News18 Odia Digita
Anubhav-Varsha Controversy: କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି (Anubhav Mohanty) ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ (Varsha Priyadarshini) ବିବାହ ବିଚ୍ଛେଦ ମାମଲା ପ୍ରାୟ ଦୁଇରୁ ଅଢ଼େଇ ବର୍ଷ ଧରି ଚାଲିଛି। ଏପର୍ଯ୍ୟନ୍ତ ସମାଧାନର ବାଟ ବାହାରୁନି।
ଗୋଟିଏ ପରେ ଗୋଟିଏ ପିଟିସନ୍ କୋର୍ଟରେ ଦାୟର ହେଉଛି ଏବଂ ଏହି ମାମଲା ମଧ୍ୟ ସେତିକି ବଢ଼ିବାରେ ଲଗିଛି। କେତେବେଳେ ଉଭୟ ପକ୍ଷ କୋର୍ଟରେ ହାଜର ହେଉଛନ୍ତି ତ ଅନ୍ୟ କେତେବେଳେ ଜଣେ ଥିଲେ ଅନ୍ୟ ଜଣେ ହାଜର ହେଉନାହିଁ। ଆଉ କେତେବେଳେ ଉଭୟ ପକ୍ଷରୁ କେହି ହାଜର ହେଉନାହାଁନ୍ତି। ଏସବୁ ମଧ୍ୟରେ କେବଳ ତାରିଖ ଗଡ଼ି ଗଡ଼ି ଚାଲିଛି। ଇତିମଧ୍ୟରେ ଅନୁଭବ ମହାନ୍ତିଙ୍କ ଟିମ ଦ୍ବାରା ୟୁଟ୍ୟୁବରେ ଏମିତି ଏକ ଭିଡିଓ ସେୟାର କରାଯାଇଛି, ଯାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଆରମ୍ଭ ହୋଇଯାଇଛନ୍ତି।
ଏହି ଭିଡିଓରେ ବର୍ଷା ଓ ପୋଲିସଙ୍କ ଦ୍ବାରା ଅତ୍ୟାଚାର ସହୁଥିବାର ନଜର ଆସୁଛନ୍ତି ଅନୁଭବ। ଭିଡିଓରେ ସେ ନିଜ ଘରର ଗେଟ୍ ପାଖରେ ଠିଆ ହୋଇ କାହା ସହ ଫୋନରେ କଥା ହେଉଥିବାର ଦେଖାଯାଉଛନ୍ତି। ଆଉ ବର୍ଷା ସବୁବେଳେ ଗେଟ୍ ତାଲା ପକେଇ ଦେଉଛନ୍ତି ବୋଲି ସେ ଫୋନରେ କହୁଛନ୍ତି।
ଏହାସହ ସେ ପୋଲିସକୁ ମଧ୍ୟ ଅନେକ କଥା କହୁଥିବାର ନଜର ଆସୁଛନ୍ତି। ଖାଲି ଏତିକି ନୁହେଁ ତାଙ୍କ ଟିମ ୟୁଟ୍ୟୁବରେ ସେୟାର କରିଥିବା ଏହି ଭିଡିଓର କ୍ୟାପସନରେ ଲେଖିଛନ୍ତି, ‘‘ପ୍ରକୃତ ନ୍ୟାୟ କେଉଁଠାରେ ଅଛି? ଲଜ୍ଜା। “୨୦୨୦”ର ଭାଇରାଲ୍ ଅଡିଓ ରେକର୍ଡିଂ ପରେ ଏବେ ଆଉ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସୁଛି।
କୋର୍ଟଙ୍କ ଦ୍ବାରା କ୍ଲିଏର ଏବଂ ଷ୍ଟ୍ରିକ୍ ଅର୍ଡର ସତ୍ତ୍ବେ ଅନୁଭବ ମହାନ୍ତିଙ୍କୁ ନିଜ ଘରକୁ ପ୍ରବେଶ କରିବାକୁ ବାରଣ କରାଯାଉଛି। ବର୍ଷା ପ୍ରିୟଦର୍ଶିନୀ ଏବଂ ପୋଲିସ ବାରମ୍ବାର ଘର ବନ୍ଧ ରଖୁଛନ୍ତି। ଅନୁଭାଭ ମହାନ୍ତି ଏବଂ ତାଙ୍କ ପରିବାରକୁ ତାଙ୍କ ନିଜ ଘରେ ପ୍ରବେଶ କରିବାକୁ ବାରଣ କରୁଛନ୍ତି। ବର୍ଷା ଓ ଇନ୍ସପେକ୍ଟର ଇନ୍ ଚାର୍ଜ ରଶ୍ମୀ ରଞ୍ଜନ ସାହୁଙ୍କ ଦ୍ୱାରା ଏହା କୋର୍ଟର ଏକ ସ୍ପଷ୍ଟ ଉଲ୍ଲଂଘନ / ଅବମାନନା ଥିଲା। ପୋଲିସ ଅନୁଭାଭ ମହାନ୍ତି କିମ୍ବା ତାଙ୍କ ପରିବାରକୁ କଦାପି ସହଯୋଗ କରିନଥିଲା କିନ୍ତୁ ବର୍ଷା ପ୍ରିୟଦର୍ଶିନୀଙ୍କୁ ଅନ୍ଧ ଭାବରେ ସମର୍ଥନ କରିଥିଲା ଯାହା କୌଣସି ଓଡ଼ିଶାର କୌଣସି ଓଡ଼ିଆ ଦ୍ୱାରା ଗ୍ରହଣୀୟ ହୋଇପାରିବ ନାହିଁ। ମହିଳାମାନଙ୍କ ପ୍ରତି ସମ୍ମାନ ଏକ ନିଶ୍ଚିତ କିନ୍ତୁ କୌଣସି ଦୋଷ ବିନା ପୁରୁଷଙ୍କ ପ୍ରତି ଅସମ୍ମାନ ଠିକ କଥା ନୁହେଁ।’’
ପଢ଼ନ୍ତୁ ଏହି ଖବର: ସାମ୍ନାକୁ ଆସିଲା ବଡ଼ ଖବର; ଏଣିକି ଆଧାର କାର୍ଡ଼ ସହ ଲିଙ୍କ ହେବ ସମ୍ପତ୍ତିସେହିପରି ଟିମ୍ ଅନୁଭବ ମହାନ୍ତି ODISHA POLICEକୁ ହାତ ଯୋଡ଼ି ଅନୁରୋଧ କରିଛନ୍ତି ଯେ ଏହି ଘଟଣାରେ ଦୟାକରି ଦୃଷ୍ଟି ଦିଅନ୍ତୁ ଏବଂ ପ୍ରକୃତ ଲୋକଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ଯାଞ୍ଚ କରନ୍ତୁ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।