ହାପି ବାର୍ଥଡେ ଅନନ୍ୟା ପାଣ୍ଡେ; ଜାଣନ୍ତୁ ଅନନ୍ୟାଙ୍କ ବିଷୟରେ କିଛି ବିଶେଷ କଥା

ଅଭିନେତ୍ରୀ ଆଜି ତାଙ୍କର ୨୪ ତମ ଜନ୍ମଦିନ ପାଳନ କରୁଛନ୍ତି। ଆଜି ତାଙ୍କ ଜନ୍ମଦିନରେ ଆସନ୍ତୁ ଆମେ ତାଙ୍କ ବିଷୟରେ କିଛି ବିଶେଷ କଥା।

ହାପି ବାର୍ଥଡେ ଅନନ୍ୟା ପାଣ୍ଡେ

ହାପି ବାର୍ଥଡେ ଅନନ୍ୟା ପାଣ୍ଡେ

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ମୁମ୍ବାଇ: ଅଭିନେତା ଚଙ୍କି ପାଣ୍ଡେଙ୍କ ଝିଅ ଅନନ୍ୟା ପାଣ୍ଡେ ବହୁ କମ୍ ଦିନରେ ଅନେକ ଚଳଚ୍ଚିତ୍ରରେ ଅଭିନୟ କରି ସମସ୍ତଙ୍କ ମନ ଜିତିଛନ୍ତି। ସେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି। ଅଭିନେତ୍ରୀ ଆଜି ତାଙ୍କର ୨୪ ତମ ଜନ୍ମଦିନ ପାଳନ କରୁଛନ୍ତି। ଆଜି ତାଙ୍କ ଜନ୍ମଦିନରେ ଆସନ୍ତୁ ଆମେ ତାଙ୍କ ବିଷୟରେ କିଛି ବିଶେଷ କଥା। ଅନନ୍ୟା ତାଙ୍କ ୩ ବର୍ଷର ଫିଲ୍ମ କ୍ୟାରିୟରରେ ବହୁତ୍ କମ୍ ଚଳଚ୍ଚିତ୍ର କରିଛନ୍ତି, ତଥାପି ସୋସିଆଲ ମିଡିଆରେ ତାଙ୍କର ବହୁତ ପ୍ରଶଂସକ ଅଛନ୍ତି। ତାଙ୍କ ବିଷୟରେ ୫ଟି ବିଶେଷ ଜିନିଷ ଅଛି, ଯାହା ତାଙ୍କ ପ୍ରଶଂସକଙ୍କୁ ମଧ୍ୟ ଜଣା ନଥାଇପାରେ।

ଅନନ୍ୟା ପାଣ୍ଡେ 'ଲେ ବାଲ' ଗାଲାରେ ଡେବ୍ୟୁ

ଯଦି ଆପଣ ଭାବୁଛନ୍ତି ଯେ ଲାଇଗର ଅଭିନେତ୍ରୀ ଷ୍ଟୁଡେଣ୍ଟ ଅଫ୍ ଦି ଇୟର ୨ରେ ଡେବ୍ୟୁ କରିଛନ୍ତି ତେବେ ଆପଣ ସମ୍ପୂର୍ଣ୍ଣ ଭୁଲ୍। ଏହାର କିଛି ସମୟ ପୂର୍ବରୁ ଅନନ୍ୟା ରାଜକୀୟ ପିଲାମାନଙ୍କ ପାଇଁ ବାର୍ଷିକ କାର୍ଯ୍ୟକ୍ରମ (୬-୧୨ବର୍ଷ) ଲେ ବାଲ୍ ପ୍ୟାରିସରେ ଡେବ୍ୟୁ କରିଥିଲେ। ଯେଉଁଥିରେ ତାଙ୍କୁ ଜୟପୁରର ମହାରାଜା ପଦ୍ମନାଭ ସିଂ ଏବଂ ରାଜକୁମାରୀ ଗୌରବୀ କୁମାରୀ ଯୋଗ ଦେଇଥିଲେ।

ଆଲିଆ ଭଟ୍ଟ ଏବଂ ଅନନ୍ୟାଙ୍କର ଜିମ ଟ୍ରେନର

ଅନନ୍ୟା ପାଣ୍ଡେ ତାଙ୍କ ଫିଟନେସକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। କିନ୍ତୁ ଆପଣ ଜାଣନ୍ତି କି ଆଲିଆ ଭଟ୍ଟ ଏବଂ ଅନନ୍ୟା ପାଣ୍ଡେଙ୍କର ସମାନ ଜିମ୍ ଟ୍ରେନର ଅଛନ୍ତି, ତାହା ହେଉଛି ୟସ୍ମିନ କରାଚିୱାଲା। ଉଭୟ ସମାନ ପ୍ରଶିକ୍ଷକଙ୍କ ଅଧୀନରେ କାମ କରନ୍ତି।

ଯେତେବେଳେ ଅନନ୍ୟା ଅଭିନୟ ଜଗତରେ କ୍ୟାରିୟର କରିବାକୁ ଚିନ୍ତା କରିଥିଲେ ସେତେବେଳେ ସେ ସାଉଥ୍ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରେ ଆଡମିଶନ ପାଇଥିଲେ। କିନ୍ତୁ ସେ ଅଭିନୟ କ୍ୟାରିୟରକୁ ବାଛିଥିଲେ ଏବଂ ଷ୍ଟୁଡେଣ୍ଟ ଅଫ୍ ଦି ଇୟର ପାଇଁ ସୁଟିଂ ପାଇଁ ତାଙ୍କ ଆଡମିଶନକୁ ସ୍ଥଗିତ ରଖିଥିଲେ। ତେବେ USC ରେ ଆଡମିଶନ ନକରିବା ବିଷୟରେ ଅନେକ ଗୁଜବ ପ୍ରଚାରିତ ହୋଇଥିଲା ଯେ ଅଭିନେତ୍ରୀଙ୍କ ପ୍ରମାଣପତ୍ର ନକଲି, ତେଣୁ ସେ ଆଡମିଶନ ପାଇଲେ ନାହିଁ।

ଅନନ୍ୟା ପାଣ୍ଡେ ଜଣେ କୁକୁର ପ୍ରେମୀ

ଅନନ୍ୟା ଜଣେ କୁକୁର ପ୍ରେମୀ। ତାଙ୍କର ଆଷ୍ଟ୍ରୋ ଏବଂ ଫେଜ୍ ନାମକ ଦୁଇଟି ପୋଷା କୁକୁର ଅଛନ୍ତି। ଯିଏ ଅନନ୍ୟାଙ୍କୁ ଜାଣେ ସେ କୁକୁରକୁ କେତେ ଭଲ ପାଏ ସେ ବିଷୟରେ ନିଶ୍ଚିତ ଭାବରେ ଅବଗତ ଥିବେ।
Published by:Soumyashree Mishra
First published: