ଲୁଚିକି ମା' ଅର୍ଚ୍ଚନାଙ୍କ ଭିଡିଓ ସୁଟ୍ କରୁଥିଲେ ପୁଅ: ରାଗିକି ଚାପୁଡ଼ା ମାରିଲେ ମା'; ଭାଇରାଲ ହେଉଛି ଭିଡିଓ

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥି ଅର୍ଚ୍ଚନା ପୂରନ ସିଂଙ୍କ ନୂଆ ଭିଡିଓ । ସେ ନିଜର କେଶ କାଟୁଥିବା ବେଳେ ତାଙ୍କ ଭିଡିଓ ଲୁଚିକି ସୁଟ୍ କରିଥିଲେ ।

ପୁଅକୁ ଚାପୁଡା ମାରିଲେ ଅର୍ଚ୍ଚନା ପୂରନ ସିଂ

ପୁଅକୁ ଚାପୁଡା ମାରିଲେ ଅର୍ଚ୍ଚନା ପୂରନ ସିଂ

  • Share this:
News18 Odia Digital

ମୁମ୍ବାଇ: ନିକଟରେ ଅର୍ଚ୍ଚନା ପୂରନ ସିଂଙ୍କ ସହ କିଛି ଏମିତି ଘଟିଥିଲା, ଯାହା ଦ୍ବାରା ସେ ଭୀଷଣ ରାଗି ଯାଇ ନିଜ ପୁଅଙ୍କୁ ଚାପୁଡା ମାରି ଦେଇଥିଲେ । ଅର୍ଚ୍ଚନା ସୋସିଆଲ ମିଡ଼ିଆରେ ଅନେକ ସମୟରେ ମଜାଳିଆ BTS ଭିଡିଓ ଶେୟାର କରନ୍ତି । ହେଲେ ନିକଟରେ ପୁଅ ତାଙ୍କ ବିନା ଅନୁମତିରେ ବିନା ମେକଅପ୍ ଭିଡିଓ ଶେୟାର କରିଥିଲେ । ଏହି ଭିଡିଓ ଦେଖି ଅର୍ଚ୍ଚନା କ୍ରୋଧିତ ହୋଇ ପୁଅକୁ ଚାପୁଡ଼ା ମାରିଥିଲେ।

କଥାଟି ହେଲା ଯେ ଅର୍ଚ୍ଚନା ପୂରନ ସିଂ ଡ୍ରେସିଂ ମିରର ସାମ୍ନାରେ ଠିଆ ହୋଇଥିବାବେଳେ କେଶ କାଟୁଥିଲେ ଯେତେବେଳେ ତାଙ୍କ ପୁଅ ଆୟୁଷ୍ମାନ ଲୁଚି ତାଙ୍କର ଏକ ଭିଡିଓ ସୁଟିଂ କରିଥିଲେ। ପୁଅ ତାଙ୍କ ଭିଡିଓ ତିଆରି କରୁଛି ବୋଲି ଅର୍ଚ୍ଚନା ଜାଣି ନଥିଲେ, କିନ୍ତୁ ଯେତେବେଳେ ସେ ଜାଣିଲେ ସେତେବେଳେ ସେ ରାଗିଗଲେ। ସେ ପୁଅକୁ ପାଟି କରି ଚାପୁଡ଼ା ମାରିଥିଲେ।

ଭିଡିଓରେ ଅର୍ଚ୍ଚନା କହୁଛନ୍ତି, ‘‘ମୋତେ ଲାଗୁଛି ଯେ ମୁଁ ବହୁତ କେଶ କାଟିଛି ଓ ଯଦି ମୁଁ ଏହିପରି ଅଧିକ କେଶ କାଟିବି, ତେବେ ମୁଁ ଲଣ୍ଡା ହୋଇଯିବି।’’ ଏହା ଶୁଣି ଆୟୁଷ୍ମାନ କହିଛନ୍ତି ଯେ ସେ ଡ୍ରେସିଂ ଉପରେ ଏକ ଡଷ୍ଟବିନ ରଖିଛନ୍ତି। କିନ୍ତୁ ତା’ପରେ ଅର୍ଚ୍ଚନାଙ୍କ ଆଖି ଆୟୁଷ୍ମାନ ଉପରେ ପଡ଼େ। ସେ ଦେଖିବା ମାତ୍ରେ ଆୟୁଷ୍ମାନ ତାଙ୍କୁ ରେକର୍ଡିଂ କରୁଛନ୍ତି, ସେ କ୍ରୋଧିତ ହୋଇ ତାଙ୍କୁ ଚାପୁଡ଼ା ମାରିଛନ୍ତି ।




ଏହି ଭିଡିଓ ଆୟୁଷ୍ମାନ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି, ଯେଉଁଥିରେ ଆଶ୍ଚର୍ଯ୍ୟଜନକ ପ୍ରତିକ୍ରିୟା ଆସୁଛି। ଭିଡିଓ ସେୟାର କରି ଆୟୁଷ୍ମାନ ଲେଖିଛନ୍ତି, ‘‘ମା'ଙ୍କ ଚାପୁଡ଼ା । ମା'ଙ୍କୁ ବିରକ୍ତ କରିବାଠାରୁ ଅଧିକ ମଜା ଆଉ କେଉଁଥିରେ ଅଛି କି?’’
Published by:Lipina Das
First published: