ଡେନିମ୍ ଜିନ୍ସ ଓ ଧଳା ଟି-ସାର୍ଟ ପିନ୍ଧି ପୋଜ ଦେଲେ ଅଭିନେତ୍ରୀ ଅନୁଷ୍କା ଶର୍ମା; ବିରାଟ କୋହଲିଙ୍କ କମେଣ୍ଟ ହେଲା ଭାଇରାଲ

ନିକଟରେ ଅନୁଷ୍କା ଶର୍ମା ଇନଷ୍ଟାଗ୍ରାମରେ କାଜୁଆଲ୍ ଲୁକରେ ନିଜର ଏକ ଫଟୋ ସେୟାର କରିଛନ୍ତି, ଏହି ଫଟୋରେ ବିରାଟ କୋହଲି କମେଣ୍ଟ ମଧ୍ୟ କରିଛନ୍ତି।

ଅନୁଷ୍କା ଶର୍ମା

ଅନୁଷ୍କା ଶର୍ମା

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଖୁବ୍ ଶୀଘ୍ର ପରଦାରେ ଜଣେ ଖେଳାଳି ଭୂମିକାରେ ନଜର ଆସିବେ। ଅନୁଷ୍କାଙ୍କ ନୂଆ ଲୁକ୍ ସୋସିଆଲ ମିଡିଆରେ ମଧ୍ୟ  ଚର୍ଚ୍ଚାରେ ରହିଛି। ନିକଟରେ ଅନୁଷ୍କା ଶର୍ମା ଇନଷ୍ଟାଗ୍ରାମରେ କାଜୁଆଲ୍ ଲୁକରେ ନିଜର ଏକ ଫଟୋ ସେୟାର କରିଛନ୍ତି, ଏହି ଫଟୋରେ ବିରାଟ କୋହଲି କମେଣ୍ଟ ମଧ୍ଯ କରିଛନ୍ତି। ଅନୁଷ୍କା ଶର୍ମା ଆଜିକାଲି ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଚକଦା ଏକ୍ସପ୍ରେସ' କୁ ନେଇ ଚାରିଆଡ଼େ ପ୍ରମୋସନ କରୁଛନ୍ତି। ଏହି ଚଳଚ୍ଚିତ୍ରରେ ଅନୁଷ୍କା ମହିଳା କ୍ରିକେଟର ଝୁଲନ ଗୋସ୍ୱାମୀଙ୍କ ଭୂମିକାରେ ନଜର ଆସିବେ। ଏହି ଫଟୋ ଦେଖି ବିରାଟ କୋହଲି ମଧ୍ୟ କମେଣ୍ଟ କରିଥିଲେ ଏବଂ କମେଣ୍ଟ ରେ ହାର୍ଟ ଇମୋଜି ଦେଇଥିଲେ। ଏହା ଦେଖି ପ୍ରଶଂସକମାନେ ମଧ୍ୟ ଖୁସି ହୋଇଥିଲେ।

ଅନୁଷ୍କା ଏବଂ ବିରାଟଙ୍କୁ ପାୱାର କପଲ୍ ମଧ୍ୟ କୁହାଯାଏ। ତାଙ୍କ ଯୋଡିକୁ ସମସ୍ତେ ପସନ୍ଦ କରନ୍ତି। ସୋସିଆଲ ମିଡିଆରେ ଏହି ଦମ୍ପତି ପରସ୍ପର ପ୍ରତି ଥିବା ଭଲପାଇବାକୁ ପ୍ରକାଶ କରିବାର କୌଣସି ସୁଯୋଗ ହାତ ଛଡା କରନ୍ତିନାହିଁ। ନିକଟରେ ଅନୁଷ୍କା ବିରାଟଙ୍କ ଜନ୍ମଦିନରେ ଏକ ମଜାଦାର ପୋଷ୍ଟ ସେୟାର କରିଥିଲେ। ବିରାଟଙ୍କ ମଜାଳିଆ ଫଟୋ ସେୟାର କରୁଥିବାବେଳେ ଅନୁଷ୍କା ତାଙ୍କ ସ୍ୱାମୀଙ୍କ ପାଇଁ ନିଜ ମନ କଥା ସେୟାର କରିଥିଲେ। ଅନୁଷ୍କା ଶର୍ମାଙ୍କ ଫିଲ୍ମ 'ଚକଦା ଏକ୍ସପ୍ରେସ' ଖୁବ ଶୀଘ୍ର OTT ରେ ରିଲିଜ ହେବାକୁ ଯାଉଛି।
Published by:Soumyashree Mishra
First published: