ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ଘୋଷଣା ପରେ ଟ୍ରୋଲର ଶିକାର ହେଲେ ଅନୁୁପମ ଖେର

"ମୁଁ ଭାରତର ନାଗରିକ ନମ୍ରତାର ସହ କହୁଛି #ଦ୍ରୌପଦୀ ମୁର୍ମୁଙ୍କୁ ଭାରତର ରାଷ୍ଟ୍ରପତି" ଜୟ ହିନ୍ଦ ଟୁଇଟ ପରେ ଟ୍ରୋଲର ଶିକାର ହୋଇଛନ୍ତି ଅଭିନେତା ଅନୁୁପମ ଖେର।

ଅନୁପମ ଖେରଙ୍କ (ପ୍ରତିକାତ୍ମକ ଛବି )

ଅନୁପମ ଖେରଙ୍କ (ପ୍ରତିକାତ୍ମକ ଛବି )

  • Share this:
News 18 Odia Digital

ବିଜେପି ନେତୃତ୍ୱାଧୀନ ଏନଡିଏର ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ନିର୍ବାଚନ ପୂର୍ବରୁ ମଧ୍ୟ ବିରୋଧୀ ଦଳର ଯଶୱନ୍ତ ସିହ୍ନାଙ୍କଠାରୁ ଆଗରେ ଥିବା ଜଣାପଡିଛି। ଅନେକ ଭବିଷ୍ୟବାଣୀ କରିଥିଲେ ଯେ ଦ୍ରୌପଦୀ ସର୍ବାଧିକ ଭୋଟ୍ ସହିତ ଜିତିପାରନ୍ତି । ଏହା ସହ ତାଳ ଦେଇ ବଲିଉଡର ଭେଟେରାନ ଅନୁପମ ଖେର ତାଙ୍କ ବିଜୟ ଘୋଷଣା କରିଛନ୍ତି।

ଟୁଇଟରରେ ଅଭିନେତା ଲେଖିଛନ୍ତି,"ଗତ କିଛି ଦିନ ହେବ ମୋ ମନ ଗୋଟିଏ କଥା କହିଚାଲିଛି । ମୁଁ ଆଜି ଲେଖିବି ବୋଲି ଭାବିଲି! "ମୁଁ ଭାରତର ନାଗରିକ ନମ୍ରତାର ସହ କହୁଛି #ଦ୍ରୌପଦୀ ମୁର୍ମୁ ଭାରତର ରାଷ୍ଟ୍ରପତି" ଜୟ ହିନ୍ଦ ।

ସୋସିଆଲ ମିଡିଆରେ ମନ୍ତବ୍ୟ

କିଛି ବ୍ୟକ୍ତି ସୋସିଆଲ ମିଡିଆରେ ମନ୍ତବ୍ୟ ଦେଇ ଲେଖିଛନ୍ତି ଯେ"ହଁ ନିଶ୍ଚିତ ଓ ଜଣେ ଭାରତୀୟ ଭୋଟର ଭାବରେ, ନିଜକୁ ଆରବିଆଇର ରାଜ୍ୟପାଳ ଭାବରେ ଘୋଷଣା କର । ସେହିଭଳି ଅନ୍ୟ ଜଣେ ମନ୍ତବ୍ୟ ଦେଇଛନ୍ତି ଯେ "ସାଇକେଲ୍ ସେ ହାଲ୍ ରାହେ ନା, ୟେ ପେଟ୍ରୋଲ-ଡିଜେଲ। ୟୁପିଏ କାର୍ଯ୍ୟକାଳ ଅପେକ୍ଷା ଶସ୍ତା ହୋଇଛି ।
Published by:Sujit Swain
First published: