ବର୍ଷ ସାରା ଛିନ୍ନ ମସ୍ତା, ଗୋଟେ ଦିନ ପତିବ୍ରତା..ଚର୍ଚ୍ଚାରେ ଅନୁଭବଙ୍କ 'ସାବିତ୍ରୀ' ପୋଷ୍ଟ

ସିନ୍ଦୂର ପିନ୍ଧିବା ଆଗରୁ ଆଗେ ହୃଦୟକୁ ସଜାଡ଼ନ୍ତୁ... 'ସତ ସାବିତ୍ରୀ ବନାମ ମିଛ ସାବିତ୍ରୀ' ଶୀର୍ଷକକୁ ନେଇ ଚର୍ଚ୍ଚାରେ ଅନୁଭବ ।

ଚର୍ଚ୍ଚାରେ ଅନୁଭବଙ୍କ 'ସାବିତ୍ରୀ' ପୋଷ୍ଟ

ଚର୍ଚ୍ଚାରେ ଅନୁଭବଙ୍କ 'ସାବିତ୍ରୀ' ପୋଷ୍ଟ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ୱର: ପୁଣି ଥରେ ଚର୍ଚ୍ଚାକୁ ଆସିଲେ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି। ଏଥର କୌଣସି ରାଜନୀତି କିମ୍ବା ଭାଷଣ ଯୋଗୁଁ ନୁହେଁ, ସୋସିଆଲ ମିଡ଼ିଆରେ ଏକ ପୋଷ୍ଟକୁ ନେଇ ଅଭିନେତା ଚର୍ଚ୍ଚାକୁ ଆସିଛନ୍ତି। 'ରିଅଲ ସାବିତ୍ରୀ vs ଫେକ ସାବିତ୍ରୀ' ଶୀର୍ଷକ ଥିବା ତାଙ୍କ ଲେଖାକୁ ନେଇ ଆଲୋଚନା ଜୋର ଧରିଛି।

ଅନୁଭବ ମହାନ୍ତି ସୋସିଆଲ ମିଡ଼ିଆରେ ଏକ ପ୍ରସଙ୍ଗ ଉପରେ ନିଜର ମତାମତ ସେୟାର କରିଛନ୍ତି। ସେ ନିଜ ବାର୍ତ୍ତା ସେହି ନାରୀଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି ଯେଉଁମାନେ ନାରୀ ହୋଇ ନାରୀ ଜାତିକୁ ବଦନାମ କରୁଛନ୍ତି। ଲେଖା ଆରମ୍ଭରୁ ସେ କ୍ଷମା ମାଗି ନେଇଛନ୍ତି।

କେବଳ ସେତିକି ନୁହେଁ ଏକ ଲୋକକଥାକୁ ଉଲ୍ଲେଖ କରି ଅନୁଭବ କହିଛନ୍ତି, "ବର୍ଷ ସାରା ତାଙ୍କ ସିଂଥି ବିନା ସିନ୍ଦୂରରେ ଛିନ୍ନ ମସ୍ତା, ହେଲେ ସାବିତ୍ରୀ ଓଷା ଦିନ ଦେଖାଇ ହେବାକୁ ପୂରା ସତୀ ସାବିତ୍ରୀ...ଧନ୍ୟ କହିବ ଏଭଳି ନାରୀ ମାନଙ୍କୁ। ସେମାନେ ବୁଝିବା କଥା ସିନ୍ଦୂର କେବଳ ସମ୍ପର୍କ ଯୋଡ଼ି ଦିଏନି। ସମ୍ପର୍କ ଯୋଡ଼ି ହେବା ପାଇଁ ଦୁଇଟି ହୃଦୟ ଦରକାର। ସିନ୍ଦୁର ଲଗାଇବା ଆଗରୁ ପ୍ରଥମେ ହୃଦୟକୁ ସଜାଡ଼ନ୍ତୁ ଆଉ ସିନ୍ଦୂର କିମ୍ବା ସାବିତ୍ରୀ ବ୍ରତକୁ ବଦନାମ କରନ୍ତୁ ନାହିଁ...."



ଅନୁଭବଙ୍କ 'ସାବିତ୍ରୀ' ଲେଖା କାହା ଉଦ୍ଦେଶ୍ୟରେ ବୋଲି ସ୍ପଷ୍ଟ ହୋଇନଥିଲେ ମଧ୍ୟ କେହି କେହି ଠିକ ଓ କେହି ଏହାକୁ ଭୁଲ ବୋଲି କହି ଯୁକ୍ତି ବାଢିଛନ୍ତି। ପୋଷ୍ଟର ସବା ଶେଷରେ ଅନୁଭବ ଲେଖିଛନ୍ତି ଦେହକୁ ନେବେ ନାହିଁ । ସେପଟେ ଗତକାଲି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ମଧ୍ୟ ସୋସିଆଲ ମିଡିଆରେ ସାବିତ୍ରୀ ବ୍ରତର ଶୁଭେଚ୍ଛା ଜଣାଇଥିଲେ ।
Published by:Soumya Das
First published: