ୟାରାନା: ୪୦ ବର୍ଷ ପୂର୍ବ ଶୁଟିଂ ଦିନ କଥା ମନେ ପକାଇଲେ ବିଗ ବି; କହିଲେ କୋଲକତା ଭଲି ଲୋକ କେଉଁଠି ନାହାଁନ୍ତି

ୟାରାନା ଫିଲ୍ମର ଶୁଟିଂ ଦିନକୁ ମନେ ପକାଇଛନ୍ତି ବିଗ ବି । କୋଲକାତାର ନବଜାତ ସୁବାସ ଷ୍ଟାଡ଼ିୟମରେ ସୁଟିଂ ହୋଇଥିବା ଏହି ଗୀତରେ ଅମିତାଭ ବଚ୍ଚନଙ୍କ ଷ୍ଟାଇଲକୁ ନେଇ ମଧ୍ୟ ବହୁତ ଚର୍ଚ୍ଚା ହୋଇଥିଲା।

୪୦ ବର୍ଷ ପୂର୍ବ ଶୁଟିଂ ଦିନ କଥା ମନେ ପକାଇଲେ ବିଗ ବି (ପ୍ରତୀକାତ୍ମକ ଛବି)

୪୦ ବର୍ଷ ପୂର୍ବ ଶୁଟିଂ ଦିନ କଥା ମନେ ପକାଇଲେ ବିଗ ବି (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ମୁମ୍ବାଇ : ବଲିଉଡ଼ର ମହାନାୟକଙ୍କ କଥା ପଡିଲେ ସର୍ବପ୍ରଥମେ ବିଗ ବି ଅମିତାଭ ବଚ୍ଚନଙ୍କ ନାମ ଆସିବା ଥୟ। ସେ ଅନେକ ଫିଲ୍ମରେ ନିଜ ଅଭିନୟର ସର୍ବୋତ୍ତମ ଦେଇଥିଲେ ବି ତାଙ୍କର ଏହି ସଫଳତାରେ ଉଚ୍ଚାରେ ପହଞ୍ଚିବା ନେଇ ‘ୟାରାନା’ ଫିଲ୍ମର ବଡ଼ ଭୂମିକା ରହିଛି। ୨୩ ଅକ୍ଟୋବର ୧୯୮୧ରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ର ହିନ୍ଦୀ ସିନେମାର ସର୍ବୋତ୍ତମ ଚଳଚ୍ଚିତ୍ରରେ ଅନ୍ତର୍ଭୁକ୍ତ ହୋଇଛି। ଏହି ଚଳଚ୍ଚିତ୍ର ସହିତ ଅନେକ ସ୍ମୃତି ମଧ୍ୟ ଜଡ଼ିତ ଅଛି। ସବୁବେଳେ ନକାରାତ୍ମକ ଭୂମିକା ଗ୍ରହଣ କରୁଥିବା ଅମଜାଦ ଖାନ 'ୟାରାନା'ରେ ଏକ ସକାରାତ୍ମକ ଭୂମିକାରେ ଦେଖାଦେଇଥିଲେ। ଅମଜାଦ ଖାନଙ୍କୁ ଦର୍ଶକେ ପ୍ରାୟତଃ ଜଣେ ଭିଲେନ ଭୂମିକାରେ ଅଭିନୟ କରିବା ଦେଖିଥାନ୍ତି। କେବଳ ଏତିକି ନୁହେଁ ଅନ୍ୟ ଜଣେ କିମ୍ବଦନ୍ତୀ ଭିଲିଆନ ଭୂମିକାରେ ଅଭିନୟ କରୁଥିବା କାଦର ଖାନ ଏହି ଚଳଚ୍ଚିତ୍ରର ସଂଳାପ ଲେଖିଥିଲେ। ଏହି ଫିଲ୍ମକୁ ବର୍ତ୍ତମାନ ୪୦ ବର୍ଷ ପୂରଣ ହୋଇଛି। ଫିଲ୍ମକୁ ନେଇ ବିଗ ବି ସୁଟିଂ ଦିନକୁ ମଧ୍ୟ ମନେ ପକାଇଛନ୍ତି।

'ୟାରାନା' ଫିଲ୍ମ ସଫଳତା ନେଇ ଏହାର ସମସ୍ତ ଗୀତର ମଧ୍ୟ ଶ୍ରେୟ ରହିଛି। ଫିଲ୍ମର ସବୁ ଗୀତ ଅତ୍ୟନ୍ତ ସୁନ୍ଦର ଥିଲା। 'ତେରେ ଜୈସା ୟାର କାହାଁ', 'ଛୁକର ମେରେ ମନ କୋ', 'ସାରା ଜମାନା ହସିନୋ କା ଦିୱାନା' ଭଳି ସୁନ୍ଦର ଗୀତ ଅନଜାନ ଲେଖିଥିଲେ ଓ ସଙ୍ଗୀତ ରାଜେଶ ରୋଶନ ଦେଇଥିଲେ। ଏହି ଗୀତଗୁଡ଼ିକର କ୍ରେଜ ଆଜି ବି ମନରୁ ଯାଏ ନାହିଁ। ବାରମ୍ବାର ଏହି ଗୀତଗୁଡ଼ିକୁ ଶୁଣିବାକୁ ମନ କଲେ। ଚଳଚ୍ଚିତ୍ରର ପ୍ରସିଦ୍ଧ ଗୀତ 'ସାରା ଜମାନା ହସିନୋ କା ଦିୱାନା'ର ସୁଟିଂ ଦିନକୁ ମନେ ପକାଇ ଅମିତାଭ ବଚ୍ଚନ ଇନ୍‌ଷ୍ଟାଗ୍ରାମ୍‌ ପୋଷ୍ଟ୍‌ରେ ଲେଖିଛନ୍ତି, “ଏହି ଚମତ୍କାର ଫିଲ୍ମକୁ ୪୦ ବର୍ଷ ହୋଇଛି... ଏହି ଗୀତ କୋଲକାତାର ଏନ୍‌ଏସ୍‌ ଷ୍ଟାଡିୟମରେ ସୁଟିଂ କରାଯାଇଥିଲା... ଏଠାରେ ପ୍ରଥମ ଥର ପାଇଁ ଶୁଟିଂ ହୋଇଥିଲା... ଏଠାରେ ଦେଖାଦେଇଥିବା କୋଲକାତାର ଜନତାଙ୍କ ଭିଡ଼ ସମଗ୍ର ବିଶ୍ୱରେ ଆଉ କେଉଁଠାରେ ନାହିଁ।”

ପ୍ରକାଶ ଥାଉ ଯେ କୋଲକାତାର ନବଜାତ ସୁବାସ ଷ୍ଟାଡ଼ିୟମରେ ସୁଟିଂ ହୋଇଥିବା ଏହି ଗୀତରେ ଅମିତାଭ ବଚ୍ଚନଙ୍କ ଷ୍ଟାଇଲକୁ ନେଇ ମଧ୍ୟ ବହୁତ ଚର୍ଚ୍ଚା ହୋଇଥିଲା। ସେହିଦିନଠାରୁ ଅମିତାଭଙ୍କ ପ୍ରଶଂସକମାନେ ଏହାକୁ ସେମାନଙ୍କର ଫ୍ୟାଶନ ଷ୍ଟେଟମେଣ୍ଟ କରି ନେଇଥିଲେ। ଫିଲ୍ମର ସୁଟିଂ ଦିନରେ କୋଲକାତାର ଷ୍ଟାଡିୟମ ପୂରା ପୂରି ଯା‍ଇଥିଲା। ଭିଡ଼କୁ ଏପରି ହୋଇଥିଲାରେ ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ ନାକେଦମ ହେବାକୁ ପଡ଼ିଥିଲା।

ରାକେଶ ରୋଶନଙ୍କ ଦ୍ୱାରା ନିର୍ଦ୍ଦେଶିତ ‘ୟାରାନା’ ଏଚ୍ ଏ ନାଡିୟାୱାଲାଙ୍କ ଦ୍ୱାରା ନିର୍ମିତ ହୋଇଥିଲା। ଅମିତାଭ ବଚ୍ଚନଙ୍କ ସହ ଏହି ଚଳଚ୍ଚିତ୍ରରେ ନୀତୁ ସିଂ ମୁଖ୍ୟ ଭୂମିକାରେ ଥିଲେ। ଏମାନଙ୍କ ବ୍ୟତୀତ ତନୁଜା, ଅମଜାଦ ଖାନ, କାଦର ଖାନ, ଜୀଭାନ, ରଣଜିତଙ୍କ ପରି ଜଣାଶୁଣା କଳାକାର ଥିଲେ। ଏହି ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ସହାୟକ ଅଭିନେତା ଭାବରେ ଅମଜାଦ ଖାନ ଫିଲ୍ମଫେୟାର ପୁରସ୍କାର ଗ୍ରହଣ କରିଥିଲେ।
Published by:Soumya Das
First published: