News 18 Odia Digital
ମୁମ୍ବାଇ: ଅଭିନେତା ଅର୍ଜୁନ କପୁର କିଛି ନା କିଛି ବିଷୟକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। କେବେ ତାଙ୍କ ଚଳଚ୍ଚିତ୍ରକୁ ନେଇ ତ କେବେ ତାଙ୍କ ଲଭ୍ ଲାଇଫକୁ ନେଇ। ତାଙ୍କର ଆଗାମୀ ଚଳଚ୍ଚିତ୍ର 'କୁତ୍ତେ' ପାଇଁ ପୁଣି ଥରେ ସେ ଚର୍ଚ୍ଚାର ବିଷୟ ପାଲଟିଛିନ୍ତି। ଏଥର ଅଭିନେତାଙ୍କୁ ଟ୍ରୋଲ କରୁଥିବା ତାଙ୍କ ଆଗାମୀ ଚଳଚ୍ଚିତ୍ର 'କୁତ୍ତେ'ର ଉଇକିପିଡ଼ିଆ ପୃଷ୍ଠାରେ ଟ୍ୟାମ୍ପରିଂ ଖବର ଆସିଛି।
ମିଡିଆ ରିପୋର୍ଟ ଅନୁଯାୟୀ, ଅର୍ଜୁନ କପୁରଙ୍କ ଆଗାମୀ ଚଳଚ୍ଚିତ୍ର 'କୁତ୍ତେ' (Kuttey)ର ଉଇକିପିଡ଼ିଆ ପୃଷ୍ଠାରେ ଟ୍ୟାମ୍ପରିଂ କରୁଥିବା ବେଳେ ଜଣେ ଟ୍ରଲର ଲେଖିଛନ୍ତି ଯେ ମୁଁ କୌଣସି ଅଭିନୟ ଦକ୍ଷତା ବିନା ଅଭିନୟ କରେ।
ନେପୋଟିଜିମ୍ (Nepotism) କୁ ନେଇ ମଧ୍ୟ ଅର୍ଜୁନ କପୁରଙ୍କୁ ଅନେକ ଥର ଟ୍ରୋଲ କରାଯାଏ। ତାଙ୍କ ଅଭିନୟ ଶୈଳୀକୁ ନେଇକି ମଧ୍ୟ ଲୋକୋମାନେ ଅନେକ ଥର ତାଙ୍କ ଟ୍ରୋଲ କରିଛନ୍ତି। ଅର୍ଜୁନ କପୁର ହେଉଛନ୍ତି ବଲିଉଡର ଭେଟେରାନ ନିର୍ଦ୍ଦେଶକ ବୋନି କପୁରଙ୍କ (Boney Kapoor) ପୁଅ।
ତେବେ କିଛି ସମୟ ପରେ ଫିଲ୍ମର ଉଇକିପିଡ଼ିଆ ପୃଷ୍ଠାରେ କରାଯାଇଥିବା ଟ୍ୟାମ୍ପରିଂକୁ ମଧ୍ୟ ପରିବର୍ତ୍ତନ କରାଯାଇଥିଲା।
ଆଜମାନ ଭରଦ୍ୱାଜ (Aasman Bharadwaj) ଅର୍ଜୁନ କପୁରଙ୍କ ଆଗାମୀ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଉଛନ୍ତି। ଅର୍ଜୁନ କପୁରଙ୍କ ବ୍ୟତୀତ ତବୁ(Tabu), ନାସିରୁଦ୍ଦିନ ଶାହା Naseeruddin Shah) ଏବଂ (Konkona Sensharma) କନକୋନା ସେନ୍ସରମାଙ୍କ ଭଳି ବଡ ତାରକା ଏହି ଫିଲ୍ମରେ ଦେଖିବାକୁ ପାଇବେ। ବିଶାଲ ଭରଦ୍ୱାଜଙ୍କ ସଙ୍ଗୀତ ଏବଂ ଗୁଲଜାରଙ୍କ ଗୀତ ମଧ୍ୟ କୁତ୍ତେରେ ଦେଖିବାକୁ ମିଳିବ। ଏହି ଚଳଚ୍ଚିତ୍ର ଦର୍ଶକଙ୍କ ପାଇଁ ୧୩ ଜାନୁଆରୀରେ ମୁକ୍ତିଲାଭ କରିବ। ବର୍ତ୍ତମାନ ଦର୍ଶକଙ୍କ ଠାରୁ ଫିଲ୍ମକି ପ୍ରକାର ପ୍ରତିକ୍ରିୟା ପାଇବ ତାହା ଦେଖିବାକୁ ସମସ୍ତଙ୍କ ଅପେକ୍ଷା।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।