ଟିଭି ପ୍ରଡ୍ଯୁସର ଏକତା କପୁରଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି

ପ୍ରଡ୍ଯୁସର ଏକତା କପୁରଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି; ଏକ ୱେବ୍ ସିରିଜରେ ଜଣେ ସୈନିକଙ୍କ ପତ୍ନୀଙ୍କ ଆପତ୍ତିଜନକ ସିନ୍ ପ୍ରଦର୍ଶନ ଅଭିଯୋଗ

ଏକତା କପୁର (ପ୍ରତୀକାତ୍ମକ ଛବି)

ଏକତା କପୁର (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ପାଟଣା: ବୁଧବାର ବିହାରର ବେଗୁସରାଇର ଏକ କୋର୍ଟରେ ଏକତା କପୁରଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ ଏକତା କପୁର ଓ ତାଙ୍କ ମାତା ଶୋଭା କପୁରଙ୍କ ସୈନିକମାନଙ୍କୁ ଅପମାନିତ କରିବା ଓ ୱେବ୍ ସିରିଜ୍ 'XXX' (ସିଜନ୍ ୨) ରେ ସେମାନଙ୍କ ପରିବାର ସଦସ୍ୟଙ୍କ ଭାବନାକୁ ଆଘାତ ଦେଇଥିବାର ଅଭିଯୋଗ ଆସିଛି। ସେମାନଙ୍କ ବିରୋଧରେ ଗିରଫ ୱାରେଣ୍ଟ ମଧ୍ୟ ଜାରି କରାଯାଇଛି। ପୂର୍ବତନ ସୈନିକ ତଥା ବେଗୁସରାଇ ବାସିନ୍ଦା ଶମ୍ଭୁ କୁମାରଙ୍କ ଅଭିଯୋଗ ଆଧାରରେ ଜଷ୍ଟିସ ବିକାଶ କୁମାରଙ୍କ କୋର୍ଟ ଏହି ୱାରେଣ୍ଟ ଜାରି କରିଛନ୍ତି।

ପୂର୍ବତନ ସୈନିକ ଶମ୍ଭୁ କୁମାର ଅଭିଯୋଗ କରିଛନ୍ତି ଯେ ଧାରାବାହିକ 'XXX' (ସିଜନ -2) ଜଣେ ସୈନିକଙ୍କ ପତ୍ନୀ ସହ ଜଡିତ ଅନେକ ଆପତ୍ତିଜନକ ଦୃଶ୍ୟ ପ୍ରଦର୍ଶନ କରିଛି।

ଶମ୍ଭୁ କୁମାରଙ୍କ ଓକିଲ ହୃଷିକେଶ ପାଠକ କହିଛନ୍ତି ଯେ ଏହି ସିରିଜ୍ ଅଲ୍ଟ ବାଲାଜୀରେ ପ୍ରସାରିତ ହୋଇଥିଲା, ଏକତା କପୁରଙ୍କ ବାଲାଜୀ ଟେଲିଫିଲ୍ସ ଲିମିଟେଡ୍ ମାଲିକାନା ଥିବା OTT ପ୍ଲାଟଫର୍ମରେ ମଧ୍ୟ ବାଲାଜୀ ଟେଲିଫିଲ୍ମ ସହ ଜଡିତ ଅଛି।

ପାଠକ କହିଛନ୍ତି, "କୋର୍ଟ ତାଙ୍କୁ (କପୁର) ଡକାଇ ଏହି ମାମଲାରେ ହାଜର ହେବାକୁ କହିଥିଲେ। ସେ (କପୁର) କୋର୍ଟଙ୍କୁ ସୂଚନା ଦେଇଛନ୍ତି ଯେ ଆପତ୍ତି ପରେ ସିରିଜର କିଛି ଦୃଶ୍ୟ ଡ୍ରପ କରାଯାଇଛି, କିନ୍ତୁ ସେ ତାହା କରିନାହାଁନ୍ତି। ଏହା ପରେ ତାଙ୍କ ବିରୋଧରେ ୱାରେଣ୍ଟ ଜାରି କରାଯାଇଛି।
Published by:Soumya Das
First published: