ଷ୍ଟାର ଦମ୍ପତି ବର୍ଷା-ଅନୁଭବଙ୍କୁ ନେଇ ହାଇକୋର୍ଟରେ ଚାଲିଥିବା ଏକ ମାମଲାର ଶୁଣାଣି ଶେଷ

ଅନୁଭବଙ୍କ ପକ୍ଷରୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ ହୋଇଥିବା ବିଭିନ୍ନ ଭିଡିଓ ଯୋଗୁଁ ତାଙ୍କ ସମ୍ମାନ ହାନୀ ହେଉଥିବା ଦର୍ଶାଇ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ। ଯାହାର ଶୁଣାଣି ଶୁକ୍ରବାର ହୋଇଯାଇଛି।

ଷ୍ଟାର ଦମ୍ପତି ବର୍ଷା-ଅନୁଭବଙ୍କୁ ନେଇ ହାଇକୋର୍ଟରେ ଚାଲିଥିବା ଏକ ମାମଲାର ଶୁଣାଣି ଶେଷ

ଷ୍ଟାର ଦମ୍ପତି ବର୍ଷା-ଅନୁଭବଙ୍କୁ ନେଇ ହାଇକୋର୍ଟରେ ଚାଲିଥିବା ଏକ ମାମଲାର ଶୁଣାଣି ଶେଷ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

କଟକ: ଷ୍ଟାର ଦମ୍ପତି ବର୍ଷା ଓ ଅନୁଭବଙ୍କୁ ନେଇ ହାଇକୋର୍ଟରେ ଚାଲିଥିବା ଏକ ମାମଲାର ଶୁଣାଣି ଶୁକ୍ରବାର ଦିନ ଶେଷ ହୋଇଛି। ସୋସିଆଲ ମିଡ଼ିଆରେ ପରସ୍ପର ବିରୋଧରେ ଆକ୍ଷେପ ଘଟଣାରେ, ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପକ୍ଷରୁ ହାଇକୋର୍ଟରେ ଯାଚିକା ଦାୟର କରାଯାଇଥିବା ମାମଲାର ଶୁଣାଣିକୁ ଶେଷ କରି ରାୟକୁ ସଂରକ୍ଷିତ ରଖିଛନ୍ତି ହାଇକୋର୍ଟ।

ବର୍ଷାଙ୍କ ସ୍ବାମୀ ତଥା ସାଂସଦ ଅନୁଭବ ମହାନ୍ତି ସୋସିଆଲ ମିଡ଼ିଆରେ ତାଙ୍କ ବିରୋଧରେ ବାରମ୍ବାର ଆକ୍ଷେପ କରୁଥିବା ନେଇ ବର୍ଷା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ମାମଲାର ପ୍ରାରମ୍ଭିକ ଶୁଣାଣୀରେ ପରସ୍ପର ବିରୋଧରେ କେହି ସୋସିଆଲ ମିଡ଼ିଆରେ ଆକ୍ଷେପ କରିବେ ନାହିଁ ବୋଲି କୋର୍ଟ ପୂର୍ବରୁ ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏହା ପରେ ମଧ୍ୟ ସାମାଜିକ ଗଣମାଧ୍ୟମରେ ଅନୁଭବ ମହାନ୍ତି ବିଭିନ୍ନ ସମୟରେ ଭିଡିଓଗୁଡ଼ିକୁ ଜାରି କରିବା ସହ ତାଙ୍କ ବିରୋଧରେ ବିଭିନ୍ନ କଥା କହୁଥିବା ଦର୍ଶାଇ ବର୍ଷା ପ୍ରିୟଦର୍ଶିନୀ ଏହି ପ୍ରସଙ୍ଗ ନେଇ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

ଗତ ବର୍ଷ ମେ ମାସ ୨୭ ତାରିଖରେ ହାଇକୋର୍ଟ ଏହି ମାମଲାର ଶୁଣାଣି କରି ବର୍ଷାଙ୍କ ବ୍ୟକ୍ତିଗତ ପ୍ରସଙ୍ଗକୁ ନେଇ ଅନୁଭବ ମହାନ୍ତି ଗଣମାଧ୍ୟମରେ ବର୍ଷାଙ୍କୁ ଆକ୍ଷେପ କରିବା ଭଳି ଆଉ କୌଣସି ମନ୍ତବ୍ୟ ଦେଇ ପାରିବେ ନାହିଁ ବୋଲି ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ। ଏଥି ସହିତ ଆବେଦନକାରୀ ବର୍ଷା କ୍ଷେତ୍ରରେ ମଧ୍ୟ ଏହି ଅନ୍ତରିଣ ନିର୍ଦ୍ଦେଶନାମା କାର୍ଯ୍ୟ କରିବ ବୋଲି ହାଇକୋର୍ଟ କହିଥିଲେ।

ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାହ ବିଚ୍ଛେଦ ଓ ଅନ୍ୟ କେତେକ ମାମଲା ଅଦାଲତରେ ବିଚାରାଧୀନ ଥିବା ବେଳେ ସେମାନଙ୍କୁ ନେଇ ସୋସିଆଲ ମିଡ଼ିଆରେ ଅନେକ କଥା ଚର୍ଚ୍ଚା ହେଉଛି। ବିଶେଷ କରି ଏହି ଅଧିକାଶଂ ଚର୍ଚ୍ଚା ବର୍ଷାଙ୍କୁ ନେଇ ହେଉଥିବାରୁ ଏହା ଦ୍ବାରା ତାଙ୍କର ମର୍ଯାଦା ହାନି ହେଉଛି ବୋଲି ବର୍ଷା ଦର୍ଶାଇ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

ତାଙ୍କର ବ୍ୟକ୍ତିଗତ ଜୀବନ ନେଇ ସୋସିଆଲ ମିଡ଼ିଆରେ ବିଭିନ୍ନ କଥା ଅନୁଭବ ଆକ୍ଷେପ କରି କହୁଛନ୍ତି। ଅନୁଭବ ଭିଡିଓ ମାଧ୍ୟମରେ ନିଜ ମତ ରଖୁଥିବା ବେଳେ ଏ ସବୁ ବର୍ଷାଙ୍କ ଜୀବନ ସହିତ ଜଡିତ ରହୁଛି। ପରିବାର ଅଦାଲତରେ ମାମଲା ବିଚାରାଧୀନ ଥିବା ବେଳେ ସୋସିଆଲ ମିଡ଼ିଆରେ ବିଭିନ୍ନ କଥା ଏହି ପ୍ରସଙ୍ଗରେ ଚର୍ଚ୍ଚା କରିବା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ। କୌଣସି ସତ୍ୟତା ନଥିବା ଓ ଭିତ୍ତିହୀନ କଥା ସବୁ ସୋସିଆଲ ମିଡ଼ିଆରେ ତାଙ୍କ ବିରୋଧରେ କୁହାଯାଉଛି। ଏପରି ସୋସିଆଲ ମିଡ଼ିଆ ପୋଷ୍ଟ ଉପରେ ଅଙ୍କୁଶ ଜାରି କରାଯିବା ଆବଶ୍ୟକ ବୋଲି ବର୍ଷାଙ୍କ ଆବେଦନରେ ଦର୍ଶାଯାଇଥିଲା।
Published by:Lipina Das
First published: