ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ଯବସ୍ଥାକୁ ନେଇ ଚିନ୍ତାରେ କଳାକାର; ଜାଣନ୍ତୁ କଣ କହିଲେ ଅର୍ଦ୍ଧେନ୍ଦୁ

ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ଯବସ୍ଥା ପାଇଁ ଆର୍ଥିକ ସହାୟତା ଦରକାର, ସେ ତାଙ୍କ ଦେହର କଷ୍ଟ ନିଜେ ସହିଯିବେ: ଅର୍ଦ୍ଧେନ୍ଦୁ

ପିଣ୍ଟୁ ନନ୍ଦଙ୍କୁ ନେଇ ଚିନ୍ତାରେ କଳାକାର

ପିଣ୍ଟୁ ନନ୍ଦଙ୍କୁ ନେଇ ଚିନ୍ତାରେ କଳାକାର

  • News18 Odia
  • Last Updated :
  • Other, India
  • Share this:
News18 Odia Digital

Pintu Nanda Health Condition: ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ ଲିଭର ସିରୋସିସ୍ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ଉନ୍ନତ ମାନର ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀ ନିଆଯିବ । ଅପରେସନ ପାଇଁ ଆସନ୍ତା କାଲି ଦିଲ୍ଲୀ ଯିବେ ପିଣ୍ଟୁ ନନ୍ଦ। ପିଣ୍ଟୁ ନନ୍ଦଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତ ପାଇଁ ଚାରିଆଡୁ ଚେଷ୍ଟା କରାଯାଉଛି । ତାଙ୍କର ସ୍ୱାସ୍ଥବସ୍ଥାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଅର୍ଦ୍ଧେନ୍ଦୁ ।

ପିଣ୍ଟୁଙ୍କ ନିକଟରେ ପହଞ୍ଚିଲେ ଆକାଶ ଦାସନାୟକ; ଜାଣନ୍ତୁ କଣ କହିଲେ ଆକାଶ

ପିଣ୍ଟୁ ନନ୍ଦଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଦରକାର ବାକି ସବୁ କଷ୍ଟ ସେ ନିଜେ ନେବେ । ତାଙ୍କ ସହ ମୁଁ ୨ ଟି ଫିଲ୍ମ କରିଛି । ବାକି ସମୟରେ ମୁଁ ତାଙ୍କ ସହ କଥା ହୁଏ। କିଛି ଦିନ ପୂର୍ବରୁ ତାଙ୍କ ସହ ଦେଖାହୋଇଥିଲା । ସେତେବେଳେ ସ୍ୱାସ୍ଥବସ୍ଥା ବାବଦରେ ଏତେଟା ଜାଣିନଥିଲି । ଏବେ ଜାଣିବା ପରେ ଦୁଃଖ ଲାଗୁଛି ବୋଲି କହିଛନ୍ତି ଅର୍ଦ୍ଧେନ୍ଦୁ । କେବଳ ସେତିକି ନୁହେଁ ସମସ୍ତେ ତାଙ୍କୁ ସାହାଯ୍ଯ କରନ୍ତୁ । ଯେଉଁମାନେ ତାଙ୍କୁ ସାହାଯ୍ୟ କରିଛନ୍ତି ସମସ୍ତଙ୍କୁ ଧନ୍ଯବାଦ ଜଣାଇଛନ୍ତି ଅଭିନେତା ।

ଅପରେସନ ପାଇଁ କାଲି ଦିଲ୍ଲୀ ଯିବେ ପିଣ୍ଟୁ ନନ୍ଦ; ILVS ହସ୍ପିଟାଲରେ ହେବ ଅପରେସନ

ଆଜି ପିଣ୍ଟୁ ନନ୍ଦଙ୍କୁ ଅଭିନେତା ଆକାଶ ଦାସନାୟକ ମଧ୍ଯ ଭେଟ କରିଥିଲେ। ଭେଟିବା ସହ ଆକାଶ କହିଥିଲେ ଯେ, ଅଭିନୟର ଯାଦୁରେ ଦର୍ଶକଙ୍କୁ ବାନ୍ଧି ରଖୁଥିବା ଅଭିନେତା ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କିତ ଖବର ଅତ୍ୟନ୍ତ ଦୁଃଖଦାୟକ । ସମସ୍ତଙ୍କର ସ୍ନେହ, ଶ୍ରଦ୍ଧା ଓ ଭଲପାଇବା ସହ ଏତେ ବାଟ ଆଗକୁ ଆସିଥିବା ପିଣ୍ଟୁ ବର୍ତ୍ତମାନ ସମୟରେ ଲିଭର୍‌ ସିରୋସିସ୍‌ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିବା ବେଳେ ସମସ୍ତଙ୍କ ସହଯୋଗର ବିଶେଷ ଆବଶ୍ୟକତା ରହିଛି। ତେବେ ଆସନ୍ତୁ ସମସ୍ତେ ମିଶି ନିଜ ନିଜର ସକ୍ଷମ ଅନୁଯାୟୀ ତାଙ୍କୁ ସହଯୋଗ କରିବା ଏବଂ ଆଶୁ ଆରୋଗ୍ୟ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବା ।
Published by:Soumya Das
First published: