ଅପରାଜିତା ମହାନ୍ତି (ପ୍ରତୀକାତ୍ମକ ଛବି)
News18 Odia Digital
ବାବୁସାନ ଓ ପୂରା ପରିବାର ତରଫରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅପରାଜିତା ମହାନ୍ତି। ସମଗ୍ର ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇ ସେ କହିଛନ୍ତି ମୁଁ ଜାଣିନି ମୋ ପୁଅ ଆସି ପାରିଥାନ୍ତାକି ନାହିଁ। ଏଥିପାଇଁ ଆପଣଙ୍କ ସାହାଯ୍ୟ ଓ ସହଯୋଗ ରହିଛି।
ବାବୁସାନ କ୍ଲାନ୍ତ ହୋଇ ଆସିଥିବାରୁ ଏବେ ବିଶ୍ରାମ ନେଉଛି। ସମସ୍ତେ ତା ପାଇଁ ଖରାରେ ଛିଡ଼ା ହୋଇଥିବାରୁ ବାବୁସାନଙ୍କୁ ଭଲ ଲାଗୁନି ବୋଲି କହିଛନ୍ତି ମା'ଅପରାଜିତା। ସେ ଦୁଇ ଦିନ ବିଶ୍ରାମ କରିବେ। ବାବୁସାନ ସମସ୍ତଙ୍କୁ ଅତି ଜଲଦି ମନ କଥା କହିବେ। ଗଣମାଧ୍ୟମ ପ୍ରତିନିଧି ଓ ଅନ୍ୟମାନେ ବାହାରେ ଛିଡା ହୋଇଥିବାରୁ ଦୁଃଖ ଲାଗୁଛି ବୋଲି କହିଛନ୍ତି ଅପରାଜିତା। ସେ ନିଜେ ଦୁଇ ପରେ ସମସ୍ତଙ୍କୁ ଡାକି ପ୍ରତିକ୍ରିୟା ରଖିବେ ବୋଲି ଭିଡ଼ିଓରେ ଉଲ୍ଲେଖ କରିଛନ୍ତି।
ଚେନ୍ନାଇରେ ଥାଇ ବାବୁସାନ ଏକ ଭିଡିଓ କରି ପ୍ରକୃତିଙ୍କ ସହ ଆଉ ଫିଲ୍ମ କରିବେ ନାହିଁ ବୋଲି କହିଥିଲେ । ରାଜଧାନୀ ରାଜରାସ୍ତାରେ ହାଇଡ୍ରାମା ପରେ ଅଧରାତିରେ ଏହି ଭିଡିଓ ପୋଷ୍ଟ କରିଥିଲେ ବାବୁସାନ୍ । ପୁଅର ଏଭଳି ଭିଡି଼ଓ ପରେ ସେ ପୁଣି ପରିବାର ପାଖକୁ ଫେରି ଆସିବ ବୋଲି ଆଶାବାଦୀ ଥିଲେ ଅପରାଜିତା । ଅତି ଭାବବିହ୍ୱଳ ହୋଇ ପୁଅକୁ ଫେରିଆସିବା ପାଇଁ ଅନୁରୋଧ କରିଥି୍ଲେ ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।