ଅସ୍ତ୍ରୋପଚାର ପାଇଁ ଦିଲ୍ଲୀ ଗଲେ ପିଣ୍ଟୁ; ସାହାଯ୍ୟ ପାଇଁ ଆଗେଇ ଆସିଲେ ସାଥୀ କଳାକାର

ପିଣ୍ଟୁ ନନ୍ଦଙ୍କ ବିମାନ ଖର୍ଚ୍ଚ ବହନ କଲେ ଅନୁଭବ। ତାଙ୍କ ପାଇଁ ବିମାନ ବନ୍ଦରରେ ସହାୟତା ମାଗିଥିଲେ ରାଣୀ।

ଦିଲ୍ଲୀ ଗଲେ ପିଣ୍ଟୁ

ଦିଲ୍ଲୀ ଗଲେ ପିଣ୍ଟୁ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ୱର: ଅସ୍ତ୍ରୋପଚାର ପାଇଁ  ଦିଲ୍ଲୀ ଯାତ୍ରା କରିଛନ୍ତି ଅଭିନେତା ପିଣ୍ଟୁ ନନ୍ଦ(Pintu Nanda)। ଦିଲ୍ଲୀ(Delhi)ର ILVS ହସ୍ପିଟାଲରେ ପିଣ୍ଟୁଙ୍କର ହେବ ଅପରେସନ। ପିଣ୍ଟୁଙ୍କ ଏଭଳି ଅବସ୍ଥାରେ ତାଙ୍କ ପାଇଁ ସାଥି କଳାକାରମାନେ ଆଗେଇ ଆସିଛନ୍ତି।

ଅର୍ଦ୍ଧେନ୍ଦୁଙ୍କ ବଡ଼ ହୃଦୟ; ପିଣ୍ଟୁ ନନ୍ଦଙ୍କ ଚିକିତ୍ସା ପାଇଁ ଦେଲେ ୧୦ ଲକ୍ଷ

ବିମାନ ବନ୍ଦରରେ ଯିବା ସମୟରେ ପିଣ୍ଟୁ ନନ୍ଦ କହିଛନ୍ତି ଓଡିଶାବାସୀ ଅଜସ୍ର ପ୍ରାଥନା ଓ ଅକୁଣ୍ଠ ଚିତ୍ତ ସହଯୋଗ ଦ୍ୱାରା  ଚିକିତ୍ସା ପାଇଁ ମୁଁ ସାହସ ଜୁଟାଇପାରିଛି ତେଣୁ ସେମାନଙ୍କୁ ଧନ୍ୟବାଦ। ସାଂସଦ ଅଚ୍ୟୁତ ସାମନ୍ତ ସହ ଓଡ଼ିଆ କଳକାର ଓ ଅନ୍ୟ ଶୁଭେଚ୍ଛୁ ବଡ ଭାଇଙ୍କର ପ୍ରତିଶୃତି ଓ ସହଯୋଗ ରହିଛି। ମୋ ପ୍ରତି ଏହାକୁ ପାଥେୟ କରି ମୁଁ ଦିଲ୍ଲୀ ଚିକିତ୍ସା ପାଇଁ ଯାଉଛି। ମୁଁ ପୁଣି ଥରେ ଭଲ ହୋଇ ଆସିବି ଆଉ ଆପଣଙ୍କ ମନୋରଞ୍ଜନ କରିବି।

ପିଣ୍ଟୁଙ୍କ ବ୍ୟୟବହୁଳ ଚିକିତ୍ସା ପାଇଁ ବହୁ ଅର୍ଥର ଆବଶ୍ୟକତା ଥିବା ବେଳେ  ପରିବାର ଲୋକେ ମଧ୍ୟ ଅର୍ଥ ରାଶି ଯୋଗାଡ କରୁଛନ୍ତି। ଆରୋଗ୍ୟ ପାଇଁ ଓଡିଶା ବାସୀଙ୍କୁ ନିବେଦନ କରିଥିବା ବେଳେ ଓଡିଶା ସରକାର ବା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ  ଓ ରାଜ୍ୟ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ସାହାଯ୍ୟ ସହଯୋଗ କାମନା କରିଛନ୍ତି। ଅନ୍ୟପଟେ ସହାୟତା ପାଇଁ ଶୁଭେଛୁ ଓ କଳାକାରମାନେ ହାତ ବଢାଇଛନ୍ତି। ଚିକିତ୍ସା ପାଇଁ ଅର୍ଥ ସଂଗ୍ରହ କରିଛନ୍ତି ଯାତ୍ରା ଅଭିନେତ୍ରୀ ରାଣୀ ପ୍ରିୟଦର୍ଶନୀ ସାହୁ(Rani Priyadarshani) । ଅଭିନବ ଉପାୟରେ ଲୋକଙ୍କୁ ନିଜର କାନି ଦେଖାଇ ଭିକ ମାଗି ଜଗତସିଂହପୁର(Jahatsinghpur)ରୁ ଭୁବନେଶ୍ୱର(Bhubaneswar) ପର୍ଯ୍ୟନ୍ତ ସେ ଟଙ୍କାଏ ଟଙ୍କାଏ କରି ସଂଗ୍ରହ କରି ପାଖାପାଖି ୧୦ ହଜାରରୁ ଅଧିକ ଅର୍ଥକୁ ପିଣ୍ଟୁ ନନ୍ଦଙ୍କୁ ଦେଇଛନ୍ତି ରାଣୀ ।

ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ଯବସ୍ଥାକୁ ନେଇ ଚିନ୍ତାରେ କଳାକାର; ଜାଣନ୍ତୁ କଣ କହିଲେ ଅର୍ଦ୍ଧେନ୍ଦୁ

ସୂଚନ ଯୋଗ୍ଯ ଆସନ୍ତା ୬ ମାସ ମଧ୍ୟରେ ତାଙ୍କର ଲିଭର ଟ୍ରାନ୍ସପ୍ଲାଣ୍ଟ କରେଇବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି। ଓଡ଼ିଆ ସିନେ ଜଗତର କଳାକାର ଓ ତାଙ୍କ ପରିବାର ଲୋକେ ତାଙ୍କର ଚିକିତ୍ସା ପାଇଁ ଅର୍ଥର ଆବଶ୍ୟକତାକୁ ନେଇ ସହାୟତା ପାଇଁ ଇଚ୍ଛାକୃତ୍ୟ ଭାବେ ହାତ ବଢାଇବା ପାଇଁ ନିବେଦନ କରୁଛନ୍ତି।
Published by:Soumya Das
First published: