ହୋମ୍ » ଓଡ଼ିଶା ନ୍ୟୁଜ୍ » ଏଣ୍ଟରଟେନମେଣ୍ଟ»ଆଜି ବି ଆପାର୍ଟମେଣ୍ଟ ଭଡ଼ା ନେଇ ରହୁଛନ୍ତି ଅନୁପମ ଖେର; କିନ୍ତୁ ମା’ଙ୍କ ପାଇଁ କିଣିଛନ୍ତି ୯ ବଖରାର ବଡ଼ ଘର

ଆଜି ବି ଆପାର୍ଟମେଣ୍ଟ ଭଡ଼ା ନେଇ ରହୁଛନ୍ତି ଅନୁପମ ଖେର; କିନ୍ତୁ ମା’ଙ୍କ ପାଇଁ କିଣିଛନ୍ତି ୯ ବଖରାର ବଡ଼ ଘର

ଦୁଲାରୀ ଦେବୀ ଶିମଲାରେ ଏକ ନିଜ ଘର ହେବାର ସ୍ୱପ୍ନ ଦେଖିଥିଲେ। ଅନୁପମ ଓ ସେ ଅନେକ ବର୍ଷ ହେବ ଭଡ଼ା ଘରେ ରହୁଥିଲେ। ଏବେ ଶିମଲାରେ ତାଙ୍କର ଏକ ଘର ଅଛି ଯେଉଁଥିରେ ୯ଟି ବେଡ଼ରୁମ ରହିଛି।

ଆଜି ବି ଆପାର୍ଟମେଣ୍ଟ ଭଡ଼ା ନେଇ ରହୁଛନ୍ତି ଅନୁପମ ଖେର; କିନ୍ତୁ ମା’ଙ୍କ ପାଇଁ କିଣିଛନ୍ତି ୯ ବଖରାର ବଡ଼ ଘର
ଅନୁପମ ଖେର ମା’ଙ୍କ ପାଇଁ ଶିମିଲାରେ ବଡ଼ ଘର କିଣିଛନ୍ତି (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: August 31, 2021, 1:03 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ : ବଲିଉଡ଼ର ଜଣାଶୁଣା ଅଭିନେତା ଅନୁପମ ଖେର ଆଜିକାଲି ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଖୁବ ଚର୍ଚ୍ଚାରେ ରହୁଥିବା ଦେଖାଯାଏ। ଏହି ଅଭିନେତା ତାଙ୍କ ବ୍ୟକ୍ତିଗତ ଜୀବନର ଏକ କଥା ପ୍ରକାଶ କରିଛନ୍ତି ଯେ ମୁମ୍ବାଇର ଯେଉଁ ଘରେ ସେ ରହୁଛନ୍ତି ତାହା ତାଙ୍କ ନିଜର ନୁହେଁ ବରଂ ସେ ଏଠାରେ ଭଡ଼ାଟିଆ ଭାବେ ରହୁଛନ୍ତି। ଅନୁପମ ଖେର କହିଛନ୍ତି ଯେ ସେ କେବଳ ଶିମଲାରେ ଏକ ସମ୍ପତ୍ତି କିଣିଛନ୍ତି ଯାହା ତାଙ୍କ ମା’ ଦୁଲାରୀ ଖେରଙ୍କ ନାମରେ ଅଛି।

ଅନୁପମ ଖେର କହିଛନ୍ତି ଯେ “ମୁମ୍ବାଇରେ ମୋ ପାଖରେ ମୋ ନିଜର ଗୋଟିଏ ବି ଆପାର୍ଟମେଣ୍ଟ ନାହିଁ। ମୁଁ ଭଡ଼ା ଘରେ ରୁହେ। ମୁଁ ଚାରି ପାଞ୍ଚ ବର୍ଷ ପୂର୍ବେ ନିଷ୍ପତ୍ତି କରିଥିଲି ଯେ ମୋର ସମ୍ପତ୍ତି ଦରକାର ନାହିଁ। ଚାରି ବର୍ଷ ପୂର୍ବେ ଶିମଲାରେ ମୁଁ ଯେଉଁ ସମ୍ପତ୍ତି କିଣିଥିଲି ତାହା ମୋ ମା’ଙ୍କ ପାଇଁ ଥିଲା” । ଦୁଲାରୀ ଦେବୀ ଶିମଲାରେ ଏକ ନିଜ ଘର ହେବାର ସ୍ୱପ୍ନ ଦେଖିଥିଲେ। କାରଣ ସେ ଅନେକ ବର୍ଷ ହେବ ଭଡ଼ା ଘରେ ରହୁଥିଲେ। ଏବେ ଶିମଲାରେ ତାଙ୍କର ଏକ ଘର ଅଛି ଯେଉଁଥିରେ ୯ଟି ବେଡ଼ରୁମ ରହିଛି।

ଅନୁପମ ଖେରଙ୍କ କହିବା କଥା ସେ ତାଙ୍କ ମା’ଙ୍କୁ କିଛି ସ୍ୱତନ୍ତ୍ର ଉପହାର ଦେବାକୁ ଚାହୁଁଥିଲେ। ତେଣୁ ସେ ତାଙ୍କ ଘର ମାଲିକଙ୍କୁ ପଚାରିଥିଲେ ଯେ ସେ କ’ଣ ତାଙ୍କ ସବୁ ସମ୍ପତ୍ତି ବିକିବାକୁ ଚାହାଁନ୍ତି? ସେ ତାଙ୍କୁ ଆଉ ଏକ ରୁମ ଦେଖେଇଲେ ଯାହାକୁ ଦେଖି ଅନୁପମ ଖୁବ ପସନ୍ଦ କରିଥିଲେ। ସେ ଘର ମାଲିକଙ୍କୁ କହିଥିଲେ ଯେ ସେ ପୂରା ଘରକୁ କିଣିବାକୁ ଚାହାନ୍ତି। ଅନୁପମ ତାଙ୍କ ମା’ କହିଥିବା ପ୍ରତିକ୍ରିୟାକୁ ମନେ ପକେଇ କହିଛନ୍ତି ଯେ “ତୁ ପାଗଳ! ମୋର ଏତେ ବଡ଼ ଘର ଦରକାର ନାହିଁ।”

ଯଦି କାମର କଥା କୁହାଯାଏ ତେବେ ଅନୁପମ ଖେରଙ୍କ ପାଖରେ ‘ଦ ଲାଷ୍ଟ ଶୋ’, ‘ମୁଙ୍ଗିଲାଲ୍ ରାଁକ୍ସ’, ‘ଦ କଶ୍ମୀର ଫାଇଲ୍’ ସମେତ ଅନେକ ଫିଲ୍ମ ରହିଛି। ଏହା ସହିତ ସେ ‘ଶିବ ଶାସ୍ତ୍ରୀ ବଲ୍‌ବୋ’ରେ ନୀନା ଗୁପ୍ତାଙ୍କ ସହିତ ନଜର ଆସିବେ। କିଛିଦିନ ପୂର୍ବରୁ ନୀନା ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ହ୍ୟାଣ୍ଡେଲରେ ସେଲିବ୍ରେସନର ଏକ ଭିଡ଼ିଓ ସେୟାର କରି ଏ ବିଷୟରେ କହିଥିଲେ।
Published by: Soumya Das
First published: August 31, 2021, 1:03 PM IST