଲ୍‌ ସମୟରେ ଆର୍ୟନ ଖାନଙ୍କ ପାଖରେ ଜଣେ ଜେଲ୍‌ କର୍ମଚାରୀ ଉପସ୍ଥିତ ଥିଲେ । ଏହା ହାଇ କୋର୍ଟଙ୍କ ଆଦେଶ ଅନୁଯାୟୀ କରାଯାଇଥିଲା । କୋଭିଡ କାରଣରୁ କଏଦୀମାନଙ୍କୁ ସପ୍ତାହରେ ଦୁଇ ଥର ସେମାନଙ୍କ ପରିବାର ସହିତ ଭିଡିଓ କଲ୍‌ କରିବାକୁ ଅନୁମତି ଦିଆଯାଉଛି । ଆର୍ଯ୍ୟନ୍ ଏହି ସୁବିଧାକୁ ଏ ପର୍ଯ୍ୟନ୍ତ ମାତ୍ର ଥରେ ବ୍ୟବହାର କରିଛନ୍ତି ।

ଏହା ବି ପଢ଼ନ୍ତୁ | ଲାଲୁ ଯାଦବଙ୍କ ପରିବାରରେ ଫାଟ ଦିଶିଲା; ବଡ଼ ପୁ୍ଅ ତେଜ ପ୍ରତାପ ଯାଦବ ପାର୍ଟିରୁ ବାହାରିଗଲେ

ଆର୍ୟନ ଖାନଙ୍କୁ ସୋମବାର ଦିନ (ଅକ୍ଟୋବର ୧୧) ଏହି ଟଙ୍କା ମନି ଅର୍ଡରରେ ମିଳିଥିଲା ଓ ଗୁରୁବାର ଦିନ (ଅକ୍ଟୋବର ୧୪) ସେ ନିଜ ପରିବାର ସହ ଭିଡିଓ କଲ୍ କରି କଥା ହୋଇଥିଲେ ବୋଲି ନ୍ୟୁଜ୍ ଏଜେନ୍ସି ANI କହିଛି । ଜେଲ୍‌ ଅଧୀକ୍ଷକ ନିତିନ ୱେଚାଲ ସ୍ପଷ୍ଟ କରିଛନ୍ତି ଯେ ଆର୍ଯ୍ୟନଙ୍କୁ ଜେଲ୍‌ ଖାଦ୍ୟ ଦିଆଯାଉଛି ।ସେ କହିଛନ୍ତି ଯେ କୋର୍ଟଙ୍କ ଆଦେଶ ନ ଆସିବା ପର୍ଯ୍ୟନ୍ତ ଶାହରଖ ଖାନଙ୍କ ପୁଅକୁ ଘର ରନ୍ଧା ଖାଦ୍ୟ କିମ୍ବା ବାହାର ଖାଦ୍ୟ ଦିଆଯିବ ନାହିଁ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ମମତା ବାନାର୍ଜୀ ମଞ୍ଚରେ ବାବୁଲ୍ ସୁପ୍ରିୟୋଙ୍କ ସହ ଦୁର୍ଗା ପୂଜା ଆଲବମର ଗୀତ ଗାଇଲେ – VIDEO

ମୁମ୍ବାଇରେ ଏକ କ୍ରୁଜ୍ ଜାହାଜରେ କଥିତ ଡ୍ରଗ୍‌ ପାର୍ଟି ବେଳେ ଏନ୍‌.ସି.ବି. ହାତରେ ଧରାପଡ଼ିବା ପରେ ଚତୁର୍ଥ ଥର ପାଇଁ ଆର୍ୟନଙ୍କ ବେଲ୍‌ ଆବେଦନ କୋର୍ଟରେ ଖାରଜ ହୋଇଥିଲା । ତା’ ପରେ ତାଙ୍କୁ ଅକ୍ଟୋବର ୧୪ ତାରିଖ ସନ୍ଧ୍ୟାରେ ପୁଣି ଛଅ ଦିନ ପାଇଁ ଜେଲକୁ ପଠାଇ ଦିଆଯାଇଥିଲା । ମୁମ୍ବାଇର ଏକ ସ୍ବତନ୍ତ୍ର କୋର୍ଟ ତାଙ୍କ ଜାମିନ ଆବେଦନ ଶୁଣାଣିକୁ ଅକ୍ଟୋବର 2୦ ତାରିଖକୁ ଘୁଞ୍ଚାଇ ଦେଇଥିଲେ । ଏବେ ଆର୍ଥର ରୋଡ଼ ଜେଲରେ କଟୁଛି ଆର୍ୟନଙ୍କ ଦଶହରା ଛୁଟି ।

ଏହା ବି ପଢ଼ନ୍ତୁ | ରେଳବାଇର ୧୧ ଲକ୍ଷ କର୍ମଚାରୀଙ୍କ ପାଇଁ ପାର୍ବଣ ଉପହାର: ସେମାନଙ୍କୁ ମିଳିବ ୭୮ ଦିନର ବୋନସ୍

ସୁପରଷ୍ଟାର ଶାହରୁଖ ଖାନଙ୍କ ପୁ୍ଅଙ୍କ ଓକିଲ ଅଦାଲତରେ ବେଲ୍‌ ସପକ୍ଷରେ ଯୁକ୍ତି ବାଢ଼ିଥିବା ବେଳେ ଏନ୍‌.ସି.ବି. ତାକୁ ପ୍ରବଳ ବିରୋଧ କରିଥିଲା । ଏନ୍‌.ସି.ବି. ପକ୍ଷରୁ କୁହାଯାଇଥିଲା ଯେ ବଲିଉଡ ସୁପରଷ୍ଟାରଙ୍କ ପୁଅ ଗତ ତିନି ବର୍ଷ ହେଲା ନିୟମିତ ଭାବେ ଡ୍ରଗ୍ ସେବନ କରିଆସୁଥିଲେ । ଏହାର ପ୍ରମାଣ ହସ୍ତଗତ ହୋଇଛି ବୋଲି ବି ଏନ୍‌.ସି.ବି. କହିଥିଲା ।

ଏହା ବି ପଢ଼ନ୍ତୁ | ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ମୃତ୍ୟୁ ରହସ୍ୟ: ସେ ପାଣିରେ ପଡ଼ିବା ଆଗରୁ ମୃତ୍ୟୁ ହୋଇଥିଲା; ତାଙ୍କ ସାଙ୍ଗ ହୋଟେଲରେ ଲୁଚିଥିଲେ

କୋର୍ଟରେ ଏନ୍‌.ସି.ବି. ଏହା ବି କହିଛି ଯେ ଆର୍ୟନ ଖାନଙ୍କ ବନ୍ଧୁ ଅର୍ବାଜ ମର୍ଚେଣ୍ଟଙ୍କ ନିକଟରୁ ଯେଉଁ ଡ୍ରଗ୍‌ ଜବତ କରାଯାଇଛି ତାହା ଦୁଇ ଜଣଙ୍କ ସେବନ ପାଇଁ ଉଦ୍ଦିଷ୍ଟ ଥିଲା। ବଲିଉଡ ଷ୍ଟାରଙ୍କ ପୁଅଙ୍କୁ  ଜାମିନ ମିଳିଲେ ସେ ତଥ୍ୟ ପ୍ରମାଣ ନଷ୍ଟ କରିଦେବେ ଓ ସାକ୍ଷୀଙ୍କୁ ପ୍ରଭାବିତ କରିବେ ବୋଲି ଆଶଙ୍କା ରହିଥିବାରୁ ତାଙ୍କୁ ବେଲ୍ ଦିଆ ନ ଯାଉ ବୋଲି ଏନ୍‌.ସି.ବି. ପକ୍ଷରୁ ପୁଣି ଥରେ ଯୁକ୍ତି ଉପସ୍ଥାପନ କରାଯାଇଥିଲା । ଉଭୟ ପକ୍ଷଙ୍କୁ ଶୁଣିବା ପରେ ଅଦାଲତ ଜାମିନ ଆବେଦନର ଶୁଣାଣିକୁ ଅକ୍ଟୋବର ୨୦ ତାରିଖକୁ ଘୁଞ୍ଚାଇଥିଲେ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ମୋବାଇଲ୍ଫୋନ୍ହେଲା କାଳ; ଗେମ୍ଖେଳିବାକୁ ଦେବାରୁ ଫ୍ୟାନରେ ଝୁଲି ଆତ୍ମହତ୍ୟା କଲା ଅଷ୍ଟମ ଶ୍ରେଣୀ ଛାତ୍ର

ଆର୍ୟନ୍‌ ଖାନ୍‌ ଏବେ ଆର୍ଥର୍‌ ରୋଡ୍‌ ଜେଲରେ କଏଦୀ ନମ୍ବର ୯୫୬ । ନିୟମ ଅନୁଯାୟୀ ତାଙ୍କୁ ଏହି ନମ୍ବରରେ ଡକାଯାଉଛି ।
Published by: Anand S.T. Das
First published: October 15, 2021, 9:20 PM IST