ଅନୁଭବଙ୍କ ବଡ଼ ବାପାଙ୍କ ଦେହାନ୍ତ; ଶେଷ ସମୟରେ ଦେଖିପାରିଲେନି ଭିଟାମାଟି

ଓଲିଉଡ ଅଭିନେତା ଅନୁଭବ ମହାନ୍ତିଙ୍କ ବଡ଼ ବାପାଙ୍କର ଦେହାନ୍ତ ହୋଇଛି । କିନ୍ତୁ ଦୁଃଖର ବିଷୟ ଶେଷ ଜୀବନ ମଧ୍ଯ ସମୟରେ ଭିଟାମାଟି ଦେଖିପାରିଲେନି ।

ଅନୁଭବ ବଡ଼ ବାପାଙ୍କ ଦେହାନ୍ତ

ଅନୁଭବ ବଡ଼ ବାପାଙ୍କ ଦେହାନ୍ତ

  • News18 Odia
  • Last Updated :
  • Share this:
News 18 Odia Digital

ଓଡ଼ିଶା : ବଲିଉଡ ଅଭିନେତା ଅନୁଭବ ମହାନ୍ତିଙ୍କ ବଡ଼ ବାପାଙ୍କର ଦେହାନ୍ତ ହୋଇଛି । କିନ୍ତୁ ଦୁଃଖର ବିଷୟ ସେ ଶେଷ ଜୀବନ ସମୟରେ ଭିଟାମାଟି ଦେଖିପାରିଲେନି। ଅଭିନେତା ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ କଳହ ଯୋଗୁ ଅନୁଭବଙ୍କ ପରିବାର ଲୋକ ବାହାରେ ଏକ ଭଡ଼ା ଘରେ ରହି ଆସୁଛନ୍ତି । ସେଠାରେ ଅନୁଭବଙ୍କ ବଡ଼ ବାପାଙ୍କର ଦେହାନ୍ତ ହୋଇଛି ବୋଲି ଯାହା ସୂଚନା ମିଳିଛି । ଅନୁଭବଙ୍କ ପୈତୃକ ଘର ଏକା ବର୍ଷା ପ୍ରିୟଦର୍ଶିନୀ ରହୁଛନ୍ତି ।

ନିକଟରେ ମାସକ ଭିତରେ ଘର ଛାଡ଼ିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ବର୍ଷାଙ୍କୁ । କେବଳ ସେତିକି ନୁହେଁ କୋର୍ଟଙ୍କ ନିର୍ଦ୍ଦେଶ ପରେ ଆସନ୍ତା ୩୦ ଦିନ ମଧ୍ୟରେ ସେ ରହିଆସୁଥିବା ଅନୁଭବଙ୍କ କଟକ ନନ୍ଦି ସାହି ସ୍ଥିତ ପୈତୃକ ଘର ଛାଡ଼ିବେ ବୋଲି ବର୍ଷା କୋର୍ଟଙ୍କୁ ଅଣ୍ଡର ଟେକିଂ ଆକାରେ ଲିଖିତ ଭାବେ ମଧ୍ୟ ଜଣାଇଛନ୍ତି । ଆସନ୍ତା ଅକ୍ଟୋବର ମାସ ପୂର୍ବରୁ ବର୍ଷା ଅନୁଭବଙ୍କ ଘର ଛାଡ଼ି ନୂଆ ଏକ ଠିକଣାକୁ ଯିବେ ।

ପୂର୍ବରୁ ଜୁନ୍‌ରେ ୦୨ ରେ ଅନୁଭବଙ୍କ ପତ୍ନୀ ବର୍ଷା ଶାଶୁଘର ଛାଡ଼ି ଅନ୍ୟତ୍ର ରହିବେ ବୋଲି କୋର୍ଟ କହିଥିଲେ । ଘରଭଡ଼ା ପାଇଁ ପ୍ରତି ମାସର ୧୦ ତାରିଖ କିମ୍ବା ତା ପୂର୍ବରୁ ମାସିକ ୩୦ ହଜାର ଟଙ୍କା ଅନୁଭବ ପ୍ରଦାନ କରିବେ ଓ ପ୍ରଥମ ଟଙ୍କା ପାଇବାର ୨ ମାସ ମଧ୍ୟରେ ବର୍ଷା ଘର ଛାଡ଼ିବେ ସହ ରାୟର ୨ ମାସ ଭିତରେ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ କରିବା ଲାଗି କୋର୍ଟ କହିଥିଲେ ।

ସେପଟେ ହାଇକୋର୍ଟରେ ଦାୟର ହୋଇଥିବା ଆଉ ଏକ ମାମଲାରେ ମଧ୍ୟ ବର୍ଷାଙ୍କୁ ଆଶ୍ୱସ୍ଥି ମିଳି ପାରିନାହିଁ । କଟକର ପରିବାର ଅଦାଲତରେ ଚାଲିଥିବା ପାରିବାରିକ ମାମଲାରେ ଅନୁଭବଙ୍କୁ ପୁଣିଥରେ ଜେରା ପାଇଁ ବର୍ଷା କଟକ ପରିବାର ଅଦାଲତରେ ଦାୟର କରିଥିବା ଏକ ପିଟିସନକୁ କୋର୍ଟ ଅଗ୍ରାହ୍ୟ କରି ଦେଇଥିଲେ । କଟକ ପରିବାର ଅଦଲତଙ୍କ ନିର୍ଦ୍ଦେଶକୁ ଚ୍ଯାଲେଞ୍ଜ କରି ବର୍ଷା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ତେବେ ହାଇକୋର୍ଟ ସେହି ମାମଲାର ଶୁଣାଣି ଘୁଞ୍ଚାଇବା ସହ ଆସନ୍ତା ୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି ।
Published by:Sujit Swain
First published: