News18 Odia Digital
AR Rahman Son AR Ameen: ବଲିଉଡର ଶ୍ରେଷ୍ଠ ଗାୟକ ଏ ଆର୍ ରେହମାନ(A R Rehman)ଙ୍କ ପୁଅ ଏ ଆର୍ ଅମିନ(A R Ameen)ଙ୍କ ସହ ଜଡିତ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସୁଛି। ଗୁରୁବାର ଦିନ ଅମିନ ତାଙ୍କର ଏକ ଗୀତ ଭିଡିଓ ସୁଟିଂ କରୁଥିଲେ। ସେହି ସମୟ ମଧ୍ୟରେ ସେଟରେ ଏକ ବଡ ଦୁର୍ଘଟଣା ଘଟିଥିଲା। ସମସ୍ତେ ସୁଟିଂରେ ବ୍ୟସ୍ତ ଥିବା ବେଳେ କ୍ରେନ୍ରେ ଝୁଲୁଥିବା ଝୁମୁରଟି ତଳେ ପଡ଼ିଯାଇଥିଲା। ଯଦିଓ ଅମିନ ଏହି ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି।
ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିବାବେଳେ ଅମିନ ଏ ବିଷୟରେ କହିଛନ୍ତି। ଏହି ଘଟଣା ବିଷୟରେ ଅମିନ ଲେଖିଛନ୍ତି, “ମୁଁ ଆଲ୍ଲା, ମୋର ପିତାମାତା, ପରିବାର, ପ୍ରିୟଜନ ଓ ଆଧ୍ୟାତ୍ମିକ ଗୁରୁଙ୍କୁ ଧନ୍ୟବାଦ ଦେଉଛି ଯେ ମୁଁ ସୁରକ୍ଷିତ ଓ ଜୀବିତ ଅଛି। ତିନି ଦିନ ପୂର୍ବରୁ ମୁଁ ଏକ ଗୀତ ପାଇଁ ସୁଟିଂ କରୁଥିଲି । ମୁଁ କ୍ୟାମେରା ଆଗରେ ମୋର ପ୍ରଦର୍ଶନ ଉପରେ ଧ୍ୟାନ ଦେଉଥିବାବେଳେ ଉପରେ ଝୁଲୁଥିବା ଝୁମର ହଠାତ ତଳେ ଖସି ପଡ଼ିଥିଲା।
ଅମିନ ଆହୁରି ଲେଖିଛନ୍ତି, “ମୁଁ ସେ ଝୁମର ତଳେ ଥିଲି। ଯଦି ଇଞ୍ଚେ ଏପଟ ସେପଟ ହୋଇଥାନ୍ତା କିମ୍ବା କିଛି ସେକେଣ୍ଡ ହୋଇଥାନ୍ତା ତାହେଲେ ମୋ ମୁଣ୍ଡ ଉପରେ ପଡିଥାନ୍ତା। ମୁଁ ଓ ମୋ ଟିମକୁ ଝଟକା ଲାଗିଛି ଓ ଏଥିରୁ ବାହାରିବା ପାଇଁ କିଛି ସମୟ ଲାଗିବ।
ଏ ଆର୍ ଅମିନ ଏହି ସୂଚନା ଦେବା ମାତ୍ରେ ତାଙ୍କ ପ୍ରଶଂସକ ତାଙ୍କ ପାଇଁ ପ୍ରାର୍ଥନା କରିବା ଆରମ୍ଭ କରିଛନ୍ତି ଇନଷ୍ଟାଗ୍ରାମରେ ମନ୍ତବ୍ୟ ଦେଇ ତାଙ୍କ ଭଉଣୀ ଖତିଜା ଲେଖିଛନ୍ତି, “ହୃଦୟ ବିଦାରକ ଅମିନ। ତମେ କିପରି ଅନୁଭବ କରିଥିବେ ତାହା କଳ୍ପନା କରିହେବ ନାହିଁ। ମୋର ପ୍ରାର୍ଥନା ଓ ସ୍ନେହ ସର୍ବଦା ତୁମ ସହିତ ଅଛି। ” ଅଭିନେତ୍ରୀ କନିକା କପୁର ମଧ୍ୟ କମେଣ୍ଟ ଦେଇଛନ୍ତି। ସେ ଲେଖିଛନ୍ତି, OMG। ଏହା ସହିତ ପ୍ରଶଂସକମାନେ ମଧ୍ୟ ଅମିନଙ୍କ ପୋଷ୍ଟ ଉପରେ ମନ୍ତବ୍ୟ ଦେଉଛନ୍ତି। ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି, "ଭଗବାନଙ୍କୁ ଧନ୍ୟବାଦ। ଅମିନ ସୁରକ୍ଷିତ ରୁହନ୍ତୁ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।