ହଳଦିଆ ନାଇଟ୍ ଡ୍ରେସ ପିନ୍ଧି ଗୀତ ଗାଇବା ସହ ନାଚିଲେ ରାନୁ ମଣ୍ଡଲ
News18 Odia Digital
କୋଲକାତା: ମାନିକେ ମାଗେ ହିଥେ’ (Manike Mage Hithe) ଗୀତଟି ଗାଇ ସୋସିଆଲ ମିଡ଼ିଆରେ ଚର୍ଚ୍ଚାର ବିଷୟ ପାଲଟିଥିଲେ ଷ୍ଟେସନରୁ ବଲିଉଡ ଗାୟିକା ସାଜିଥିବା ରାନୁ ମଣ୍ଡଲ । ସେହିପରି ନିକଟରେ ସେ ଆଉ ଏକ ଭିଡିଓକୁ ନେଇ ଚର୍ଚ୍ଚାରେ ଆସିଥିଲେ । ଯେଉଁଥିରେ ତାଙ୍କ ଗାୟିକା ଅନ୍ଦାଜ ପୁଣି ଦେଖିବାକୁ ମିଳିଥିଲା ।
ଏଥର ଭାଇରାଲ ହେଉଥିବା ଭିଡିଓରେ ସେ ହଳଦିଆ ନାଇଟ୍ ଡ୍ରେସ ପିନ୍ଧି ଗୀତ ଗାଇବା ସହ ନାଚୁଥିବାର ମଧ୍ୟ ନଜର ଆସିଥିଲେ । ତାଙ୍କ ଏହି ଭିଡିଓକୁ ଖୁବ୍ ପସନ୍ଦ କରିଛନ୍ତି ସୋସିଆଲ ମିଡ଼ିଆ ୟୁଜର୍ସ ।
୨୦୧୯ରେ ରାନୁ ଷ୍ଟେସନରେ ଲୋକପ୍ରିୟ ଗାୟିକା ଲତା ମଙ୍ଗେସକରଙ୍କ ଫେମସ ଗୀତ ଗାଇ ରାତାରାତି ବଲିଉଡରେ ଗୀତ ଗାଇବାର ସୁଯୋଗ ପାଇଥିଲେ । ତାଙ୍କ ଗୀତରେ ମୋହିତ ହୋଇ ବଲିଉଡର ମ୍ୟୁଜିକ କମ୍ପୋଜର ତଥା ଗାୟକ ହିମେଶ ରେଶମିୟା ତାଙ୍କୁ ନିଜ ଫିଲ୍ମରେ ଗୀତ ଗାଇବାର ସୁଯୋଗ ଦେଇଥିଲେ । ହେଲେ ଗୀତ ଗାଇ ଟଙ୍କା ରୋଜଗାର କରୁଥିବା ରାନୁ ବର୍ତ୍ତମାନ କୋଲକାତାର ରାଣଘାଟରେ ନିଜ ଭଙ୍ଗା ଘରେ ରହୁଛନ୍ତି ।
ତାଙ୍କ କୋଠରୀରେ ଗୋଟିଏ ଛୋଟ ବଲବ୍ ଜଳୁଛି । ଏବେ ତାଙ୍କୁ ଆଉ କେହି ଦେଖୁ ନାହାଁନ୍ତି । ବଲିଉଡରୁ ତାଙ୍କୁ ମିଳିଥିବା ଟଙ୍କା ପଇସା ସବୁ ସରିଯାଇଛି । ସେ ଆଜି ପୁଣି ଥରେ ପଥର ଭିକାରୀ ସାଜିଛନ୍ତି । କିନ୍ତୁ ଭଲ ଖବର ହେଉଛି ରାନୁଙ୍କ ବିଷୟରେ ଏକ ଫିଲ୍ମ ନିର୍ମାଣ କରାଯାଉଛି ବୋଲି ଚର୍ଚ୍ଚା ଜୋର ଧରିଛି ।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।