ହୋମ୍ » ଓଡ଼ିଶା ନ୍ୟୁଜ୍ » ଏଣ୍ଟରଟେନମେଣ୍ଟ»ଜନ୍ମଦିନରେ ପାନ ମସଲା କମ୍ପାନୀ ସହ ସମସ୍ତ ଚୁକ୍ତି ହଟାଇଲେ ସୁପରଷ୍ଟାର ଅମିତାଭ ବଚ୍ଚନ

ଜନ୍ମଦିନରେ ପାନ ମସଲା କମ୍ପାନୀ ସହ ସମସ୍ତ ଚୁକ୍ତି ହଟାଇଲେ ସୁପରଷ୍ଟାର ଅମିତାଭ ବଚ୍ଚନ

ସୋସିଆଲ ମିଡ଼ିଆରେ ବିଗ ବି ଜଣେଇଛନ୍ତି ଯେ ପାନ ମସଲା କମ୍ପାନୀ ‘କମଲା ପସନ୍ଦ’ରେ କରିଥିବା ଡିଲକୁ ସେ ଛାଡ଼ିଛନ୍ତି। ନିକଟରେ ପାନ ମସଲାର ବିଜ୍ଞାପନ କରିବା ନେଇ ଅମିତାଭଙ୍କୁ ଅନେକ ଟ୍ରୋଲର ଶିକାର ହେବାକୁ ପଡ଼ିଥିଲା।

ଜନ୍ମଦିନରେ ପାନ ମସଲା କମ୍ପାନୀ ସହ ସମସ୍ତ ଚୁକ୍ତି ହଟାଇଲେ ସୁପରଷ୍ଟାର ଅମିତାଭ ବଚ୍ଚନ
ପାନ ମସଲା ବିଜ୍ଞାପନ ପାଇଁ ଅମିତାଭ ଅନେକ ଟ୍ରୋଲର ଶିକାର ହୋଇଥିଲେ (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: October 12, 2021, 1:36 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ସୋମବାର ବଲିଉଡ଼ ମହାନାୟକ ଅମିତାଭ ବଚ୍ଚନ ତାଙ୍କର ୭୯ତମ ଜନ୍ମଦିନ ପାଳୁଛନ୍ତି। ଏହି ଅବସରରେ ସେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସୋସିଆଲ ମିଡ଼ିଆରେ ସେ ଜଣେଇଛନ୍ତି ଯେ ପାନ ମସଲା କମ୍ପାନୀ ‘କମଲା ପସନ୍ଦ’ରେ କରିଥିବା ଡିଲକୁ ସେ ଛାଡ଼ିଛନ୍ତି। ନିକଟରେ ପାନ ମସଲାର ବିଜ୍ଞାପନ କରିବା ନେଇ ଅମିତାଭଙ୍କୁ ଅନେକ ଟ୍ରୋଲର ଶିକାର ହେବାକୁ ପଡ଼ିଥିଲା। ଏହାକୁ ନେଇ ବିଗ ବି ନିଜ ଅଫିସର ମତକୁ ବି ନିଜ ବ୍ଲଗ୍‌ରେ ଶେୟାର କରିଛନ୍ତି।

ଅମିତାଭଙ୍କ ଅଫିସ ତରଫରୁ କୁହାଯାଇଛି ଯେ ଅମିତାଭ ବଚ୍ଚନଙ୍କୁ ଜଣା ନ ଥିଲା ଯେ ଏହି ବିଜ୍ଞାପନ ସରୋଗେଟ୍ ଆଡଭର୍ଟାଇଜିଂ ଅଧିନରେ ଆସୁଛି ବୋଲି। ଏ କଥା ଜଣାପଡ଼ିଲା ପରେ ଗତ ସପ୍ତାହରେ ତାଙ୍କ ଡିଲକୁ ଶେଷ କରିଦିଆଯାଇଛି ଆଉ ଏହି ବିଜ୍ଞାପନରୁ ମିଳିବାକୁ ଥିବା ଟଙ୍କାକୁ ମଧ୍ୟ ଫେରେଇ ଦିଆଯାଇଛି। ବିଗ ବି ଅମିତାଭଙ୍କ ବ୍ଲଗରେ ଲେଖାଯାଇଥିବା ତାଙ୍କ ଅଫିସର ମତ ଅନୁସାରେ “କମଲା ପସନ୍ଦ ବିଜ୍ଞାପନ ଅନ ଏୟାର ହେବାର କିଛି ଦିନ ପରେ ମିଷ୍ଟର ବଚ୍ଚନ ବ୍ରାଣ୍ଡ ସହିତ ସମ୍ପର୍କ କରିଥିଲେ ଓ ଗତ ସପ୍ତାହରେ ଏହି ଡିଲରୁ ହଟିଯାଇଛନ୍ତି।”

ଏଥିରେ ଆହୁରି କୁହାଯାଇଛି ଯେ “ହଠାତ ଏହି ନିଷ୍ପତ୍ତି କାହିଁକି ନେଲେ- ମିଷ୍ଟର ବଚ୍ଚନ ଯେତେବେଳେ ଏହି ବ୍ରାଣ୍ଡ ସହିତ ଜଡ଼ିତ ଥିଲେ ତାଙ୍କୁ ଜଣା ନ ଥିଲା ଯେ ଏହି ବିଜ୍ଞାପନ ପ୍ରତିବଧିତ ଉତ୍ପାଦ ସମ୍ବନ୍ଧିତ ବିଜ୍ଞାପନ ଅଧିନରେ ଆସୁଛି ବୋଲି। ସେ ଏବେ ବ୍ରାଣ୍ଡ ସହିତ ହୋଇଥିବା ଚୁକ୍ତିକୁ ଶେଷ କରିଦେଇଛନ୍ତି ଓ ବ୍ରାଣ୍ଡକୁ ନିଜର ଟର୍ମିନେସନ ବିଷୟରେ ଲେଖିଦେଇଛନ୍ତି। ପ୍ରୋମୋଶନ ପାଇଁ ମିଳିଥିବା ଫିସ ମଧ୍ୟ ଫେରେଇ ଦେଇଛନ୍ତି।”

ପୂର୍ବରୁ ଏକ ବେସରକାରୀ ସଂଗଠନ ‘ରାଷ୍ଟ୍ରୀୟ ତମାଖୁ ସଂଗଠନ’(ନୋଟ୍) ପାନ ମସଲା ବ୍ରାଣ୍ଡର ବିଜ୍ଞାପନର ଅଂଶ ନ ହେବା ପାଇଁ ମତ ଦେଇଥିଲା। ଏହାପରେ ଅନେକ ଲୋକ ମଧ୍ୟ ଅମିତାଭ ବଚ୍ଚନଙ୍କୁ ଟ୍ରୋଲ କରିଥିଲେ। ତେବେ ଅମିତାଭ ବଚ୍ଚନଙ୍କ ଏହି ନିଷ୍ପତ୍ତି ସ୍ୱାଗତଯୋଗ୍ୟ। ସେ ନିଜ ଜନ୍ମଦିନରେ ଏକ ବଡ ନିଷ୍ପତ୍ତି ନେଇଛନ୍ତି।
Published by: Soumya Das
First published: October 12, 2021, 1:16 PM IST