ସୁପରହିଟ୍ ଫିଲ୍ମ 'ଦମନ'କୁ ନେଇ ଆଉ ଏକ ଖୁସି ଖବର; ଟିକସମୁକ୍ତ କଲେ ରାଜ୍ୟ ସରକାର
- News18 Odia
- Last Updated :
- Bhubaneswar, India
News 18 Odia Digital
ଭୁବନେଶ୍ୱର; ମ୍ୟାଲେରିଆ ନିରାକରଣ ତଥା ସଚେତନତା କାର୍ଯ୍ୟକ୍ରମ ଉପରେ ନିର୍ମିତ ଚଳଚ୍ଚିତ୍ର ‘ଦମନ’ର ପ୍ରଦର୍ଶନକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସମ୍ପୂର୍ଣ୍ଣ ଟିକସ ମୁକ୍ତ ଘୋଷଣା କରିଛନ୍ତି । ଅପହଞ୍ଚ ତଥା ମାଲକାନଗିରିର ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ପାଇଁ ଜଣେ ଯୁବ ଡାକ୍ତରଙ୍କ ମାନବିକତା । ଯାହା ନୂଆ ଉଦାହରଣ ସୃଷ୍ଟି ହୋଇଛି ତାହା ଏହି ଚଳଚ୍ଚିତ୍ରର ମୁଖ୍ୟ ବିଷୟ ବସ୍ତୁ।
ସ୍ୱାସ୍ଥ୍ୟ ବିଭାଗ ସହ ସମସ୍ତ ସରକାରୀ କର୍ମଚାରୀମାନଙ୍କ ମଧ୍ୟରେ ସେବା ମନୋଭାବକୁ ଆହୁରି ମଜବୁତ୍ କରିବା ଦିଗରେ ଏହା ବେଶ୍ ପ୍ରଭାବିତ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି । ଏହାସହ ଏକ ସୁସ୍ଥ ଓ ସଚେତନ ସାମାଜର ବିକାଶ ପାଇଁ ସରକାରଙ୍କ ସମସ୍ତ ବିଭାଗ ସମନ୍ଵୟ ରଖି କାମ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ଵାନ କରିଛନ୍ତି।
ମୁଖ୍ୟମନ୍ତ୍ରୀ ଯାହା ଘୋଷଣା କରିଛନ୍ତି, ତାହା ପ୍ରକୃତରେ ସ୍ବାଗତଯୋଗ୍ୟ ବୋଲି ସାଧାରଣ ଲୋକ ମତ ପ୍ରକାଶ କରିଛନ୍ତି । ଦୁର୍ଗମ୍ୟ ଓ ଅପହଞ୍ଚ ଅଞ୍ଚଳରେ ଜଣେ ଯୁବ ଡାକ୍ତର ଅନେକ ଅସୁବିଧାର ସମ୍ମୁଖୀନ ହୋଇ ଗରିବ ଲୋକଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ସମସ୍ତଙ୍କ ପାଇଁ ଉଦାହରଣ ପାଳଟିଛନ୍ତି । ସେବା ଓ ତ୍ୟାଗ ମନୋଭାବ ନେଇ ସମସ୍ତଙ୍କୁ ହୃଦୟର ସହିତ ସାହାଯ୍ୟ କରିବା ହେଉଛି ମାନବିକତାର ପରିଚୟ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।