ଅନଲାଇନ୍ ଠକେଇର ଶିକାର ହେଲେ ଅଭିନେତା ଅନୁ କପୁର; ୪ ଲକ୍ଷ ଟଙ୍କା ଲୁଟ୍

ଅନୁ କପୁର ଏକ ଅଗ୍ରଣୀ ଘରୋଇ କ୍ଷେତ୍ର ବ୍ୟାଙ୍କ ସହିତ ତାଙ୍କର KYC ବିବରଣୀ ଅପଡେଟ୍ ହେବାର ବାହାନାରେ ୪.୩୬ ଲକ୍ଷ ଟଙ୍କା ହରାଇଛନ୍ତି।

ଅଭିନେତା ଅନୁ କପୁର

ଅଭିନେତା ଅନୁ କପୁର

  • News18 Odia
  • Last Updated :
  • Other, India
  • Share this:
News 18 Odia Digital

ମୁମ୍ବାଇ: ଚଳଚ୍ଚିତ୍ର ଅଭିନେତା ଅନୁ କପୁର ଏକ ଅଗ୍ରଣୀ ଘରୋଇ କ୍ଷେତ୍ର ବ୍ୟାଙ୍କ ସହିତ ତାଙ୍କର ଗ୍ରାହକ (KYC) ବିବରଣୀ ଅପଡେଟ୍ ହେବାର ବାହାନାରେ ୪.୩୬ ଲକ୍ଷ ଟଙ୍କା ହରାଇଛନ୍ତି। ପୋଲିସ ସୁଚନ ଅନୁଯାୟୀ ପୋଲିସର ଠିକ୍ ସମୟରେ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ କରାଗଲେ ସେ ୩.୦୮ ଲକ୍ଷ ଟଙ୍କା ପାଇବେ। ଗୁରୁବାର ଦିନ ବ୍ୟାଙ୍କର ଜଣେ କର୍ମଚାରୀ କଲ କରି ତାଙ୍କୁ ତାଙ୍କର KYC ଫର୍ମ ଅପଡେଟ୍ କରିବା ଆବଶ୍ୟକ ବୋଲି କହିଥିଲେ, ଏହା ପରେ ଅଭିନେତା ତାଙ୍କ ବ୍ୟାଙ୍କ ବିବରଣୀ ଏବଂ ୱାନ ଟାଇମ୍ ପାସୱାର୍ଡ ସେୟାର କରିଥିଲେ ବୋଲି ଓସିୱାରା ପୋଲିସ ଷ୍ଟେସନ ଅଧିକାରୀ କହିଛନ୍ତି।

୨ ଥର କରି ତାଙ୍କ ଆକାଉଣ୍ଟରୁ ଟଙ୍କା ବାହାର କରିଥିଲେ । ଏହା ପରେ ବ୍ୟାଙ୍କ ଅନୁଙ୍କୁ ଫୋନ କରି ଆକାଉଣ୍ଡ ସହ କିଛି ଗଡ଼ବଡ଼ ହୋଇଥିବା କହିଥିଲା । ବାଲାନ୍ସ ଚେକ୍ କରିବା ପରେ ସବୁ ଜଣାପଡିଥିଲା ଓ ଅଭିନେତା ଜଣକ ନିଜ ଆକାଉଣ୍ଟକୁ ସିଜ୍ କରିଥିଲେ ।
Published by:Soumyashree Mishra
First published: