News18 Odia Digital
Anubhav Mohanty: ପୁଣି ଥରେ ଚର୍ଚ୍ଚାରେ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି(Anubhav Mohanty) । ଏଥର ଚର୍ଚ୍ଚା ଅଭିନେତା କରିଥିବା ଟ୍ୱିଟକୁ ନେଇ । ଆଜି ଅନୁଭବ ଏକ ଅନୁରୋଧ ଭରା ଟ୍ୱିଟ କରିଛନ୍ତି, ଯାହାକୁ ନେଇ ଆଲୋଚନା ଜୋର ଧରିଛି ।
ପତ୍ନୀ ବର୍ଷା ପ୍ରିୟଦର୍ଶନୀ(Varsha Priyadarshani)ଙ୍କ ସହ ପାରିବାରିକ ବିବାଦକୁ ନେଇ ସବୁବେଳେ ଆଲୋଚନାରେ ଥିବା ଅନୁଭବ ମହାନ୍ତି ଆଜି ଏକ ଟ୍ୱିଟ କରିଛନ୍ତି । ନିଜ ସୋସିଆଲ ମିଡ଼ିଆରେ ସେୟାର କରିଥିବା ଟ୍ୱିଟରେ ସେ ବର୍ଷାଙ୍କୁ କିଛି ଅନୁରୋଧ କରିଛନ୍ତି । ଜଲଦି ଭଲରେ ଅଲଗା ହୋଇଯିବା ନେଇ ଉଲ୍ଲେଖ କରିଛନ୍ତି ଅନୁଭବ ।
ଅଭିନେତାଙ୍କ ଅନୁସାରେ, ତାଙ୍କ ବାପାଙ୍କ ଦେହ ବହୁତ ଅସୁସ୍ଥ । ସେ ବର୍ତ୍ତମାନ ଅସୁସ୍ଥ ଅଛନ୍ତି । ବିଳମ୍ୱ ନକରି ଭଳରେ ଅଲଗା ହୋଇଯିବା ପାଇଁ ବର୍ଷାଙ୍କୁ ଅନୁରୋଧ କରିଛନ୍ତି । ସେ କହିଛନ୍ତି, ପିତାମାତା ସବୁବେଳେ ପିଲାମାନଙ୍କର ସୁଖ ଚାହାଁନ୍ତି । ଆମେ ଜାଣୁ କିଏ ଠିକ୍ ଓ କିଏ ଭୁଲ୍! ମୋ ବାପା ଆଇସିୟୁରେ ଅଛନ୍ତି ଓ ବହୁତ ଗୁରୁତର । ମୁଁ ତୁମକୁ ହାତ ଯୋଡି଼ ଅନୁରୋଧ କରୁଛି । ବିଳମ୍ବ ନକରି ସୌହାର୍ଦ୍ଦପୂର୍ଣ୍ଣ ଢଙ୍ଗରେ ଅଲଗା ହୋଇଯିବା ଉଚିତ । ସବୁ କିଛି ଶେଷ ହେବା ପୂର୍ବରୁ ମୋ ବାପାମାଙ୍କୁ ଶାନ୍ତିରେ ନିଶ୍ୱାସ ମାରିବାକୁ ଦିଅ । ମହାପ୍ରଭୁ ତମକୁ ଆଶୀର୍ବାଦ କରିବେ । ଏହା ସହ ଏଥିରେ ସେ ବର୍ଷାଙ୍କୁ ଟ୍ଯାଗ ମଧ୍ଯ କରିଛନ୍ତି ।
ପୂର୍ବରୁ ବର୍ଷାଙ୍କ ସହ ବିବାଦ ଯୋଗୁଁ ତାଙ୍କ ପରିବାର ସମସ୍ଯାର ସମ୍ମୁଖୀନ ହେଉଛି ବୋଲି ଏକ ପ୍ରକାର ଉଲ୍ଲେଖ କରିଆସୁଥିଲେ ଅନୁଭବ ମହାନ୍ତି । ସୋସିଆଲ ମିଡିଆରେ ସବୁ ସମୟରେ ସକ୍ରିୟ ରହୁଥିବା ଅନୁଭବ ନିଜର ସବୁ କଥା ଦୁନିଆ ଆଗରେ ପ୍ରକାଶ କରନ୍ତି । ବର୍ତ୍ତମାନ ଏହି ଟ୍ୱିଟ ପରେ ବିବାଦ କେଉଁ ମୋଡ ନେଉଛି ଦେଖିବା ବାକି ରହିଲା ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।