News18 Odia Digital
ଭୁବନେଶ୍ବର: ପୁଣି ଚର୍ଚ୍ଚାରେ ଓଲିଉଡର ଲୋକପ୍ରିୟ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି (Anubhav Mohanty)। ଓଡ଼ିଶାର ଏକ ଘରୋଇ ଟିଭି ଚ୍ୟାନେଲ (Tv Channel) ବିରୋଧରେ ଆଣିଲେ ସମ୍ମାନହାନୀ ଅଭିଯୋଗ। ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କ ସମ୍ମାନହାନୀ ଉଦ୍ୟମ ନେଇ ହୋଇଥିବା ଆବେଦନରେ ଦିଲ୍ଲୀ କୋର୍ଟ ସମନ ଜାରି କରିଛନ୍ତି।
ଆଉ ଏହି ସମନ ଓଡ଼ିଶାର ଏକ ଫେମସ ଘରୋଇ ଚ୍ୟାନେଲକୁ ଦିଲ୍ଲୀ କୋର୍ଟ ପଠାଇଛନ୍ତି। ଚ୍ୟାନେଲର ଲିମିଟେଡ୍ ଏମଡି ଓ ଏଡିଟର ଇନ୍ ଚିଫଙ୍କୁ ଦିଲ୍ଲୀ ମଟ୍ରୋପଲିଟାନ ମାଜିଷ୍ଟ୍ରେଟ ସମନ ପଠାଇଛନ୍ତି।
ଦାୟର ହୋଇଥିବା ପ୍ରମାଣରୁ ପ୍ରାଥମିକ ଯାଞ୍ଚରେ ଅନୁଭବ ମହାନ୍ତିଙ୍କ ସମ୍ମାନହାନୀ ପାଇଁ ଉଦ୍ୟମ ହୋଇଥିବା କୋର୍ଟ ଜାଣିବାକୁ ପାଇଛନ୍ତି। ସେହିପରି ଆଇପିସି ଧାରା ୫୦୦ ଓ ୩୪ ଅନୁସାରେ ଦଣ୍ଡିତ ହେବା ଭଳି କାର୍ଯ୍ୟ କରିଛନ୍ତି।
ଆସନ୍ତା ମାର୍ଚ୍ଚ ୨୭ ସୁଦ୍ଧା କୋର୍ଟରେ ହାଜର ହେବାକୁ ମାଜିଷ୍ଟ୍ରେଟ୍ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘରୋଇ ଚ୍ୟାନେଲ ପକ୍ଷରୁ ଅନେକ ଥର ଅନୁଭବଙ୍କ ସମ୍ମାନହାନୀ ହେବା ଭଳି ଖବର ପ୍ରସାରଣ କରଯାଇଛି।
ଖାଲି ଏତିକି ନୁହେଁ ୟୁଟ୍ୟୁବ, ଇମେଲ୍ ଓ ଅନ୍ୟ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ମଧ୍ୟ ତାଙ୍କୁ ଅସମ୍ମାନ କରିବାକୁ ଚେଷ୍ଟା କରିଛି ଏହି ଚ୍ୟାନେଲ।
ସେପଟେ ଜାଣିଶୁଣି ତାଙ୍କ ସମ୍ମାନହାନୀ କରିବା ଉଦ୍ଦେଶ୍ୟରେ ଏଭଳି କରାଯାଇଥିବା ଅନୁଭବ ଆବେଦନରେ ଅଭିଯୋଗ କରିଛନ୍ତି। ଏଥିସହ ଅନୁଭବ ରାଜନୈତିକ କ୍ୟାରିୟରକୁ ମଳିନ କରିବା ପାଇଁ ମିଛ ଅପପ୍ରଚାର କରାଯାଇଥିବା ଅଭିଯୋଗ କରିଛନ୍ତି ଅଭିନେତା।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।