News18 Odia Digital
ଭୁବନେଶ୍ବର: ବିଚ୍ ରାସ୍ତାରେ ଲିପକିସ୍ କଲେ ଓଲିଉଡର ହ୍ୟାଣ୍ଡସମ ଆକ୍ଟର ତଥା ସାଂସଦ ଅନୁଭବ ମହାନ୍ତି। ଭାଇରାଲ ହେଉଛି ଫଟୋ। ହେଲେ ଏହା ରିୟଲ ଲାଇଫର କିସ୍ ନୁହେଁ ବରଂ ରିଲ ଲାଇଫର । କାରଣ ଆଜିକାଲି ନିଜର ଆଗାମୀ ରୋମାଣ୍ଟିକ ଫିଲ୍ମ ‘ଲଭ ଇନ୍ ଲଣ୍ଡନ’କୁ ନେଇ ବେଶ୍ ଚର୍ଚ୍ଚାରେ ଅଭିନେତା। ବର୍ତ୍ତମାନ ଫିଲ୍ମର ସୁଟିଂ ଲଣ୍ଡନରେ ଚାଲିଛି। ଯାହାର ଅନେକ ଫଟୋ, ଭିଡିଓ ସୋସିଆଲ ମିଡ଼ିଆରେ ବେଶ୍ ଦେଖିବାକୁ ମିଳୁଛି। ଇତିମଧ୍ୟରେ ସେ ଫିଲ୍ମର ଫାଷ୍ଟ ପୋଷ୍ଟର ସେୟାର କରିଛନ୍ତି।
ଯେଉଁଥିରେ ସେ ଅଭିନେତ୍ରୀଙ୍କୁ ଲଣ୍ଡନ ବିଚ୍ ରାସ୍ତାରେ ଲିପକିସ୍ କରୁଥିବାର ନଜର ଆସୁଛନ୍ତି। ଫଟୋରେ ଦେଖିବାକୁ ମିଳୁଛି ଅନୁଭବଙ୍କ ରୋମାଣ୍ଟିକ ଅନ୍ଦାଜ। ଆଉ ଏହାର କ୍ୟାପସନରେ ସେ ଲେଖିଛନ୍ତି, #Bhaijaan is BACK
Presenting you the First Poster from Our Upcoming Movie #LoveinLondon !!
ଏହି ପୋଷ୍ଟର ପୂର୍ବରୁ ସେ ଫିଲ୍ମର ଏକ ଝଗଡ଼ା ସିନର ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରିଥିଲେ। ଯେଉଁଥିରେ ସେ ଜଣେ ବ୍ୟକ୍ତିଙ୍କ ସହ ଝଗଡ଼ା କରୁଥିବାର ନଜର ଆସିଥିଲେ। ଭିଡିଓର କ୍ୟାପସନରେ ସେ ଲେଖିଥିଲେ, ‘‘ଫାଇଟ୍ ଇନ୍ ଲଣ୍ଡନ ଔର ଲଭ ଇନ୍ ଲଣ୍ଡନ।’’
ପ୍ରକାଶ ଥାଉକି ନିକଟରେ ଏହି ଫିଲ୍ମର ବିବାହ ଦୃଶ୍ୟ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହୋଇଥିଲା। ଯାହାକୁ ନେଇ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ସମସ୍ତେ। ଆଉ ସମସ୍ତଙ୍କ ମନରେ ଏହି ପ୍ରଶ୍ନ ଆସିଥିଲା ଯେ କଣ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଛାଡପତ୍ର ଦେବାକୁ ଚାହୁଁଥିବା ଅନୁଭବ ମହାନ୍ତି ଦ୍ୱିତୀୟ ବିବାହ କରିଛନ୍ତି କି? ନା ଏହା କୌଣସି ଫିଲ୍ମର ଦୃଶ୍ୟ? ଫଟୋ ଓ ଭିଡିଓରେ ଥିବା ଯୁବତୀ ଜଣକ କିଏ? ଏସବୁ ଚର୍ଚ୍ଚା ଭିତରେ, ନିଜକୁ ଅନୁଭବଙ୍କ ସମର୍ଥକ ବୋଲି କହୁଥିବା ରାକେଶ ରୋଶନ ମହାନ୍ତିଙ୍କ ଏକ ସୋସିଆଲ ମିଡ଼ିଆ ପୋଷ୍ଟ ସନ୍ଦେହକୁ ଆହୁରି ବଢ଼ାଇ ଦେଇଥିଲା। ବର ବେଶରେ ଥିବା ଅନୁଭବଙ୍କ ଏକ ଫଟୋକୁ ପୋଷ୍ଟ କରି ରାକେଶ ଲେଖିଥିଲେ, ‘‘ଆପଣଙ୍କ ଦ୍ୱିତୀୟ ଇନିଂସ ପାଇଁ ଶୁଭେଚ୍ଛା।’’ ଯାହାକୁ ନେଇ ସୋସିଆଲ ମିଡ଼ିଆରେ ହଇଚଇ ଦେଖିବାକୁ ମିଳିଥିଲା।
ହେଲେ ପରେ ବିବାହର ବାସ୍ତବ କାହାଣୀ ସମସ୍ତଙ୍କ ସାମ୍ନାକୁ ଆସିଯାଇଥିଲା। ଏହା ନଥିଲା ଅନୁଭବଙ୍କ ପ୍ରକୃତ ବିବାହ ଏହା ଥିଲା ଫିଲ୍ମ ‘ଲଭ ଇନ୍ ଲଣ୍ଡନ’ର ସୁଟିଂ ସମୟର ଫଟୋ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।