ମୁଁ ଗୋଟିଏ ମଲା ମଣିଷ; ଶେଷ ଇଚ୍ଛା କହି ଭିଡି଼ଓ ପୋଷ୍ଟ କଲେ ଅନୁଭବ

ବହୁତ ବୋଝ ନେଲିଣି, ମତେ ମାରି ସାରିଲଣି ଆଉ ମରିବା ନେଇ ଡରାଅ ନାହିଁ ଲେଖି ଭିଡିଓ ଜାରି କଲେ ସାଂସଦ ଅନୁଭବ ।

ଅନୁଭବ (ପ୍ରତୀକାତ୍ମକ ଛବି)

ଅନୁଭବ (ପ୍ରତୀକାତ୍ମକ ଛବି)

  • Share this:
କହିNews18 Odia Digital

ଓଡ଼ିଆ ସିନେ ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ପୁଣି ଆଜି ଏକ ଭିଡି଼ଓ ପୋଷ୍ଟ କରି ନିଜର ମନକଥା କହିଛନ୍ତି। ଏହି ଭିଡି଼ଓରେ ସେ ନିଜର ଦୁଃଖ ବଖାଣିବା ସହ ନିଜ ଶେଷ ଇଚ୍ଛା ସଂପର୍କରେ ସୂଚନା ଦେଇଛନ୍ତି।



ଅନୁଭବ କହିଛନ୍ତି, ‘ମୁଁ ବହୁତ ବୋଝ ନେଲିଣି। ମୋତେ ମାରି ସାରିଲଣି। ମରିବାକୁ ଆଉ ଡରାଅନି। ତୁମେ ମୋତେ ମାରି ସାରିଲଣି। ମୁଁ ଗୋଟିଏ ମଲା ମଣିଷ । ମୁଁ ଏବେ ଗୋଟିଏ ମଲା ମଣିଷର ଜୀବନ ବଞ୍ଚିଛି। ହେଲେ ସମସ୍ତଙ୍କ ପରି ମୋର ବି ଶେଷ ଇଚ୍ଛା ଅଛି। ମୁଁ ବି ବଞ୍ଚିବାକୁ ଚାହେଁ । କିନ୍ତୁ ଏକଥା ସେ କାହା ଉଦ୍ଦେଶ୍ୟରେ କହିଛନ୍ତି, ତାହା ସ୍ପଷ୍ଟ କରିନାହାଁନ୍ତି।



ସାଂସଦ ନିଜପ୍ରଶଂସକ, ଶୁଭେଚ୍ଛୁ ଓ ସମର୍ଥକଙ୍କୁ ବି କିଛି ସନ୍ଦେଶ ଦେଇଛନ୍ତି। ସେ ଏହି ଭିଡ଼ିଓ ଶେଷରେ ବାପା ମା’ ଓ ସାନଭାଇ ଚିକୁ ଓ ଅନ୍ଯ କେତେକ ଜଣଙ୍କ ନାଆଁ ନେଇ ସେମାନଙ୍କ ପାଖରେ କୃତଜ୍ଞତା ଜଣାଇଛନ୍ତି।
Published by:Soumya Das
First published: