ଫିଲ୍ମ ପଠାନ ଦେଖିଲେ ଅନୁରାଗ କାଶ୍ୟପ; ରିଭ୍ୟୁ ଦେଇ କହିଲେ ଏମିତି...
- News18 Odia
- Last Updated :
- New Delhi, India
News 18 Odia Digital
ନୂଆଦିଲ୍ଲୀ; ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ଆଜି ରିଲିଜ୍ ହୋଇଥିଲା ଚର୍ଚ୍ଚିତ ବଲିଉଡ ସିନେମା 'ପଠାନ' (Pathan) । ସିନେମା ରିଲିଜ୍ ପୂର୍ବରୁ ଆଗୁଆ ଟିକଟ ବୁକିଂରେ ରେକର୍ଡ କରିଥିଲା । ପ୍ରଥମ ଦିନରେ ହାଉସଫୁଲ (Housefull) ସହ ସିନେମା ଦେଖିଛନ୍ତି ଦର୍ଶକ । ସିନେମା ଦେଖିବା ପରେ ସୋସିଆଲ ମିଡିଆ ମାଧ୍ୟମରେ ନିଜର ରିଭ୍ୟୁ ରଖିଛନ୍ତି ଅନେକ ବ୍ୟକ୍ତି । ସିନେମା ନିର୍ଦ୍ଦେଶକ ଅନୁରାଗ କାଶ୍ୟପ ମଧ୍ୟ ପଠାନ ଚଳଚ୍ଚିତ୍ର ଦେଖିବା ସହ ନିଜର ରିଭ୍ୟୁ ଦେଇଛନ୍ତି ।
ଅନୁରାଗ କହିଛନ୍ତି ଯେ, ଶାହରୁଖ ଖାନ ଶାହାରୁଖଙ୍କ ଏପରି ରୂପ କେବେ ଦେଖିବାକୁ ମିଳିନଥିଲା । ସିନେମା ଦେଖି ମୋ ଦିଲ୍ ଖୁସ୍ ହୋଇଗଲା । କିନ୍ତୁ ସିନେମାରେ ଅନେକ ବିପଜ୍ଜନକ ସିନ୍ ରହିଛି । ଶାହାରୁଖ ପ୍ରଥମ ଥର ଏପରି ବିପଜ୍ଜନକ ସିନ୍ କରିଛନ୍ତି ତାହା ନୁହେଁ ବରଂ ଆଗରୁ ମଧ୍ୟ ଏପରି ସିନ କରିବାକୁ ଚେଷ୍ଟା କରାଯାଇଥିଲା । ଏ ଚଳଚ୍ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ ସ୍ୱାଦର ଚଳଚ୍ଚିତ୍ର । ଏହି ସିନେମା ପାଇଁ ଶାହାରୁଖ ହିଁ ଉପଯୁକ୍ତ ଥିଲେ । ଶାହାରୁଖଙ୍କ ଆକ୍ସନ ସହ ଲୁକକୁ ମଧ୍ୟ ତାରିଫ କରିଛନ୍ତି ଅନୁରାଗ ।
ପ୍ରଶଂସକମାନେ 'ପଠାନ' ସିନେମାର ରିଲିଜ୍ ଉତ୍ସବକୁ ବେଶ୍ ଉତ୍କଣ୍ଠାର ସହ ପାଳନ କରୁଛନ୍ତି । ଅନେକ ମଜେଦାର ଭିଡିଓ ସୋସିଆଲ ମିଡିଆ ମାଧ୍ୟମରେ ସାମ୍ନାକୁ ଆସୁଛି । ମୁମ୍ୱାଇର ଗାଲେକ୍ସି ଥିଏଟର ବାହାରେ ଶାହାରୁଖଙ୍କ କିଛି ପ୍ରଶଂସକ ହାତରେ ପୋଷ୍ଟର ଧରି ନାଚୁଥିବାର ଦେଖିବାକୁ ମିଳିଛି । ନିଜର ଉତ୍ସାହକୁ ସମସ୍ତଙ୍କ ନିକଟରେ ପହଞ୍ଚାଇବାକୁ ସାମାନ୍ୟ ହୋହଲ୍ଲା କରିଥିବା ମଧ୍ୟ ଦେଖିବାକୁ ମିଳିଛି ।
ଅଧିକ ପଢ଼ନ୍ତୁ-
http://ଆଦିବାସୀ ନେତାଙ୍କ ପ୍ରେମ ନିଶା; ଶାରୀରିକ ସମ୍ପର୍କ ରଖି ସମାଜସେବୀଙ୍କୁ ଧୋକାPublished by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।