News18 Odia Digital
ଭୁବନେଶ୍ବର: ୪୧ ବର୍ଷରେ ପାଦ ଥାପିଛନ୍ତି ଓଲିଉଡ ସୁପର ଷ୍ଟାର ତଥା ସାଂସଦ ଅନୁଭବ ମହାନ୍ତି। ୧୯୪୧ ଡିସେମ୍ବର ୨୪ରେ ଜନ୍ମ ଗ୍ରହଣ କରିଥିଲେ। ଆଜି ଜନ୍ମ ଦିନରେ ତାଙ୍କୁ ଚରିଆଡୁ ଶୁଭେଚ୍ଛା ମିଳିବାରେ ଲାଗିଛି। ସୋସିଆଲ ମିଡ଼ିଆରେ ଫଟୋ ସେୟାର କରି ଫ୍ୟାନ ଅଭିନେତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଇତିମଧ୍ୟରେ ସେ ମଧ୍ୟ ଫ୍ୟାନ୍ସଙ୍କ ପାଇଁ ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ସେ ଆଶ୍ଚର୍ଯ୍ୟଜନକ କଥା କହୁଥିବାର ନଜର ଆସୁଛନ୍ତି।
ବର୍ତ୍ତମାନ ସାମ୍ନାକୁ ଆସିଥିବା ଏହି ଭିଡିଓରେ ଅନୁଭବ ପ୍ରଥମେ ତ ଫ୍ୟାନ୍ସଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିବାରୁ ଧନ୍ୟବାଦ କହୁଥିବାର ଦେଖାଯାଉଛନ୍ତି।
ଏହା ପରେ ସେ କହିଛନ୍ତି,‘‘ ଆଜି ମୋର ଜନ୍ମଦିନ ପାଇଁ ଶୁଭେଚ୍ଛା ଦେଉଥିବା ମୋ ଫ୍ୟାନ୍ସଙ୍କୁ ଅନେକ ଅନେକ ଧନ୍ୟବାଦ। କିଛି ଅସୁବିଧା ପାଇଁ ମୁଁ ଏବର୍ଷ ଜନ୍ମଦିନ ସେଲିବ୍ରେଟ କରିବିନାହିଁ। ଯଦି ଆପଣମାନେ ମୋ ଜନ୍ମଦିନ ସେଲିବ୍ରେଟ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ଆଖପାଖରେ ଥିବା ଗରିବ ଲୋକଙ୍କ ସହ ସେଲିବ୍ରେଟ କରନ୍ତୁ। ଗତ ସାଢ଼େ ତିନି ବର୍ଷ ହେଲାଣି ମୁଁ ମରି ମରି ବଞ୍ଚୁଛି। ଗୁରୁତ୍ବପୂର୍ଣ୍ଣ କଥା ହେଲା ଯେ ଯେବେ ମତେ ଡିଭୋର୍ସ ମିଳିବ ସେହିଦିନ ମୁଁ ନୂଆ ଜନ୍ମ ପାଇବି ଆଉ ସେହିଦିନ ଆପଣଙ୍କ ସହ ଧୁମଧାମରେ ଜନ୍ମଦିନ ପାଳନ କରିବି। ଧନ୍ୟବାଦ, ଜୟ ଜଗନ୍ନାଥ।’’
ଆପଣ ବି ଦେଖନ୍ତୁ ଭିଡିଓ...
ଅନୁଭବ ଜଣେ ଭାରତୀୟ ଅଭିନେତା, ଚଳଚ୍ଚିତ୍ର ନିର୍ମାତା, ଟେଲିଭିଜନ ବ୍ୟକ୍ତିତ୍ୱ ତଥା ରାଜନେତା, ଯିଏକି ଓଡ଼ିଆ ଚଳଚ୍ଚିତ୍ରରେ ସୁପରଷ୍ଟାର ଭାବରେ ବେଶ ଜଣାଶୁଣା। ତାଙ୍କୁ ଫ୍ୟାନ୍ସମାନେ ତାଙ୍କୁ ଭାଇଜାନ ବୋଲି ମଧ୍ୟ ଡାକନ୍ତି।
ଏହା ବ୍ୟତୀତ ଯଦି ତାଙ୍କ ବ୍ୟକ୍ତିଗତ ବିଷୟରେ କଥା ହେବା ତାହାଲେ ଦୀର୍ଘ ସମୟରୁ ସେ ନିଜ ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କଠୁ ଛାଡ଼ପତ୍ର ନେବାକୁ ଚାହୁଁଛନ୍ତି। ପାରିବାରିକ ଝଗଡା ପାଇଁ ଦୁଇଜଣଙ୍କ ମାମଲା ବର୍ତ୍ତମାନ କୋର୍ଟରେ ବିଚାରଧୀନ ଅବସ୍ଥାରେ ଅଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।