୭୯ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ ଭେଟେରାନ ଅଭିନେତା ଅରୁଣ ବାଲି

Arun Bali Death: ଭେଟେରାନ ଅଭିନେତା ଅରୁଣ ବାଲିଙ୍କ ଦେହାନ୍ତ ହୋଇଛି। ସେ ୭୯ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ଅରୁଣ ବାଲିଙ୍କ ଦେହାନ୍ତ

ଅରୁଣ ବାଲିଙ୍କ ଦେହାନ୍ତ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ମୁମ୍ବାଇ: ବଲିଉଡର ଭେଟେରାନ ଅଭିନେତା ଅରୁଣ ବାଲିଙ୍କ ଦେହାନ୍ତ ହୋଇଛି। ସେ ୭୯ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଅରୁଣ ବାଲି ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ। ତାଙ୍କୁ କିଛି ମାସ ପୂର୍ବରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ମିଆଷ୍ଟେନିଆ ଗ୍ରାଭିସ୍ ନାମକ ଏକ ବିରଳ ରୋଗ ସହିତ ସେ ଦୀର୍ଘ ସମୟରୁ ଲଢୁଥିଲେ। ଏହା ଏକ ଅଟୋମ୍ୟୁମ୍ୟୁନ ରୋଗ। ଯାହା ସ୍ନାୟୁ ଓ ମାଂସପେଶୀ ମଧ୍ୟରେ ଯୋଗାଯୋଗ ବିଫଳତା ହେତୁ ଘଟିଥାଏ।

ଅରୁଣ ବାଲିଙ୍କ ମୃତ୍ୟୁକୁ ନେଇ ବର୍ତ୍ତମାନ ଟିଭି ଓ ବଲିଉଡ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ମୃତ୍ୟୁରେ ସୋସିଆଲ ମିଡ଼ିଆରେ ଅନେକ ସେଲିବ୍ରିଟି ଓ ପ୍ରଶଂସକ ଶୋକ ପ୍ରକାଶ କରୁଥିବାର ନଜର ଆସୁଛନ୍ତି। ପ୍ରଶଂସକମାନେ ତାଙ୍କ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରୁଛନ୍ତି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିବାରୁ ତାଙ୍କୁ ମୁମ୍ବାଇର ହିରାନନ୍ଦାନୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ସେ ଚିକିତ୍ସିତ ହେଉଥିଲେ। ଅରୁଣ ବାଲି ତାଙ୍କ କ୍ୟାରିୟରରେ ଅକ୍ଷୟ କୁମାର, ସୁଶାନ୍ତ ସିଂ ରାଜପୁତ ଓ ଶାହରୁଖ ଖାନଙ୍କ ଭଳି ଷ୍ଟାରଙ୍କ ସହ କାମ କରିଛନ୍ତି। ସେ ମନୋରଞ୍ଜନ ଜଗତରେ ଫେସନ ଅଭିନେତାଙ୍କ ମଧ୍ୟରୁ ଅନ୍ୟତମ ଥିଲେ।

ପ୍ରକାଶ ଥାଉକି ଅରୁଣ ୯୦ ଦଶକରେ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। ଏହା ପରେ ସେ 'ରାଜୁ ବନ୍ ଗୟା ଜେଣ୍ଟେଲମ୍ୟାନ', 'ଫୁଲ ଔର ଅଙ୍ଗାରେ', 'ଖଳନାୟକ', '୩ ଇଡିଏଟ୍ସ' ଓ 'ପାନିପଥ' ଭଳି ଅନେକ ଫିଲ୍ମରେ ଚମତ୍କାର ଅଭିନୟ କରିଛନ୍ତି। ଏହା ବ୍ୟତୀତ ଟିଭି ଶୋ 'ବାବୁଲ କି ଦୁଆଏଁ ଲେତି ଜା'ରେ ଅଭିନୟ କରିଥିଲେ।
Published by:Lipina Das
First published: