News18 Odia Digital
Big B 80th Birthday: ବଲିଉଡର ଭେଟେରାନ ଅମିତାଭ ବଚ୍ଚନଙ୍କୁ ଆଜି ୮୦ ବର୍ଷ ହୋଇଛି। ଏହି ଅବସରରେ ଝିଅ ଶ୍ୱେତା ବଚ୍ଚନ ସୋସିଆଲ ମିଡ଼ିଆରେ ତାଙ୍କ ପାଇଁ ଏକ ସ୍ପେଶାଲ ପୋଷ୍ଟ କରିଛନ୍ତି। ସେହିପରି ରାତିରେ ମୁମ୍ବାଇରେ ତାଙ୍କୁ ୱିଶ କରିବା ପାଇଁ ଘର ବାହାରେ ପ୍ରଶଂସକମାନେ ମଧ୍ୟ ନଜର ଆସିଥିଲେ।
ଅମିତାଭ ବଚ୍ଚନଙ୍କ ଘର 'ଜଲସା' ବାହାରେ ମଧ୍ୟରାତ୍ରିରେ ତାଙ୍କ ପ୍ରଶଂସକମାନେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ। ବିଗ୍ ବି ତାଙ୍କୁ ନିରାଶ କରିନଥିଲେ। ସେ ମଧ୍ୟ ସବୁ ବର୍ଷ ପରି ଏଥର ମଧ୍ୟ ଝରକା ପାଖକୁ ଆସି ପ୍ରଶଂସକମାନଙ୍କୁ ଅଭିବାଦନ ଜଣାଇଥିଲେ। ନିଜ ଫେଭରେଟ ଅଭିନେତା ଦେଖିବା ପରେ ପ୍ରଶଂସକଙ୍କ ଖୁସିର କୌଣସି ସୀମା ନଥିଲା। ଅମିତାଭ ବଚ୍ଚନ ୧୯୪୨ ଅକ୍ଟୋବର ୧୧ରେ ଉତ୍ତରପ୍ରଦେଶର ଆହ୍ଲାବାଦ (ବର୍ତ୍ତମାନ ପ୍ରୟାଗରାଜ)ରେ ଜନ୍ମଗ୍ରହଣ କରିଥିଲେ।
ଫିଲ୍ମ ଜଗତରେ ପାଞ୍ଚ ଦଶନ୍ଧି ବିତାଇଥିବା ବିଗ୍ ବି, ଏହି ବୟସରେ ମଧ୍ୟ ନିର୍ଦ୍ଦେଶକଙ୍କ ପ୍ରଥମ ପସନ୍ଦ। ବଚ୍ଚନ ୧୯୬୯ ମସିହାରେ ଫିଲ୍ମ ‘ହିନ୍ଦୁସ୍ତାନୀ’ ସହିତ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ କିନ୍ତୁ ୧୯୭୩ରେ ଆସିଥିବା ଫିଲ୍ମ ଜଞ୍ଜିର ସହିତ ସଫଳତା ପାଇଥିଲେ।
ଏହା ପରେ ସେ ‘ଡନ୍’, ଦିୱାର୍’, ‘ଚୁପକେ-ଚୁପକେ’, ‘ଶକ୍ତି’ ଓ ସିଲସିଲା ସହିତ ଅନେକ ମହାନ ଫିଲ୍ମ ବଲିଉଡକୁ ଦେଇଥିଲେ। ଅବଶ୍ୟ, ପରେ ବଚ୍ଚନ ତାଙ୍କ ବୟସକୁ ବିଚାର କରି ଚରିତ୍ରଗୁଡ଼ିକୁ ବାଛିଲେ ଓ ‘ମୋହାବତ୍ତେ’ ଓ ‘ବାଗବାନ୍’ ଭଳି ଫିଲ୍ମରେ ପିତା ଅଭିନୟରେ ନଜର ଆସିଥିଲେ। ୨୦୦୦ ମସିହାରେ, ସେ ଛୋଟ ତଥା ଟିଭିରେ ମଧ୍ୟ ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। ସେ ପ୍ରଶ୍ନ ଉତ୍ତର ଶୋ ‘କୌନ ବାନେଗା କରୋଡ଼ପତି’ ଶୋ ଆୟୋଜନ କରିଥିଲେ। ଏହି କାର୍ଯ୍ୟକ୍ରମ ୨୨ ବର୍ଷ ପରେ ମଧ୍ୟ ଆଜି ବି ଜାରି ରହିଛି।
ଝିଅ ଏକ ବିଶେଷ ବାର୍ତ୍ତା ଲେଖିଛନ୍ତିବିଗ୍ ବିଙ୍କ ଜନ୍ମଦିନରେ ଝିଅ ଶ୍ୱେତା ଇନଷ୍ଟାଗ୍ରାମରେ ଅନେକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ତାଙ୍କ ପିତାଙ୍କ ସହ ନଜର ଆସୁଛନ୍ତି। ଏକ ଫଟୋରେ ଛୋଟ ଶ୍ୱେତା ତାଙ୍କ ପିତାଙ୍କ ହାତ ଧରିଥିବାର ନଜର ଆସୁଛନ୍ତି। ଦ୍ୱିତୀୟ ଫଟୋରେ ଅମିତାଭ ତାଙ୍କ ପିତା ହରିବଂଶ ରାୟ ବଚ୍ଚନ ଓ ମାତା ତେଜି ବଚ୍ଚନଙ୍କ ସହ ଠିଆ ହୋଇଥିବା ନଜର ଆସିଛନ୍ତି।
କ୍ୟାପସନରେ ଶ୍ୱେତା ଅବିଦା ପରବୀନ ଓ ନାସିବୋ ଲାଲଙ୍କ ଗୀତ ‘ତୁ ଝୁମ’ ବ୍ୟବହାର କରି ଲେଖିଛନ୍ତି, ‘‘ପିରା ନୁ ମେନ୍ ସେନେ ଲାଭାଂ, ତେ ମେଁ ହସଦି ଜାୱାଂ। ହୋ ପିରା ନୁ ମେଁ ସିନେ ଲାଭାଂ ମେଁ ହସଦି ଜାୱାଂ, ଧୁପ୍ପାଂ ଦେ ନାଲ୍, ଲଡ଼ କେ ମେଁ ଲାଭିୟାଂ ଅପନିୟାଂ ଛାୱାଂ। ଦୁଃଖ ବି ଅପନେ ସୁଖ ବି ଅପନେ ମେଁ ତୋ ବସ୍ ଏହ ଜାନା। ସବ ନୁ ସମଝା କେ କି କରନା ଐ ଦିଲ ନୁ ଏହ ସମଝାୱାଂ. ତୁ ଝୁମ ଝୁମ ଝୁମ, ତୁ ଝୁମ ଝୁମ ଝୁମ, ମେରେ ଗ୍ରାଣ୍ଡ ଅଲ୍ଡୋ ମ୍ୟାନ ୮୦ତମ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା।’’
ଶ୍ୱେତାଙ୍କ ବ୍ୟତୀତ ଅମିତାଭଙ୍କ ନାତୁଣୀ ନବ୍ୟା ମଧ୍ୟ ତାଙ୍କ ସହିତ ପିଲାଦିନର ଫଟୋ ସେୟାର କରି ଜନ୍ମଦିନରେ ଅଭିନନ୍ଦନ ଜଣାଇଛନ୍ତି। ଏହାର କ୍ୟାପସନରେ ସେ ଅଗ୍ନିପଥ ଫିଲ୍ମର ‘ତୁ ନା ଥକେଗା’ଙ୍କ ଡାଇଲଗ ବିଷୟରେ ଉଲ୍ଲେଖ କରିଛନ୍ତି।
ପ୍ରକାଶ ଥାଉକି ତାଙ୍କର ଫିଲ୍ମ ‘ଗୁଡବାଏ’ ତାଙ୍କର ୮୦ତମ ଜନ୍ମଦିନ ପୂର୍ବରୁ ରିଲିଜ କରିଛନ୍ତି ମେକର୍ସ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।