ହୋମ୍ » ଓଡ଼ିଶା ନ୍ୟୁଜ୍ » ଏଣ୍ଟରଟେନମେଣ୍ଟ»ସିଦ୍ଧୁଙ୍କ ଇସ୍ତଫା ପରେ ଜଜ ଗାଦୀକୁ ନେଇ ଚିନ୍ତାରେ ଅର୍ଚ୍ଚନା ସିଂ ପୂରନ; ମିମ୍ସ ଭାଇରାଲ

ସିଦ୍ଧୁଙ୍କ ଇସ୍ତଫା ପରେ ଜଜ ଗାଦୀକୁ ନେଇ ଚିନ୍ତାରେ ଅର୍ଚ୍ଚନା ସିଂ ପୂରନ; ମିମ୍ସ ଭାଇରାଲ

ସୋସିଆଲ ମିଡ଼ିଆରେ ପ୍ରଶ୍ନ ଉଠୁଛି ଯେ କଂଗ୍ରେସରୁ ଇସ୍ତଫା ଦେବା ପରେ ସିଦ୍ଧୁ ପୁଣି ଥରେ ‘ଦ କପିଲ ଶର୍ମା ଶୋ’ କୁ ଫେରିବେ ନାହିଁ ତ? ଯଦି ଏହା ହୁଏ ତେବେ ବର୍ତ୍ତମାନ ଶୋ’ର ଜଜ ଥିବା ଅର୍ଚ୍ଚନା ପୂରନ ସିଂହଙ୍କର କ’ଣ ହେବ?

ସିଦ୍ଧୁଙ୍କ ଇସ୍ତଫା ପରେ ଜଜ ଗାଦୀକୁ ନେଇ ଚିନ୍ତାରେ ଅର୍ଚ୍ଚନା ସିଂ ପୂରନ; ମିମ୍ସ ଭାଇରାଲ
‘ଦ କପିଲ ଶର୍ମା ଶୋ’ରେ ଜଜ ଦାୟିତ୍ୱ ତୁଲାଉଛନ୍ତି ଅର୍ଚ୍ଚନା ସିଂ ପୂରନ (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: September 30, 2021, 1:01 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ : କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ ପଞ୍ଜାବ କଂଗ୍ରେସ ମଧ୍ୟକ୍ଷ ପଦରୁ ଇସ୍ତଫା ଦେଇ ରାଜନୀତି ମହଲକୁ ସରଗରମ କରିଦେଇଛନ୍ତି। ତେବେ ଏବେ ସୋସିଆଲ ମିଡ଼ିଆରେ ପ୍ରଶ୍ନ ଉଠୁଛି ଯେ କଂଗ୍ରେସରୁ ଇସ୍ତଫା ଦେବା ପରେ ସିଦ୍ଧୁ ପୁଣି ଥରେ ‘ଦ କପିଲ ଶର୍ମା ଶୋ’ କୁ ଫେରିବେ ନାହିଁ ତ? ଯଦି ଏହା ହୁଏ ତେବେ ବର୍ତ୍ତମାନ ଶୋ’ର ଜଜ ଥିବା ଅର୍ଚ୍ଚନା ପୂରନ ସିଂହଙ୍କର କ’ଣ ହେବ? ସେ କ’ଣ ଗାଦି ଛାଡ଼ିଦେବେ? ସିଦ୍ଧୁଙ୍କ ଇସ୍ତଫା ପରେ ସୋସିଆଲ ମିଡ଼ିଆରେ ଉଭୟଙ୍କ ମିମ୍ସ ଭାଇରାଲ ହେଉଛି।

ତେବେ ସୋସିଆଲ୍ ମିଡ଼ିଆରେ ସିଦ୍ଧୁ ଓ ଅର୍ଚ୍ଚନାଙ୍କ ମିମ୍ସ ଭାଇରାଲ ହେଉଥିବା ଖବର ଅର୍ଚ୍ଚନା ପୂରନ ସିଂହ ବି ଜାଣିଛନ୍ତି। ଏହାର ପ୍ରତି ଉତ୍ତର ସେ ମଜ୍ଜାଳିଆ ଢଙ୍ଗରେ ଦେଇଛନ୍ତି। ଅର୍ଚ୍ଚନା କହିଛନ୍ତି ଯେ “ଭାଇ କିଏ କହୁଛି ଯେ ମୋ ଗାଦି ପ୍ରତି ବିପଦ ଅଛି। କିନ୍ତୁ ମୁଁ ତ କହିବି ଯେଉଁ ଗାଦି ନବଜୋତ ଛାଡ଼ିଛନ୍ତି ସେ ଗାଦିକୁ ମୋ ପ୍ରତି ବିପଦ ରହିବା ଉଚିତ। ଏମିତିରେ ବି ତ ମୁଁ ଗାଦିକୁ କବଳିତ କରିବା ନେଇ ବଦନାମ ହୋଇଛି। ତେଣୁ ଭୟ ମତେ ନୁହେଁ ସେ ଗାଦିକୁ ହେବା ଦରକାର, କାରଣ ମୋ ନଜର ଏବେ ସେ ଗାଦି ଉପରେ ରହିଛି।”

ସେ ଆହୁରି କହିଛନ୍ତି ଯେ “ମୁଁ ଅନେକ ଟ୍ୱିଟ୍ ଦେଖିଛି। ସେଥିରୁ ମୁଁ ଅନେକ୍ ଟ୍ୱିଟକୁ ରିଟ୍ୱିଟ୍ ବି କରିଛି। ମିମ୍ସ ବହୁତ ମଜ୍ଜାଳିଆ ହେଇଛି। ଲୋକେ ସେମାନଙ୍କର ସୃଜନଶୀଳତା ଦେଖାଉଛନ୍ତି। ମୁଁ ବହୁତ ଖୁସି ଯେ ଭାରତୀୟମାନଙ୍କ ଭିତରେ ଭଲ ସେନ୍ସ ଅଫ୍‌ ହ୍ୟୁମର ଅଛି। ପଲିଟିକ୍ସ, କ୍ରିକେଟ୍ ଓ ମନୋରଞ୍ଜନ ସବୁବେଳେ ପରସ୍ପର ସହିତ ଜଡ଼ିତ। ନବଜୋତ ସିଂହ ସିଦ୍ଧୁ ଓ ମୋ କ୍ଷେତ୍ରରେ ପଲିଟିକ୍ସ ଅଛି କ୍ରିକେଟ ଅଛି ଓ ମନୋରଞ୍ଜନ ବି ଅଛି।” ସେ ଆହୁରି ମଜ୍ଜାଳିଆ ଢଙ୍ଗରେ କହିଛନ୍ତି ଯେ ସେପଟେ ପଞ୍ଜାବ କଂଗ୍ରେସରୁ ଇସ୍ତଫା ନେଲେ ନବଜୋତ ସିଂହ ସିଦ୍ଧୁ କିନ୍ତୁ ଏପଟେ ଦେଶସାରା ‘ଦ କପିଲ ଶର୍ମା’ ଶୋ ଓ ଅର୍ଚ୍ଚନା ପୁନମ ଟ୍ରେଣ୍ଡ ହେଉଛନ୍ତି।

ଦ କପିଲ ଶର୍ମା ଶୋ’ର କଳାକାରମାନେ ଜଜଙ୍କ ଗାଦିକୁ ନେଇ ଅର୍ଚ୍ଚନାଙ୍କ ସହ ଥଟ୍ଟା ମଜ୍ଜା କରନ୍ତି। ଏମିତିରେ ବି ଶୋ’ର ଏକ ଏପିସୋଡ୍‌ରେ ଅର୍ଚ୍ଚନା ପେମେଣ୍ଟଙ୍କୁ ନେଇ ପ୍ରଶ୍ନ ଉଠାଇଥିଲେ। ସେ କହିଥିଲେ ଯେ ନବଜୋତ ସିଂହ ସିଦ୍ଧୁ ଓ ତାଙ୍କୁ ମିଳୁଥିବା ଟଙ୍କାରେ ଆକାଶ ପାତାଳ ତଫାତ। ଏମିତି ଜେଣ୍ଡର ଗ୍ୟାପ କ’ଣ ପାଇଁ ବୋଲି ସେ କହିଥିଲେ। ସେହି ଏପିଶୋଡ଼ରେ ଜନ ଆବ୍ରାହମ ଓ ମୋନୀ ରାୟ ସେମାନଙ୍କ ଫିଲ୍ମ ‘ରୋମିଓ ଆକବର ୱାଲ୍ଟର’ର ପ୍ରୋମୋସନ ପାଇଁ ଯାଇଥିଲେ।

ଶୋ ଚାଲିଥିବା ବେଳେ କପିଲ ଶର୍ମା ସେମାନଙ୍କୁ ଏକ ପ୍ରଶ୍ନ ପଚାରିଥିଲେ ଯେ ଯଦି ସେମାଙ୍କୁ ସେପ୍ ଶିଫ୍ଟିଂ ସ୍ନେକ୍ ଶକ୍ତି ମିଳିଯାଏ ତେବେ ସେମାନେ କ’ଣ ହେବାକୁ ଚେଷ୍ଟା କରିବେ। ଜନ୍‌ ଆଉ ମୋନୀ କହିଥିଲେ ଯେ ଅର୍ଚ୍ଚନା ପୂରନ ମଧ୍ୟ ଏହାର ବିଚାର ରଖନ୍ତୁ। ଅର୍ଚ୍ଚନା କହିଥିଲେ ଯେ ଯଦି ଏମିତି ଶକ୍ତି ମିଳିଯାଏ ତେବେ ସେ ସିଦ୍ଧୁ ହେବାକୁ ପସନ୍ଦ କରିବେ। କାରଣ ତାଙ୍କୁ ଏଠାରେ ଅଧିକ ପେମେଣ୍ଟ ମିଳୁଥିଲା। ତେବେ ତାଙ୍କ କଥାକୁ ସମସ୍ତେ ହସିକି ଉଡେଇ ଦେଇଥିଲେ। ସୂଚନା ମୁତାବକ ଅର୍ଚ୍ଚନା ପୂରନ ସିଂହଙ୍କୁ ‘ଦ କପିଲ୍ ଶର୍ମା ଶୋ’ର ପ୍ରତି ଏପିଶୋଡ୍‌ରେ ୧୦ ଲକ୍ଷ ଟଙ୍କା ମିଳେ। କିନ୍ତୁ ସିଦ୍ଧୁଙ୍କୁ ବାର୍ଷିକ ୨୫ କୋଟି ଟଙ୍କା ମିଳୁଥିଲା। ତେବେ ବର୍ତ୍ତମାନ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ସିଦ୍ଧୁଙ୍କ ମିମ୍ସକୁ ନେଇ ଲୋକେ ଖୁବ୍ ମଜ୍ଜା ନେଉଛନ୍ତି।
Published by: Soumya Das
First published: September 30, 2021, 12:52 PM IST