ମୁମ୍ଵାଇ ଜୁହୁରେ ଭଡା ଘର ନେଲେ ଅନୁଷ୍କା-ବିରାଟ; ମାସକୁ ଭରିବେ ଏତିକି ଲକ୍ଷ ଟଙ୍କା

ବିରାଟ ଓ ଅନୁଷ୍କା ମୁମ୍ବାଇରେ ଭଡାରେ ଏକ ଛୋଟ ଫ୍ଲାଟ କିଣିଛନ୍ତି। ଆଗରୁ ସେମାନେ ପ୍ରସିଦ୍ଧ ଗାୟକ କିଶୋର କୁମାରଙ୍କ ଜୁହୁ ବଙ୍ଗଳାକୁ ଲିଜରେ ନେଇଥିଲେ।

ଅନୁଷ୍କା-ବିରାଟ

ଅନୁଷ୍କା-ବିରାଟ

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ମୁମ୍ବାଇ: ଷ୍ଟାର କପଲ୍‌ ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ହେଉଛନ୍ତି ସମସ୍ତଙ୍କ ପ୍ରିୟ କପଲ୍। ଦୁହେଁ ସୋସିଆଲ ମିଡ଼ିଆରେ ମଧ୍ୟ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ବର୍ତ୍ତମାନ ଦୁଇ ଜଣଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆଗରୁ ସେମାନେ ପ୍ରସିଦ୍ଧ ଗାୟକ କିଶୋର କୁମାରଙ୍କ ଜୁହୁ ବଙ୍ଗଳାକୁ ଲିଜରେ ନେଇଥିଲେ । ଆଉ ଏବେ ପୁଣି ଦୁହେଁ ମୁମ୍ବାଇରେ ଭଡାରେ ଏକ ଛୋଟ ଫ୍ଲାଟ କିଣିଛନ୍ତି। ଏହି ଆପାର୍ଟମେଣ୍ଟ କ୍ରିକେଟ୍ ଆଡମିନିଷ୍ଟ୍ରେଟର ତଥା ପୂର୍ବତନ କ୍ରିକେଟର ସମରଜିତସିନ୍ ଗେକୱାଡଙ୍କର, ଯିଏକି ବରୋଦା ରାଜ ପରିବାରର ବଂଶଧର। କୋହଲି ୧୬୫୦ ବର୍ଗ ଫୁଟ ଫ୍ଲାଟ ପାଇଁ ୭.୫ ଲକ୍ଷ ଟଙ୍କା ଜମା କରିଥିଲେ। ସୂଚନା ଅନୁଯାୟୀ ଅକ୍ଟୋବର ୧୭ରେ ଏହି ଚୁକ୍ତି ଶେଷ ହୋଇଥିବା ଜଣାପଡ଼ିଛି। ସେହିପରି ଏହି ଫ୍ଲାଟ ପାଇଁ ବିରାଟ ଓ ଅନୁଷ୍କା ମାସକୁ ଭଡ଼ା ଦେବେ ୨.୭୫ ଲକ୍ଷ ଟଙ୍କା।

ଜୁହୁରେ ଅନୁଷ୍କା-ବିରାଟଙ୍କ ଭଡା ଘରର ମାଲିକ ପୂର୍ବତନ କ୍ରିକେଟର ସମରଜିତ ସିଂ ଗାଇକୱାଡ। ଏହାପୂର୍ବରୁ ୧୨ ଅକ୍ଟୋବରରେ ଗାୟକ କିଶୋର କୁମାରଙ୍କ ବଙ୍ଗଳାକୁ ଲିଜରେ ନେଇଥିଲେ। ଯେଉଁଠାରେ ନିଜର ଏକ ରେଷ୍ଟୁରାଣ୍ଟ ଖୋଲିଛନ୍ତି, ଯାହାକୁ ସେମାନେ One8 କମ୍ୟୁନ ନାମରେ ନାମିତ କରିଛନ୍ତି। ଦୁହେଁ ଜୁହୁରେ କାହିଁକି ଭଡାରେ ଫ୍ଲାଟ୍‌ ନେଇଛନ୍ତି ତାହାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
Published by:Soumyashree Mishra
First published: