News18 Odia Digital
ନୂଆ ଦିଲ୍ଲୀ: ଶତାବ୍ଦୀର ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ (Amitabh bachchan) ଲୋକପ୍ରିୟ କ୍ୱିଜ୍ ଶୋ’ ‘କୌନ୍ ବନେଗା କରୋଡ଼ପତି’ର (Kaun Banega Crorepati) ଏ ପର୍ଯ୍ୟନ୍ତ ଆସିଥିବା ସବୁ ଯାକ ଏପିସୋଡ଼ ମଜାଦାର ରହିଛି । ସୋସିଆଲ୍ ମିଡି଼ଆରେ ଏହି ଶୋ’ର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି, ଯାହା ବୋଧହୁଏ ୨୦୧୪ରେ ହୋଇଥିବା ଏକ ଏପିସୋଡ଼ର ଏକ ଅଂଶ । ଶୋ’ର ସେହି ଏପିସୋଡରେ ଶାହାରୁଖ ଖାନ (Shahrukh Khan), ଫରାହ ଖାନ, ଅଭିଷେକ ବଚ୍ଚନ ଓ ଭିଭାନ୍ ଶାହ ୨୦୧୪ ମସିହାରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ହ୍ୟାପ୍ପି ନ୍ୟୁ ଇଅର୍’ର ପ୍ରମୋସନ ପାଇଁ ଆସିଥିଲେ ।
ଏହି ଭାଇରାଲ୍ ଭିଡିଓରେ ଶାହାରୁଖ ଖାନ୍ ଅମିତାଭ ବଚ୍ଚନଙ୍କ ପୁଅ ଅଭିଷେକ ବଚ୍ଚନଙ୍କ (Sbhishek Bachchan) ବିଷୟରେ ବିଗ୍ ବିଙ୍କ ସାମ୍ନାରେ ଏମିତି କଥା କହିଛନ୍ତି ଯେ ଅମିତାଭ ବଚ୍ଚନ ନିଜ ହସକୁ ବନ୍ଦ କରି ପାରୁ ନାହାନ୍ତି । ସେ ଜୋରରେ ହସିବାକୁ ଲାଗୁଛନ୍ତି । ବାସ୍ତବରେ ଶାହାରୁଖ ଖାନ କହୁଛନ୍ତି, ‘‘ଫରାହ ଖାନ୍ କେବେ କାହା ବିରୁଦ୍ଧରେ ଅଭିଯୋଗ କରନ୍ତି ନାହିଁ, କାରଣ ସେ ନିଜେ ସବୁବେଳେ ଭାରି ସୁସ୍ଥ ମିଜାଜରେ ରହନ୍ତି । ସେ ସେଟରେ ସବୁ କିଛି ଠିକ୍ କରାନ୍ତି । କିନ୍ତୁ ଥରେ ସେ ବହୁତ ଅଭିଯୋଗ କରିଥିଲେ…’’
ଏହା ବି ପଢ଼ନ୍ତୁ | Deepavali 2021: ଏ ଥର ଦୀପାବଳୀରୁ ଏହି ୫ଟି ରାଶି ପାଇଁ ଅତି ଶୁଭ ଫଳ ଆରମ୍ଭ ହେବାକୁ ଯାଉଛି
ଶାହାରୁଖ ଆହୁରି କହିଛନ୍ତି, ‘‘ଫରାହ ମୋତେ ଆସି କହିଥିଲେ ଯେ ଅଭିଷେକ ଓ ଭିଭାନ୍ ମିଶି ତାଙ୍କୁ ବହୁତ ହଇରାଣ କରୁଛନ୍ତି । ସେ ଦୁଇ ଜଣ ସବୁ ବେଳେ ବିଭ୍ରାନ୍ତ (ଡିଷ୍ଟ୍ରାକ୍ଟେଡ୍) ରହୁଛନ୍ତି, କଥାବାର୍ତ୍ତା କରୁଛନ୍ତି, ମୋତେ ହଇରାଣ କରୁଛନ୍ତି… ବାରମ୍ବାର ମୋ’ ଫଟୋ ଉଠାଇ ଟ୍ୱିଟରରେ ଛାଡୁଛନ୍ତି । ଅଭିଷେକ ଓ ଭିଭାନ୍ ମୋତେ ବହୁତ ହଇରାଣ କରୁଛନ୍ତି, ତେଣୁ ତୁମେ ଯାଇ ସେମାନଙ୍କ ସହ କଥା ହୁଅ ବୋଲି ଫରାହ ମୋତେ କହିଲେ । ମୁଁ କହିଲି, ‘ନା, ଫରାହ, ସେ ଦୁଇ ଜଣ ସାନ ପିଲା, ସେମାନେ ସେମିତି ନୁହଁନ୍ତି ।’ କିନ୍ତୁ ତା’ପରେ ଫରାହ କହିଲେ, ‘ନା, ମୁଁ ଆଜି ବହୁତ ରାଗିଛି .. ତୁମେ ଯାଇ କଥା ହୁଅ‘ ।’’
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ଯେବେ ଅଭିନେତ୍ରୀ ଉର୍ଫି ଜାଭେଦ୍ କ୍ୟାମେରା ସାମନାରେ ଖସେଇଲେ ଡ୍ରେସ୍, ଆଉ ତା’ ପରେ...
ଶାହାରୁଖ ତାପରେ ଅମିତାଭ ବଚ୍ଚନଙ୍କୁ କହୁଛନ୍ତି, ‘‘ତେଣୁ, ସାର୍, ମୁଁ କମର କସିକରି ସେଇଠି ଯାଇ ପହଞ୍ଚିଲି । ଅଭିଷେକ ଓ ଭିଭାନ୍ ଦି ଜଣ ଯାକ ସେଇଠି ଠିଆ ହୋଇଥିଲେ । ତା’ପରେ ମୁଁ କିଛି କହିବାକୁ ଲାଗିଲି, ହେଲେ ସଙ୍ଗେ ସଙ୍ଗେ ମୋ’ ମନକୁ ଆସିଲା ଯେ ଅଭିଷେକ ବଚ୍ଚନଙ୍କ ବାପା ହେଉଛନ୍ତି ଶ୍ରୀ ଅମିତାଭ ବଚ୍ଚନ । ଆଉ ମୋ’ର ମନେ ପଡି଼ଗଲା ଯେ ଭିଭାନଙ୍କ ବାପା ହେଉଛନ୍ତି ନସିରୁଦ୍ଦିନ ଶାହା… ତା’ପରେ ମୋ’ ମନକୁ ଏ କଥା ଆସିଲା ଯେ ଯଦି ସେ ଦୁଇ ଜଣଙ୍କ ବାପା ସେମାନଙ୍କୁ ଶିକ୍ଷା ଦେଇ ପାରିନାହାଁନ୍ତି, ତାହେଲେ ମୁଁ କ’ଣ ଶିକ୍ଷା ଦେବି?’’ ଏ କଥା ଶୁଣି ଅମିତାଭ ବଚ୍ଚନ ନ ହସି ରହିପାରି ନ ଥିଲେ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ଅଙ୍କିତା ଲୋଖଣ୍ଡେ ଓ ପ୍ରେମିକ ବିକି ଜୈନ ଏହି ବର୍ଷ ବିବାହ କରିବେ; ସ୍ଥାନ ଓ ତାରିଖ ସ୍ଥିର ହୋଇଛି
ଏବେ କେବିସିର ୧୩ତମ ସିଜିନ୍ (KBC 13) ଚାଲିଛି ଓ ଏହି ସିଜିନରେ ପ୍ରତିଯୋଗୀମାନେ କେବଳ ପ୍ରଶ୍ନର ଉତ୍ତର ଦେଉ ନାହାନ୍ତି । ସେମାନେ ଏହି ଶୋ’ରେ ନିଜ ନିଜ ଜୀବନର ଅବିସ୍ମରଣୀୟ କାହାଣୀ ବି କହୁଛନ୍ତି । ଅନେକ ଥର ପ୍ରତିଯୋଗୀଙ୍କ କାହାଣୀ ଦର୍ଶକଙ୍କ ମନକୁ ଭିଜାଇଦେଉଛି । ଅମିତାଭ ବଚ୍ଚନ ବି ନିଜକୁ ଭାବପ୍ରବଣ ହେବାରୁ ରୋକି ପାରୁ ନାହାନ୍ତି । ଅମିତାଭ ବଚ୍ଚନ ବି ନିଜ ବକ୍ତବ୍ୟ ଓ କଥାବାର୍ତ୍ତା ଦକ୍ଷତା ସହିତ ଏହି ଶୋ’ର ସୌନ୍ଦର୍ଯ୍ୟରେ ଯୋଗଦାନ କରୁଛନ୍ତି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | KBC ସେଟରେ ଅମିତାଭ ବଚ୍ଚନଙ୍କ ହାତରେ ଲଙ୍କା ଭଙ୍ଗାଇଲେ ପ୍ରତିଯୋଗୀ; VIDEO ଭାଇରାଲ୍ ହେଉଛି
‘କୌନ ବନେଗା କରୋଡ଼ପତି’ର ୧୩ତମ ସିଜିନ୍ ବି ଦର୍ଶକମାନଙ୍କର ବହୁତ ମନୋରଞ୍ଜନ କରୁଛି । ଏହି ଶୋ’ର ହୋଷ୍ଟ୍ ଭାବରେ ଅମିତାଭ ବଚ୍ଚନଙ୍କ ଶୈଳୀ ଦେଖିବା ଯୋଗ୍ୟ । ଶୋ’କୁ ଆସୁଥିବା ସବୁ ପ୍ରତିଯୋଗୀଙ୍କ ସହ ଅମିତାଭ କେବଳ ମଜା କରନ୍ତି ନାହିଁ, ବରଂ ସେ ସେମାନଙ୍କ ସହ ଖୁସିର ମୁହୂର୍ତ୍ତ ବି ବିତାଇଥାନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।