ଅର୍ଜୁନ କପୁର ଏବଂ ମଲାଇକା ଆରୋରା
- News18 Odia
- Last Updated :
- New Delhi, India
News 18 Odia Digital
ମୁମ୍ବାଇ: ଆଜି ମଲାଇକା ଆରୋରା ତାଙ୍କର ୪୯ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ବିଶେଷ ଅବସରରେ ସେ ସୋସିଆଲ ମିଡିଆ ମାଧ୍ୟମରେ ସମସ୍ତ ଅଭିନନ୍ଦନ ବାର୍ତ୍ତା ଏବଂ ଶୁଭେଚ୍ଛା ଗ୍ରହଣ କରୁଛନ୍ତି। ମଲାଇକାଙ୍କ ବଏଫ୍ରେଣ୍ଡ ଅର୍ଜୁନ କପୁର ତାଙ୍କୁ ଏକ ରୋମାଣ୍ଟିକ ଢ଼ଙ୍ଗରେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ସେୟାର କରି ସେ ଏକ ସୁନ୍ଦର ପୋଷ୍ଟ ଲେଖିଛନ୍ତି।
ଅର୍ଜୁନ କପୁର ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ ସେୟାର କରି ଲେଖିଛନ୍ତି, "Happy Birthday baby, be happy be mine" ଅର୍ଜୁନଙ୍କ ଏହି ଜନ୍ମଦିନ ଶୁଭେଛା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରଶଂସକମାନେ ମଧ୍ୟ ତାଙ୍କ ପୋଷ୍ଟରେ ଲଗାତାର ଲାଇକ ଏବଂ କମେଣ୍ଟ ଦେଉଛନ୍ତି।
ଅର୍ଜୁନ କପୁର ଏବଂ ମଲାଇକା ଆରୋରା ଦୀର୍ଘ ସମୟ ଧରି ପରସ୍ପରକୁ ଡେଟ କରୁଛନ୍ତି। ଉଭୟ ପ୍ରାୟତ ସୋସିଆଲ ମିଡିଆ ମାଧ୍ୟମରେ ନିଜର ପ୍ରେମ ବ୍ୟକ୍ତ କରନ୍ତି। ଅନେକ ସ୍ଥାନରେ ମଲାଇକା ଏବଂ ଅର୍ଜୁନ କପୁରଙ୍କୁ ଏକାଠି ଦେଖିବାକୁ ମିଳିଛି।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।