ଅମିତାଭ, ଡନ୍‌ ଓ ‘ଖାଇକେ ପାନ୍‌ ବନାରସ୍‌ ବାଲା’ର କାହାଣୀ

ଡନଙ୍କ ପାଇଁ ନଥିଲା ‘ଖାଇକେ ପାନ୍ ବନାରସ୍ ବାଲା’ । କାହିଁକି ଓ କେମିତି ଦର୍ଶକଙ୍କର ମନ ଜିଣିଥିଲା ଏହି ଗୀତ ।

‘ଖାଇକେ ପାନ୍‌ ବନାରସ୍‌ ବାଲା’ର କାହାଣୀ

‘ଖାଇକେ ପାନ୍‌ ବନାରସ୍‌ ବାଲା’ର କାହାଣୀ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

Amitabh, Don And Story Of 'Khaike Pan Banras Wala': ବଲିଉଡ଼ର କେତୋଟି ସୁପରହିଟ ଫିଲ୍ମ ଭିତରେ ଗୋଟିଏ ଥିଲା ବିଗ ବି ଙ୍କ 'ଡନ' । ଡନ୍ ଅର୍ଥାତ୍ ଅମିତାଭଙ୍କ ଦମଦାର ଅଭିନୟକୁ ଦର୍ଶକ ଆଜି ବି ଭୁଲି ପାରି ନାହାଁନ୍ତି । ତେବେ ଫିଲ୍ମଠୁ ଅଧିକ ସୁପରହିଟ୍ ଏହାର ଡାଇଲଗ୍ ଓ ଗୀତ । ଯାହା ଆଜି ଦର୍ଶକଙ୍କ ମନରେ ଘର କରି ରହିଯାଇଛି । ତେବେ ଫିଲ୍ମର ସବୁଠାରୁ ସୁପରହିଟ୍ ଗୀତ ଥିଲା ଖାଇକେ ପାନ୍ ବନାରସ୍ ବାଲା । କିନ୍ତୁ ଆପଣ ଜାଣିଛନ୍ତି କି ଗୀତଟି ଏହି ସିନେମା ପାଇଁ ଲେଖା ଯାଇ ନଥିଲା । ତେବେ ଫିଲ୍ମରେ ଗୀତ କେଉଁଠୁ ଆସିଲା ଓ କେମିତି ଆସିଲା ଜାଣିବା ପାଇଁ ନିହାତି ଆଗ୍ରହ ହେଉଥିବ..ତାହାଲେ ଆଗକୁ ପଢ଼ନ୍ତୁ...

୧୯୭୮ ମସିହା ଫେବ୍ରୁଆରୀ ୧୦ ତାରିଖରେ ଅମିତାଭ ବଚ୍ଚନ ଓ ରେଖାଙ୍କର ଚଳଚ୍ଚିତ୍ର ‘ଗଙ୍ଗା କି ସୌଗନ୍ଧ’ରିଲିଜ ହୋଇଥିଲା। ଏହାପରେ ସେହି ବର୍ଷ ଏପ୍ରିଲ ୨୧ ତାରିଖରେ ରିଲିଜ ହୋଇଥିଲା ରାକ୍ଷୀ, ରଣଧିର କପୁର ଓ ନୀତୁ ସିଂହଙ୍କ ସିନେମା ‘କସ୍‌ମେ ୱାଦେ’ ଆସିଥିଲା । ଦୁଇ ସପ୍ତାହ ପରେ ଅର୍ଥାତ୍ ୧୯୭୮ ମସିହା ମେ’ମାସରେ ସଞ୍ଜୀବ କପୁର, ଶଶୀ କପୁର ଏବଂ ଅମିତାଭ ବଚ୍ଚନଙ୍କ ସିନେମା ‘ତ୍ରିଶୂଲ’ ରିଲିଜ ହୋଇଥିଲା। ଏହାର ମାତ୍ର ସାତ ଦିନ ପରେ ମେ’ ୧୨ ତାରିଖରେ ଅମିତାଭ ବଚ୍ଚନଙ୍କ ଆଉ ଏକ ସିନେମା ରିଲିଜ ହେବାର ଥିଲା। ସେହି ସିନେମାର ନିର୍ଦ୍ଦେଶକଙ୍କ ନାଁ ଥିଲା ଚନ୍ଦ୍ରା ବାରୋଟ୍‌, ଏହା ଥିଲା ତାଙ୍କର ପ୍ରଥମ ସିନେମା । ଆଉ ସେହି ପ୍ରଯୋଜକ, ଯିଏ କରଜରେ ଡୁବି ସାରିଥିଲେ। ସମସ୍ତେ ଭାବୁଥିଲେ ଯେ, ସେହି ସିନେମା ରିଲିଜ ହେଲା ପରେ ଭଲ ଇନ୍‌କମ୍‌ କରିବ ଏବଂ ସବୁ ଋଣ ପରିଶୋଧ ହୋଇଯିବ । ସେହି ସିନେମାର ନାଁ ହେଉଛି ‘ଡନ୍‌’।

‘ଡନ୍‌’ର ନାଁକୁ ନେଇ ଥିଲା ବିବାଦ

ସେତେବେଳେ ଏକ ଅଣ୍ଡରଗାରମେଣ୍ଟ ବ୍ରାଣ୍ଡ ଥିଲା, ଯାହାର ନାଁ ଥିଲା ‘ଡନ୍‌’ । ସେଥିପାଇଁ ସିନେମା ବଜାରରେ ‘ଡନ୍‌’ନାଁକୁ କିଣିବାକୁ କେହି ପସନ୍ଦ କରୁ ନଥିଲେ । ଏପରିକି ଡିଷ୍ଟ୍ରିବ୍ୟୁଟର୍‌ ଏହି ନାଁରେ ସିନେମା କିଣିବାକୁ ଚାହୁଁ ନ ଥିଲେ । ସେଥିପାଇଁ ଏହି ସିନେମାକୁ ଫ୍ଲଫ୍‌ର ଆଖ୍ୟା ଦିଆଯାଇଥିଲା । କିନ୍ତୁ ଚାହୁଁ ଚାହୁଁ ଫିଲ୍ମ ହେଲା ସୁପରହିଟ୍‌ । ଆଜି ଏହାକୁ ‘କଲ୍‌ଟ ସିନେମା’ କୁହାଯାଉଛି।

ପିକଲ ବଲ୍ ଖେଳିଲେ ଆମୀର-ଫାତିମା, ଫ୍ଯାନ୍ସ କହିଲେ ଲଭ ବାର୍ଡ଼....

ସିନେମାରେ ନ ଥିଲା ‘ଖାଇକେ ପାନ୍ ବନାରସ୍‌ ବାଲା’

ସିନେମା ‘ଡନ୍‌’ରେ ଖାଇକେ ପାନ୍‌ ବନାରସ୍‌ ବାଲା ଗୀତ ହିଁ ନ ଥିଲା । ଏ ନେଇ ଖୋଦ୍‌ ବିଗ୍‌ ବି ନିଜେ ସୂଚନା ଦେଇଥିଲେ । ସିନେମା ସୁଟିଂ ସରିବା ପରେ ଏହି ଗୀତକୁ ସ୍ଥାନିତ କରାଯାଇଥିଲା । ଏହାର ନିର୍ଦ୍ଦେଶକ ଚନ୍ଦ୍ରା ବାରୋଟ୍‌ ମନୋଜ କୁମାରଙ୍କ ଶିଷ୍ୟ ଥିଲେ । ‘ପୁରବ୍‌ ଔର୍‌ ପଶ୍ଚିମ୍‌’, ‘ରୋଟି, କପ୍‌ଡା ଔର ମକାନ୍‌’ ଭଳି ସିନେମାରେ ସେ ମନୋଜ କୁମାରଙ୍କୁ ଆସିଷ୍ଟ କରିଥିଲେ । ସିନେମା ରିଲିଜ ହେବା ପରେ ଚନ୍ଦ୍ରା ବାରୋଟ ମନୋଜ କୁମାରଙ୍କୁ ଦେଖାଇ ଥିଲେ । ଦେଖିବା ପରେ ମନୋଜ କୁମାର କହିଥିଲେ ଯେ, ସଲିମ ଜାଭେଦଙ୍କ ଲିଖିତ ଏହି କାହାଣୀ ଏତେ ଥ୍ରୀଲ ଅଛି ଯେ, ଏହାକୁ ଟିକେ ଢିଲା କରିବାକୁ ପଡ଼ିବ । ଅର୍ଥାତ୍ ସିନେମା ଏତେ ସିରିୟସ୍ ମୋଡ଼ରେ ଅଛି ଯେ, ଦର୍ଶକଙ୍କୁ ଟିକେ ମନୋରଞ୍ଜନ ଓ ରିଲାକ୍ସ ଦରକାର । ସେଠାରୁ ହିଁ ଜନ୍ମ ନେଲା ‘ଖାଇକେ ପାନ୍ ବନାରସ୍ ବାଲା’ ଗୀତ । ବନାରସୀ ତଡ଼କାର ଏହି ଗୀତକୁ ଲେଖିଥିଲେ ବନାରସର ଅଞ୍ଜାନ୍ । ସଙ୍ଗୀତ ଦାୟିତ୍ବରେ ଥିଲେ କଲ୍ୟାଣ ଆନନ୍ଦ ଏବଂ ଏହାକୁ ଗାଇଥିଲେ କିଶୋର କୁମାର।

‘ଖାଇକେ ପାନ୍ ବନାରସ୍‌ ବାଲା’ ଗାଇବାକୁ ମନା କରିଥିଲେ କିଶୋର ଦା’

ତେବେ ଏହି ଗୀତକୁ ପ୍ରଥମେ ଗାଇବାକୁ ମନା କରିଥିଲେ କିଶୋର କୁମାର । ଅଞ୍ଜାନଙ୍କ ପୁଅ ୨୦୧୯ରେ ‘ଆଜତକ ସାହିତ୍ୟ’ରେ ଏହି ଗୀତ ବିଷୟରେ କହିଥିଲେ । ତାଙ୍କ କହିବା କଥା, ୧୭-୧୮ ବର୍ଷ ବୟସର ସେ ଥିଲେ, ଯେତେବେଳେ ଏହି ଗୀତ ରେକର୍ଡିଂ ହୋଇଥିଲା। କିଶାର କୁମାର, ଅମିତାଭ ବଚ୍ଚନ ଓ ଅଞ୍ଜାନ ରେକର୍ଡିଂ ରୁମ୍‌ରେ ଥିଲେ । ସେତେବେଳେ କିଶୋର କୁମାର ଏକ ଲୁଙ୍ଗି ପିନ୍ଧିଥିଲେ ଏବଂ ଦୁଇ ପାଦରେ ଦୁଇଟି ଭିନ୍ନ ଭିନ୍ନ ଚପଲ ପିନ୍ଧିଥିଲେ । ଆଉ ଆଖିରେ ଲଗାଇଥିଲେ ସୁରମା । ‘ଭଙ୍ଗ୍‌ କା ରଙ୍ଗ୍‌ ଜମା ହୋ ଚକାଚକ୍‌’ ପଦ ଶୁଣି ଗୀତ ଗାଇବାକୁ ରାଜି ହୋଇ ନ ଥିଲେ କିଶୋର ଦା’ । ପୂର୍ବରୁ କେବେ ଏଭଳି ଶବ୍ଦ ଶୁଣି ନ ଥିବାରୁ ଗୀତ ଗାଇବାକୁ ମନା କରିଥିଲେ କିଶୋର କୁମାର। ପୁଣି ‘ଖଇକେ’ ବଦଳରେ ‘ଖା’କେ ଉଚ୍ଚାରଣ କରିବାକୁ ସେ ଅଡ଼ି ବସିଥିଲେ । କିନ୍ତୁ ଅଞ୍ଜାନ ତାଙ୍କୁ ବନାରସ୍‌ର ନିଜସ୍ବ ଭାଷା ବିଷୟରେ ବୁଝାଇ ଥିଲେ ଏବଂ ପାନ ଖଣ୍ଡେ ଖାଇବାକୁ ଦେଇଥିଲେ । ଏହାପରେ କିଶୋର କୁମାର ଗୀତଟିକୁ ଗୋଟିଏ ଟେକ୍‌ରେ ଗାଇବାକୁ ସର୍ତ୍ତ ରଖିଥିଲେ ଏବଂ ଶେଷରେ ୱାନ୍ ଟେକ୍‌ରେ ରେକର୍ଡିଂ ହୋଇଥିଲା ଏହି ଚିରସବୁଜ ଗୀତ। ତେବେ ଏହି ଗୀତଟିକୁ ଦେବ୍‌ ଆନନ୍ଦଙ୍କ ‘ବନାରସୀ ବାବୁ’ ସିନେମା ପାଇଁ ଲେଖା ଯାଇଥିଲା । କିନ୍ତୁ ଗୀତଟିକୁ ପସନ୍ଦ କରି ନ ଥିଲେ ଦେବ ଆନନ୍ଦ।

NITESH PANDEY: ହୃଦଘାତରେ ଆଖି ବୁଜିଲେ ଟିଭିର ଫେମସ ଆକ୍ଟର ନୀତେଶ ପାଣ୍ଡେ

ଡନ୍‌ ସୁପରହିଟ୍ ହେବା ପରେ ବିଭିନ୍ନ ଭାଷାରେ ଏହାର ରିମେକ୍ ହେବା ଆରମ୍ଭ ହୋଇଥିଲା । ‘ବିଲ୍ଲା’ନାଁରେ ରିମେକ୍‌ କରି ରଜନୀକାନ୍ତି ତାମିଲ ସୁପରଷ୍ଟାର ପାଲଟି ଯାଇଥିଲେ । ସେହିପରି ତେଲୁଗୁରେ ଏନଟିଆର୍‌, ମାଲାୟାଲମରେ ମୋହନଲାଲ ଏହା ଉପରେ କାମ କରିଛନ୍ତି । ପାକିସ୍ତାନରେ ‘କୋବରା’ନାଁରେ ଏହାର ରିମେକ୍ ହୋଇଛି। ୨୦୦୬ରେ ‘ଡନ୍‌’ନାଁରେ ଶାହରୁଖ ସିନେମା କଲେ । ପୁଣି ଏହାର ସିକୁଏଲ ବି କଲେ । ୨୦୦୯ରେ ପ୍ରଭାସ ପୁଣି ଥରେ ଏହି ସିନେମାରେ କାମ କରିଥିଲେ। ଏବେ ଅମିତାଭ ବଚ୍ଚନଙ୍କ ‘ଡନ୍‌’ ରିଲିଜ ହେବାର ଅନେକ ବର୍ଷ ବିତିଗଲାଣି। ସିନେମା ‘ପଠାନ୍’ହିଟ୍ ହେବା ପରେ ‘ଡନ୍‌-୩‘ ରିଲିଜ କରିବାକୁ ଟ୍ରେଣ୍ଡ କଲେଣି । ଗତବର୍ଷ ଅମିତାଭ ବଚ୍ଚନ ମଧ୍ୟ ଡନ୍‌ର ପୋଷ୍ଟର ଓ ଶାହରୁଖ ଖାନଙ୍କ ଏକ ଫଟୋକୁ ମିଶାଇ ଶେୟାର କରିଥିଲେ । ଭାରତୀୟ ସିନେମାରେ ‘ଶୋଲେ’ ଭଳି ‘ଡନ୍‌’ର ବି ଏକ ଛାପ ରହିଛି। କଳା ଥିବା ଯାଏ, ଏହି ସିନେମାର ନାଁ ଉଠୁଥିବ । ଆଉ କଳା କ୍ଷେତ୍ରରେ ଅମିତାଭ ବଚ୍ଚନ ଏକ ନାଁ ନ ହୋଇ ଅନୁଷ୍ଠାନ ଭାବେ ଗଣା ହେଉଥିବେ, ଏଥିରେ ସନ୍ଦେହ ନାହିଁ ।

ଚାରୁ ଚନ୍ଦନ ଦାଶଙ୍କ ରିପୋର୍ଟ, ନ୍ୟୁଜ୧୮ ଓଡ଼ିଆ
Published by:Soumya Das
First published: