ଅର୍ଦ୍ଧେନ୍ଦୁଙ୍କ ବଡ଼ ହୃଦୟ; ପିଣ୍ଟୁ ନନ୍ଦଙ୍କ ଚିକିତ୍ସା ପାଇଁ ଦେଲେ ୧୦ ଲକ୍ଷ

କୁହାଯାଏ, ବିପଦ ବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ। ପିଣ୍ଟୁ ନନ୍ଦଙ୍କ ଅସୁବିଧା ବେଳେ ସାହାଯ୍ୟ କରି ଏହି କଥା ପ୍ରମାଣ କରିଦେଇଛନ୍ତି ଅର୍ଦ୍ଧେନ୍ଦୁ।

ଅର୍ଦ୍ଧେନ୍ଦୁଙ୍କ ବଡ଼ ହୃଦୟ

ଅର୍ଦ୍ଧେନ୍ଦୁଙ୍କ ବଡ଼ ହୃଦୟ

  • News18 Odia
  • Last Updated :
  • Other, India
  • Share this:

News18 Odia Digital


ଭୁବନେଶ୍ୱର: ପୁଣି ବଡ଼ ହୃଦୟର ପରିଚୟ ଦେଲେ ଅଭିନେତା ଅର୍ଦ୍ଧେନ୍ଦୁ ଦାସ ଅସୁସ୍ଥ ପିଣ୍ଟୁ ନନ୍ଦଙ୍କ ଚିକିତ୍ସା ପାଇଁ ବଢାଇଛନ୍ତି ସହାୟତାର ହାତ। ପିଣ୍ଟୁଙ୍କ ବାସ ଭବନକୁ ଯାଇ ସଫଳ ଅସ୍ତ୍ରୋପ୍ରଚାର ନିମନ୍ତେ ୧୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ଅର୍ଦ୍ଧେନ୍ଦୁ ସାଥିରେ କ୍ରିଏଟିଭ୍ ହେଡ ପ୍ରଣୟ ଜେଠୀ ମଧ୍ୟ ଉପସ୍ଥିତ ଥିଲେ 


ଅଭିନେତା ପିଣ୍ଟୁ ନନ୍ଦ ଜଟିଳ ଲିଭର ସିରୋସିସ୍ ରୋଗରେ ପୀଡ଼ିତ ଅଛନ୍ତି । ବ୍ୟୟବହୁଳ ଚିକିତ୍ସା ପାଇଁ ବହୁ ଅର୍ଥର ଆବଶ୍ୟକତା ଥିବା ବେଳେ ସହାୟତା ପାଇଁ ଶୁଭେଛୁ ଓ କଳାକାରମାନେ ହାତ ବଢାଇଛନ୍ତି। ଏଭଳି ସ୍ଥିତିରେ ଆଉ ପାଦେ ଆଗକୁ ଯାଇ ପିଣ୍ଟୁଙ୍କ ପାଇଁ ଠିଆ ହୋଇଛନ୍ତି ଅର୍ଦ୍ଧେନ୍ଦୁ  ।

ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ଯବସ୍ଥାକୁ ନେଇ ଚିନ୍ତାରେ କଳାକାର; ଜାଣନ୍ତୁ କଣ କହିଲେ ଅର୍ଦ୍ଧେନ୍ଦୁ


ଦିଲ୍ଲୀର ILVS ହସ୍ପିଟାଲରେ ପିଣ୍ଟୁଙ୍କ ଅପରେସନ କରାଯିବ ବର୍ତ୍ତମାନ ସୁଦ୍ଧା ଦୁଇ ଜଣ ଲିଭର ଡୋନର ସ୍ଥିର ହୋଇଛନ୍ତି ତଥାପି  ବ୍ୟାପକ ଅର୍ଥର ଆବଶ୍ୟକତା ରହିଛି ଏଭଳି ସମୟରେ ପିଣ୍ଟୁଙ୍କ ସାଥ ଦେଇଛନ୍ତି ରାଜ୍ୟବାସୀ, ସାଥି କଳାକର ସିନେମା ସଂଘ। ବ୍ୟୟ ବହୁଳ ଅପରେସନ ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ିଛନ୍ତି ପିଣ୍ଟୁ ନନ୍ଦ। ବହୁ ଶୁଭେଛୁ ତାଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି ଆହୁରି ଅଧିକ ଅର୍ଥର ଆବଶ୍ୟକତା ରହିଛି ଏଣୁ ଅଧିକ ସହାୟତା ପାଇଁ ସେ ନିବେଦନ କରିଛନ୍ତି


ସେପଟେ ଅର୍ଥ ପ୍ରଦାନ ପାଇଁ ତାଙ୍କ ଭାଇ ଅଭିରାମ ନନ୍ଦଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବାକୁ ଅନୁରୋଧ କରିଛନ୍ତି  । ଅନ୍ୟଥା ଅନ୍ୟ କୌଣସି ଆକାଉଣ୍ଟକୁ ପଠାଇବେ ନାହିଁ । ଅନେକ ଚଳଚ୍ଚିତ୍ରରେ ଚିତାକର୍ଷକ ଅଭିନୟ କରି ଦର୍ଶକଙ୍କ ହୃଦୟରେ ରାଜ କରିଛନ୍ତି ପିଣ୍ଟୁ  । ତେଣୁ ପିଣ୍ଟୁଙ୍କ ଅସମୟରେ ଠିଆ ହୋଇଛନ୍ତି ଦର୍ଶକ, ସାଥି କଳାକାର ଓ ସିନେମା ସଂଘ  । ଯଥା ସମ୍ଭବ ସାହାଯ୍ୟ ପ୍ରଦାନ କରୁଛନ୍ତି ଲୋକେ  । ଆଜି ଭୋରରୁ ଅପରେସନ ପାଇଁ ପିଣ୍ଟୁ ଦିଲ୍ଲୀ ଯାଇଥିବାବେଳେ ହାତ ଯୋଡି ରାଜ୍ୟବାସୀଙ୍କ ଆଶୀର୍ବାଦ ଲୋଡିଛନ୍ତି  । ସେଠାରେ ଆବଶ୍ୟକୀୟ ଅର୍ଥ ପାଇଁ ପୂର୍ବପରି ସାହାଯ୍ୟ ଓ ସମର୍ଥନ କରିବାକୁ ନିବେଦନ କରିଛନ୍ତି ।

ପିଣ୍ଟୁଙ୍କ ନିକଟରେ ପହଞ୍ଚିଲେ ଆକାଶ ଦାସନାୟକ; ଜାଣନ୍ତୁ କଣ କହିଲେ ଆକାଶ


ଦିନ ଦୁଃଖୀ ଦରିଦ୍ରଙ୍କ ପାଇଁ ଦରଦୀ ମଣିଷ ଅର୍ଦ୍ଧେନ୍ଦୁ। ସେ କେବଳ ଜଣେ ଅଭିନେତା ନୁହଁନ୍ତି, ଜଣେ ହୃଦୟବାନ ମଣିଷ ମଧ୍ୟ । ଆଗରୁ ସମାଜସେବା କ୍ଷେତ୍ରରେ ସେ ନିଜକୁ ନିୟୋଜିତ କରିଛନ୍ତି। ସହିଦ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିବା ସହ ଅନେକ ଅନାଥ ପିଲାଙ୍କ ପାଇଁ ସାହାରା ସାଜିଛନ୍ତି। ବିଭିନ୍ନ ସମୟରେ ଅନେକ ଅନାଥଶ୍ରମକୁ ଯାଇ ଯଥା ସମ୍ଭବ ସାହାଯ୍ୟ କରିଛନ୍ତି। ଦୁଃଖି-ରଙ୍କିଙ୍କ ସାଥିରେ ସର୍ବଦା ସାଥ୍ ଦେଇଛନ୍ତି ଅର୍ଦ୍ଧେନ୍ଦୁ । ସେଥିପାଇଁ ତାଙ୍କୁ ଦରଦୀ ବନ୍ଧୁ ଅର୍ଦ୍ଧେନ୍ଦୁ ବୋଲି ଅନେକ କୁହନ୍ତି। ସେପଟେ ଅର୍ଦ୍ଧେନ୍ଦୁଙ୍କ ମହତ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ବୁଦ୍ଧିଜୀବୀ ।
Published by:Soumya Das
First published: