କାନ୍ଦିଲେ ଅପରାଜିତା ଓ ଘରକୁ ଫେରିଆସିବା ପାଇଁ ନିବେଦନ କଲେ ବାବୁଶାନଙ୍କୁ

(ପ୍ରତୀକାତ୍ମକ ଛବି)

(ପ୍ରତୀକାତ୍ମକ ଛବି)

  • Share this:
News 18 Odia Digital

ଭୁବନେଶ୍ୱର; ବାବୁଶାନ, ପ୍ରକୃତି ମିଶ୍ର ଓ ବାବୁଶାନଙ୍କ ସ୍ତ୍ରୀ ତୃପ୍ତି ମଧ୍ୟରେ ହୋଇଥିବା ବିବାଦ ଭିତରେ ଆଜି ବାବୁଶାନଙ୍କ ମା ଅପରାଜିତା ମହାନ୍ତିଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଏହା ସହ ସେ କାନ୍ଦି କରି ନିବେଦନ କରିଛନ୍ତି ବାବୁଶାନଙ୍କୁ ଘରକୁ ଫେରି ଆସିବା ପାଇଁ ,ଏହା ସହ ଅପରାଜିତା କହିଛନ୍ତି ଯେ, ‘କୋଭିଡ ସମୟରେ ବାବୁ ଘରଠୁ ଦୂରେଇ ରହିଥିଲା । କୋଭିଡ ସମୟରେ ଖରାପ ସାଙ୍ଗ ମାନଙ୍କ ସହ ପଡିଲା । ଆକ୍ଟିଂ, ଗୀତ, ଇଣ୍ଡଷ୍ଟ୍ରୀ କହିଲେ ତାର ଜୀବନ । କଲ ରେକର୍ଡ ଯାଞ୍ଚ ହେଲେ ସତ ସାମ୍ନାକେୁ ଆସିବ । ତାକୁ ବାରମ୍ବାର କଲ ଆସୁଥିଲା ଓ କଲ ନ ଉଠେଇଲେ ଘରକୁ ଆସିବେ ବୋଲି ଧମକ ମଧ୍ୟ ଦଉଥିଲେ ମହିଳା । ତଦନ୍ତ ହେଲେ କିଏ ତାକୁ କଲ୍ କରୁଥିଲା, ତାହା ସତ ପଦାକୁ ଆସିବ ।

ଦେଢ଼ ବର୍ଷ ହେବ ବାବୁର ଚରିତ୍ର ବଦଳିଛି, ସେ ଡିପ୍ରେସନରେ ରହୁଛି । ମୋ ପୁଅ ତାର ସ୍ତ୍ରୀ ଓ ପିଲାଙ୍କ ପାଖକୁ ପଳାଇ ଆସୁ । ୨ରୁ ୩ ଜଣ ନାରୀ ଚରିତ୍ର ଜୀବନକୁ ଆସିବା ପରେ ଅଶାନ୍ତି ସୃଷ୍ଟି ହୋଇଛି । ସେହି ସାଙ୍ଗ ମାନେ ତାକୁ ଖରାପ ରାସ୍ତାକୁ ନେଇ ଯାଇଛନ୍ତି । ବ୍ଲାକମେଲ କରାଯାଉଥିବା କହିଥିଲା ବାବୁସାନ । ଅନ୍ୟର ପ୍ରରୋଚନାରେ ପଡ଼ି ଘର ଲୋକଙ୍କୁ ଭୁଲ ବୁଝନା । ପରିବାର ଲୋକ ତା ସହ ରହିଛନ୍ତି । ତାର ଭଲ ପଣିଆକୁ ନେଇ ଅସଦ ବ୍ୟବହାର କରାଗଲା ।

ଅପରାଜିତାଙ୍କ କହିଛନ୍ତି ଯେ, ୨ ବର୍ଷ ଧରି ବୋହୂ ବାବୁକୁ ବୁଝାଇବାକୁ ଚେଷ୍ଟା କରିଛି । ପ୍ରକୃତି ମିଶ୍ର ଓ ତାଙ୍କ ପରିବାରକୁ ବୁଝାଇବାକୁ ଚେଷ୍ଟା କରିଛି ବୋହୂ । ଗତକାଲି ସତ୍ୟନଗରରେ ମଧ୍ୟ ବୋହୂ ବାବୁକୁ ଫେରାଇ ଆଣିବାକୁ ଚେଷ୍ଟା କରିଥିଲା । କିନ୍ତୁ ଲେଡି ଅଭିନେତ୍ରୀ ତାଙ୍କ ଭିତରେ ପଶିବାରୁ ବୋହୂ ରାଗି ଟଣାଓଟରା କରିଥିଲା । ତାର ନିଜ ସ୍ୱାମୀ ଉପରେ ଅଧିକାର ଅଛି । ମୁଁ ମୋ ବୋହୂ ସହ ସବୁବେଳେ ଅଛି ଓ ରହିବି ବୋଲି ଅପରାଜିତା କହିଛନ୍ତି । ଏହା ସହ ବାବୁସାନ ପୁଣିଥରେ ଫେରିଆସୁ ବୋଲି ସେ କହିଛନ୍ତି ।

ବାବୁଶାନଙ୍କ ସମ୍ପର୍କିୟ ଭଉଣୀ ତୃପ୍ତି ମଧ୍ୟ କହିଛନ୍ତି ଯେ ଭାଉଜ ଓ ପରିବାର ଲୋକ ବହୁତ ସହିଲେଣି । ମୋ ଭାଇ ଭାରି ସରଳ ବିଶ୍ବାସୀ ଓ ସାଧାସିଧା ନିବେଦନ କରୁଛି କି ପ୍ରକୃତି ମିଶ୍ରଙ୍କୁ ସେ ମୋ ଭାଇ ପାଖରୁ ଦୂରେଇ ଯାଆନ୍ତୁ ।

ପ୍ରକୃତି ମିଶ୍ର ସୋସିଆଲ ମିଡିଆରେ ଏକ ଭିଡ଼ିଓ ପୋଷ୍ଟ କରି କହିଛନ୍ତି ଯେ ମୋ ଉପରେ ମହିଳା ଜଣଙ୍କ କରିଥିବା  ବ୍ୟବହାର  ତାହା ଅତ୍ୟନ୍ତ ଦୃଭାଗ୍ୟଜନକ ଘଟଣା । ଲୋକ ମାନେ ଦେଖୁଥିଲେ ଓ ସେଲଫି ନଉଥିଲେ ମତେ କେହି ବି ସାହାଯ୍ୟ କଲେ ନାହିଁ । ମୁଁ ଏକା ସେଠାରୁ ସଂଘର୍ଷ କରି ଆସିଲି । ଯେତେ ବି ମୋ ମନବଳ ଭାଙ୍ଗିଲେ ବି ମୁଁ ଭଙ୍ଗିବିନି ମୁଁ ମୋ ସଂଘର୍ଷ ଜାରି ରଖିବି ।
Published by:Sujit Swain
First published: