କାଶ୍ମୀର ଫାଇଲ ଉପରେ ଅଧା ସତ କହିଛନ୍ତି କପିଲ! ଟ୍ୱିଟ କରି ସତ କହିଲେ ଅନୁପମ ଖେର

ଟିଭିର ଲୋକପ୍ରିୟ ରିଆଲିଟି ଶୋ’ 'ଦି କପିଲ ଶର୍ମା ଶୋ' ଆଜିକାଲି ବିବାଦରେ ଛନ୍ଦି ହୋଇପଡ଼ିଛି। ଏହି ବିବାଦ ମଧ୍ୟରେ ଅନୁପମ ଖେରଙ୍କ ଏକ ଭିଡ଼ିଓ ସାମ୍ନାକୁ ଆସିଛି ଯେଉଁଥିରେ ଅନୁପମ କପିଲ ଶର୍ମାଙ୍କ ଶୋ’ରେ ଫିଲ୍ମର ପ୍ରମୋସନ ନ କରାଇ ଦେବାର କାରଣ ଦର୍ଶାଇଛନ୍ତି।

ଟ୍ୱିଟ କରି ସତ କହିଲେ ଅନୁପମ ଖେର (ପ୍ରତୀକାତ୍ମକ ଛବି)

ଟ୍ୱିଟ କରି ସତ କହିଲେ ଅନୁପମ ଖେର (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ମୁମ୍ବାଇ: ଟିଭିର ଲୋକପ୍ରିୟ ରିଆଲିଟି ଶୋ’ 'ଦି କପିଲ ଶର୍ମା ଶୋ' ଆଜିକାଲି ବିବାଦରେ ଛନ୍ଦି ହୋଇପଡ଼ିଛି। ଶୋ’କୁ 'ଦ କାଶ୍ମୀର ଫାଇଲ୍ସ'ର ଟିମ୍‌କୁ ଯିବା ନେଇ ମନା କରିଦେଇଥିବା ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ କପିଲ ଶର୍ମାଙ୍କ ଉପରେ ଅଭିଯୋଗ କରିଛନ୍ତି। ନିର୍ଦ୍ଦେଶକଙ୍କ ଅଭିଯୋଗ ପରେ କପିଲ ଶର୍ମାଙ୍କୁ ଟ୍ରୋଲ୍‌ କରାଯାଉଛି।

ଏହି ବିବାଦ ମଧ୍ୟରେ ଅନୁପମ ଖେରଙ୍କ ଏକ ଭିଡ଼ିଓ ସାମ୍ନାକୁ ଆସିଛି ଯେଉଁଥିରେ ଅନୁପମ କପିଲ ଶର୍ମାଙ୍କ ଶୋ’ରେ ଫିଲ୍ମର ପ୍ରମୋସନ ନ କରାଇ ଦେବାର କାରଣ ଦର୍ଶାଇଛନ୍ତି। ଏହି ଭିଡ଼ିଓକୁ କପିଲ ଶର୍ମା ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି ଯେଉଁଥିରେ ସେ ଅନୁପମ ଖେରଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। ଏହି ଭିଡ଼ିଓରେ ଅନୁପମ ଖେର ଏମିତି କିଛି କହିଛନ୍ତି ଯେ ଯାହାକୁ ନେଇ କପିଲ ଶର୍ମା ପୁଣି ଫସିଯାଇଛନ୍ତି।



କପିଲ ଶର୍ମା ଅନୁପମ ଖେରଙ୍କ ସାକ୍ଷାତକାରର ଏହି ଭିଡ଼ିଓକୁ ଟ୍ୱିଟରରେ ପୋଷ୍ଟ୍‌ କରିଛନ୍ତି ଯାହା ଦିନକୁ ଦିନ ଭାଇରାଲ୍‌ ହେବାରେ ଲାଗିଛି। ଏହି ଭିଡ଼ିଓକୁ ରିଟ୍ୱିଟ୍‌ କରି ଅନୁପମ ଖେର ଲେଖିଛନ୍ତି, “ପ୍ରିୟ କପିଲ, ତୁମେ ପୂରା ଭିଡ଼ିଓ ପୋଷ୍ଟ କରିଥାନ୍ତ ଭଲା। ଅଧା ସତ ନୁହେଁ। ପୂରା ଦୁନିଆ ସେଲିବ୍ରେଟ୍ କରୁଛି। ତୁମେ ମଧ୍ୟ ଆଜି ରାତିରେ ସେଲିବ୍ରେଟ୍ କରିଛ। ପ୍ରେମ ଓ ପ୍ରାର୍ଥନା ସବୁବେଳେ ତୁମ ପାଇଁ।” ଅନୁପମ ଖେରଙ୍କ ଏହି ଟ୍ୱିଟ୍‌ ବର୍ତ୍ତମାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସୋସିଆଲ ମିଡ଼ିଆରେ ଏହି ଟ୍ୱିଟ୍‌ ଦିନକୁ ଦିନ ଭାଇରାଲ୍‌ ହେବାରେ ଲାଗିଛି।



ଅନୁପମ ଖେର ଏହି ଭିଡ଼ିଓରେ କହିଛନ୍ତି ଯେ ସେ 'କପିଲ ଶର୍ମା ଶୋ'ରେ ତାଙ୍କର ଏହି ଫିଲ୍ମକୁ ପ୍ରମୋସନ କରିବାକୁ ଚାହୁଁ ନଥିଲେ। କାରଣ ‘ଦି କପିଲ ଶର୍ମା ଶୋ’ ଏକ କମେଡି କାର୍ଯ୍ୟକ୍ରମ ହୋଇଥିବା ବେଳେ ଏହା ଏକ ଗମ୍ଭୀର ଫିଲ୍ମ। ଦ କାଶ୍ମୀର ଫାଇଲ୍ସର ଟିମ୍କୁ ଦୁଇ ମାସ ପୂର୍ବରୁ ଶୋ’ରେ ହାଜର ହେବାକୁ କୁହାଯାଇଥିଲା, କିନ୍ତୁ ମୁଁ ମୋର ମ୍ୟାନେଜର୍‌ ହରମନ୍‌ଙ୍କୁ କହିଥିଲି ଯେ ଏହି ଫିଲ୍ମଟି ଏକ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ନେଇ ନିର୍ମିତ। ତେଣୁ ମୁଁ ଏହି ଶୋ’କୁ ଯାଇ ପାରିବି ନାହିଁ। ଆମେ ହିଁ ଏକ କମେଡ଼ି ଟକ୍ ଶୋ’ରେ ‘ଦ କାଶ୍ମୀର ଫାଇଲ୍ସ’କୁ ପ୍ରମୋଟ୍ କରିବାକୁ ମନା କରିଥିଲୁ।

ଏହି ଭିଡ଼ିଓ ପୋଷ୍ଟ କରିବା ସହିତ କପିଲ ଶର୍ମା କ୍ୟାପ୍‌ସନ୍‌ରେ ଲେଖିଛନ୍ତି ଯେ, ମୋ ବିରୁଦ୍ଧରେ ଉଠୁଥିବା ସମସ୍ତ ମିଥ୍ୟା ଅଭିଯୋଗକୁ ସ୍ପଷ୍ଟ କରିଥିବାରୁ ଧନ୍ୟବାଦ ପାଜୀ। ସେହି ସବୁ ବନ୍ଧୁମାନଙ୍କୁ ମଧ୍ୟ ଧନ୍ୟବାଦ, ଯେଉଁମାନେ ସତ ନ ଜାଣି ମୋତେ ଏତେ ପ୍ରେମ ଦେଇଛନ୍ତି। ଖୁସି ରୁହ, ହସିହସି ଜୀଅ।
Published by:Soumya Das
First published: