ଆପଣମାନେ ହିଁ ଗଢ଼ିଛନ୍ତି ମତେ ଜଳାଇବା ପାଇଁ…ସୋସିଆଲ ମିଡ଼ିଆରେ ଅନୁଭବଙ୍କ ନୂଆ ରୂପ

ଆପଣମାନେ ହିଁ ଗଢ଼ିଛନ୍ତି ମତେ ଜଳାଇବା ପାଇଁ…..ହଁ..ମୁଁ ଆପଣଙ୍କ ନିଜର..ସୋସିଆଲ ମିଡ଼ିଆରେ ଓଲିଉଡ ଅଭିନେତା ଅନୁଭବ ମହାନ୍ତି ସେୟାର କରିଥିବା ପୋଷ୍ଟ ଏବେ ଚର୍ଚ୍ଚାରେ ।

ଅନୁଭବ ମହାନ୍ତି (ଫଟୋ ସୌଜନ୍ଯ: ଅନୁଭବଙ୍କ ଫେସବୁକ ପୃଷ୍ଠା)

ଅନୁଭବ ମହାନ୍ତି (ଫଟୋ ସୌଜନ୍ଯ: ଅନୁଭବଙ୍କ ଫେସବୁକ ପୃଷ୍ଠା)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୂବନେଶ୍ୱର: ପାରିବାରିକ ବିବାଦକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥିବା ଓଲିଉଡ ଅଭିନେତା ଅନୁଭବ ମହାନ୍ତି ପୁଣି ଚର୍ଚ୍ଚାରେ। ସବୁବେଳେ ସୋସିଆଲ ମିଡ଼ିଆରେ ସକ୍ରିୟ ରହୁଥିବା ଏହି ଅଭିନେତା ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ ସେୟାର କରିଛନ୍ତି। ପୋଷ୍ଟରେ ତାଙ୍କର ଏକ ନୂଆ ଅବତାର ଫଟୋ ରହିଛି।

ଆପଣମାନେ ହିଁ ଗଢ଼ିଛନ୍ତି ମତେ ଜଳାଇବା ପାଇଁ…..ହଁ..ମୁଁ ଆପଣଙ୍କ ନିଜର..ହ୍ୟାସ ଟ୍ୟାଗ ରାଵଣ ଓ ଟିମ ଅନୁଭବ ମହାନ୍ତି ବୋଲି ଉଲ୍ଲେଖ ରହିଛି। ଅନୁଭବ ସେୟାର କରିଥିବା ପୋଷ୍ଟର କ୍ୟାପସନ ରହିଛି ଏମିତି କିଛି। ଏହାର ତାଙ୍କର ଆଗାମୀ ଚଳଚିତ୍ରର କିଛି ଝଲକ ବୋଲି ଶୁଣିବାକୁ ମିଳୁଛି।



ଅନୁଭବଙ୍କ ଏହି ପୋଷ୍ଟକୁ ନେଇ ଫିଲ୍ମ ପ୍ରେମୀ ଓ ଫ୍ୟାନମାନଙ୍କ ମଧ୍ୟରେ ଉତ୍ସାହ ଖେଳିଯାଇଛି। ଅଭିନେତାଙ୍କ ପୋଷ୍ଟରେ କମେଣ୍ଟ ଦେଇ ଆପଣ ଆମର ପ୍ରିୟ ଓ ଆମେ ନିଶ୍ଚିତ ଆପଣଙ୍କ ଫିଲ୍ମ ଦେଖିବୁ ବୋଲି କହିଛନ୍ତି ସୋସିଆଲ ମିଡ଼ିଆ ବ୍ୟବହାରକାରୀ।
Published by:Soumya Das
First published: