Video: ବର୍ଷା-ଅନୁଭବ ଦାମ୍ପତ୍ୟ କଳହ; ଟ୍ବିଟରରେ ଭିଡିଓ ପୋଷ୍ଟ କରି ଚର୍ଚ୍ଚାରେ ଅଭିନେତା

ଥମିବାର ନାଁ ନେଉନାହିଁ ଓଲିଉଡ ଫେମସ ଯୋଡ଼ି ଅନୁଭବ ଓ ବର୍ଷାଙ୍କ ଦାମ୍ପତ୍ୟ କଳହ। ଅନେକ ଦିନ ପରେ ଅନୁଭବ ସୋସିଆଲ ମିଡ଼ିଆରେ ଏକ ଭିଡିଓ ପୋଷ୍ଟ କରି ଚର୍ଚ୍ଚାରେ।

ବର୍ଷା-ଅନୁଭବ ଦାମ୍ପତ୍ୟ କଳହ

ବର୍ଷା-ଅନୁଭବ ଦାମ୍ପତ୍ୟ କଳହ

  • Share this:
News18 Odia Digital

ଭୁବନେଶ୍ବର: ଦୀର୍ଘ ଦିନର ବ୍ୟବଧାନ ପରେ ବିଜେଡି ସାଂସଦ ତଥା ପୂର୍ବତନ ଅଭିନେତା ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ବୈବାହିକ ସମ୍ପର୍କରେ ତିକ୍ତତା ଥମିବାର ନାଁ ନେଉନାହିଁ । ରବିବାର ବିଳମ୍ବିତ ରାତିରେ ଅନୁଭବ ନିଜ ଟ୍ବିଟରରେ ଏକ ଭିଡିଓ ପୋଷ୍ଟ କରିଥିଲେ । ଆଉ ଏହି ଭିଡିଓ ମାଧ୍ୟମରେ ସେ ତାଙ୍କ ପ୍ରତି ହୋଇଥିବା ଅନ୍ୟାୟ ବିରୁଦ୍ଧରେ ସ୍ୱର ଉଠାଇଛନ୍ତି। ବର୍ତ୍ତମାନ ସୋସିଆଲ ମିଡ଼ିଆରେ ତାଙ୍କ ଏହି ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ସାଂସଦ ଅନୁବଭ ମହାନ୍ତି ନ୍ୟାୟ ପାଇବାକୁ ଚାହୁଁଥିବା ଦୁଇଟି ସିସିଟିଭି ଫୁଟେଜ୍ ଶେୟାର କରିଛନ୍ତି ଓ ଲେଖିଛନ୍ତି, ‘‘ଗତବର୍ଷ ସମାନ ତାରିଖରେ ସମସ୍ତ ସଚ୍ଚୋଟତା ଓ ସମ୍ମାନ ସହିତ ଜଣଙ୍କୁ ଜରୁରୀକାଳୀନ ସମୟରେ ମୋ ଘରକୁ ଅତି କମରେ ୧-୨ ମିନିଟ୍ ପ୍ରବେଶ କରିବାକୁ ଅନୁମତି ଦେବାକୁ ଅନୁରୋଧ କରିଥିଲି। ଅନ୍ତିମ ବିଚାର ପର୍ଯ୍ୟନ୍ତ ତାଙ୍କୁ ଘରୁ ବାହାର କରିଦେବା ମୋର କିମ୍ବା ମୋ ପରିବାରର କୌଣସି ଉଦ୍ଦେଶ୍ୟ ନଥିଲା । ଆମେ ପୋଲିସ୍ ସହିତ ସମ୍ପୂର୍ଣ୍ଣ ସହଯୋଗ କରିଥିଲୁ ଏବଂ ସେମାନଙ୍କୁ ଆମର ସମସ୍ତ ନିର୍ଦ୍ଦୋଷତା ପ୍ରମାଣ କରୁଥିବା ସମସ୍ତ ଅଡିଓ-ଭିଜୁଆଲ୍ (cctv) ଇତ୍ୟାଦି ଯୋଗାଇ ଦେଇଥିଲୁ। କିନ୍ତୁ ଆଶ୍ଚର୍ଯ୍ୟର କଥା ମୁଁ ଏବଂ ମୋ ଅଫିସ୍ କର୍ମଚାରୀ 498A, 506, 341 & 34 ଅଧୀନରେ ବୁକ୍ ହୋଇଥିଲେ’’



ସେ ଆହୁରି ମଧ୍ୟ ଲେଖିଛନ୍ତି, “ପୂର୍ଣ୍ଣ ସିସିଟିଭି ଫୁଟେଜର ଏକ ଛୋଟ କ୍ଲିପ୍ ଯାହା ମୋର ସଚ୍ଚୋଟତାକୁ ସ୍ପଷ୍ଟ ପ୍ରମାଣିତ କରେ! ପ୍ରାୟ ଏକ ବର୍ଷ ହେବ ପୁରା ଫୁଟେଜ୍ ପୋଲିସ୍ ପାଖରେ ଅଛି । ଏକ ବର୍ଷରୁ ଅଧିକ ସମୟ ଧରି ନ୍ୟାୟ ପାଇବାରେ ବିଫଳ ହେବା ପରେ ମୁଁ ଏହି ଭିଡିଓ ପୋଷ୍ଟ କରୁଛି।”



ଅନୁଭବ ଆହୁରି ଲେଖିଛନ୍ତି, “ସିସିଟିଭି ଦ୍ୱାରା କଏଦ ହୋଇଥିବା ସମାନ ଘଟଣାର ଫୁଟେଜରୁ ଏହା ଅନ୍ୟ ଏକ କ୍ଲିପ୍ । ମୁଁ ତାଙ୍କୁ ଘରୁ ବାହାର କରିଦେଉଛି ନା ମୁଁ ମୋ ନିଜ ଘରେ ଯିବାକୁ ପୋଲିସ ଓ ତାଙ୍କ ନିକଟରେ ନେହୁରା ହେଉଛି।”
Published by:Lipina Das
First published: